National/International

ବଜେଟ୍ ୨୦୧୯ରେ କୃଷକଙ୍କୁ ଉପହାର, ୧୨କୋଟି ଚାଷୀଙ୍କୁ ମିଳିବ ୬୦୦୦ ଲେଖାଏଁ ଟଙ୍କା

  •  
  • 1
  •  
  •  
  •  
  •  
  •  
    1
    Share

ନୂଆଦିଲ୍ଲୀ : କେନ୍ତ୍ର ଅର୍ଥମନ୍ତ୍ରୀ ପିୟୁଷ ଗୋଏଲ ଆଜି ଲୋକସଭା ୨୦୧୯-୨୦ ବର୍ଷ ପାଇଁ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି । ମୋଦି ସରକାରଙ୍କ ଏହା ଶେଷ ବଜେଟ୍ । ଯେତେବେଳେ ଗୋଏଲ ବଜେଟ୍ ଉପସ୍ଥାପନ କଲେ ସମସ୍ତ ସଦସ୍ୟ ତାଙ୍କୁ ତାଳି ମାରି ସ୍ୱାଗତ କରିଥିଲେ । ଗୋଏଲ ତାଙ୍କ ଭାଷଣରେ ଯେତେବେଳେକହିଲେ ଆମ ସରକାର ଭ୍ରଷ୍ଟାଚାର ମୁକ୍ତ ସରକାର ଚଳାଉଛି, ସେହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁରୁକି ହସ ହସିଥିଲେ । ସେ ଗୋଏଲଙ୍କ ପ୍ରତ୍ୟେକ ତଥ୍ୟ ପରେ ଟେବୁଲ ବାଡେଇ ସ୍ୱାଗତ କରୁଥିବା ଦେଖିବାକୁ ମିଳିଛି । ବଜେଟ୍ ଆରମ୍ଭ ପୂର୍ବରୁ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟଅବସ୍ଥାରେ ସୁଧାର କାମନା କରିବା ସହ ଦୀର୍ଘାୟୁ କାମନା କରିଥିଲେ । ଅରୁଣ ଜେଟଲିଙ୍କ ଅନୁପସ୍ଥିତିରେ ପିୟୁଷ ଗୋଏଲ ଅର୍ଥ ବିଭାଗର ଦାୟିତ୍ୱ ନେଇ ଆଜି ବଜେଟ୍ ଉପସ୍ଥାପନା କରିବାର ସୁଯୋଗ ପାଇଛି । ଆଜି ବଜେଟରେ ସବୁଠୁ ବଡ ଖବର ହେଉଛି । କିଷାନଙ୍କ ଖାତାକୁ ସିଧାସଳଖ ୬୦୦୦ ଟଙ୍କା ଲେଖାଏଁ ଯିବ ବୋଲି ଘୋଷଣା କରିଛନ୍ତି । ଏହା ପିଛିଲା ଭାବେ ଡିସେମ୍ବର ପହିଲାଠାରୁ ଲାଗି ହେବ । ଏହା ପ୍ରଥମ କିସ୍ତି ଭାବେ ୨୦୦୦ ଟଙ୍କା ଲେଖାଏଁ ଯିବ । ଏଥିରେ ୨ହେକ୍ଟର ଜମି ଥିବା ଚାଷୀ ଉପକୃତ ହେବେ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ଯୋଜନାରେ ଦ୍ୱାରା ୧୨କୋଟି ଚାଷୀ ଉପକୃତ ହେବେ । ସେହିପରି ଗୋମାତାଙ୍କ ସମ୍ମାନ ପାଇଁ କାମଧେନୁ ଯୋଜନା ସରକାର ଆରମ୍ଭ ବୋଲି କହିଛନ୍ତି ।

  •  
    1
    Share
  •  
  • 1
  •  
  •  
  •  
  •  
Loading...

Join The Discussion

Loading...