National/International

ସଂସଦ ଆକ୍ରମଣକୁ ୧୭ ବର୍ଷ ପୂରିଲା

ନୂଆଦିଲ୍ଲୀ: ସଂସଦ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଆଜି ୧୭ ବର୍ଷ ପୂରିଛି । ୨୦୦୧ରେ ମଧ୍ୟାହ୍ନରେ ହଠାତ୍ ଏହି ଆକ୍ରମଣ ହୋଇଥିଲା । ତେବେ ଯବାନ୍ମାନେ ସେମାନଙ୍କର ବୀରତ୍ୱ ପ୍ରଦର୍ଶନ କରି ଏହି ଆକ୍ରମଣର ମୁକାବିଲା କରିଥିଲେ । ଆଜି ୧୭ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶହୀଦ୍ ଯବନ୍ମାନଙ୍କର ବୀରତ୍ୱକୁ ସଲାମ୍ ଜଣାଇଛନ୍ତି । ସେ କହିଛନ୍ତି ଯେ, ସଂସଦର ସୁରକ୍ଷାରେ ଯବାନ୍ମାନେ ଯେଉଁ ପ୍ରାଣବଳୀ ଦେଲେ ତାହା ଅବିସ୍ମରଣୀୟ । ତାହାକୁ କେବେବି ଭୁଲି ହେବ ନାହିଁ । ସେମାନେ ସବୁବେଳେ ଆମର ଚିର ନମସ୍ୟା ହୋଇ ରହିବେ ବୋଲି ସେ କହିଛନ୍ତି ।

Loading...

Join The Discussion

Loading...