National/International

ସମୁଦ୍ର ଭିତରେ ଚାଲିବ ଟ୍ରେନ

  •  
  •  
  •  
  •  
  •  
  •  
  •  
ନୂଆଦିଲ୍ଲୀ:ହାଇପରପୁଲ ଏବଂ ଚାଳକ ବିହୀନ ଫ୍ଲାଇଂ କାର ପରେ ୟୁଏଇ ଭବିଷ୍ୟତରେ  ଆଉ ଏକ ମହତ୍ୱକାଂକ୍ଷି ପ୍ରକଳ୍ପ ଉପରେ ବିଚାର କରୁଛି । ଯାହା ଭାରତ ସହ ଜଡିତ । ନିକଟ ଭବିଷ୍ୟତରେ ଦୁବାଇରୁ ମୁମ୍ବାଇ ମଧ୍ୟରେ ସମୁଦ୍ର ମଧ୍ୟରେ ରେଳ ଚଳାଚଳ କରିବ । ଖଲୀଜ ଟାଇମ୍ସରେ ପ୍ରକାଶିତ ତଥ୍ୟାନୁସାରେ ଆବୁଧାବିରେ ୟୁଏଇ-ଇଣ୍ଡିଆ କନକ୍ଲେଭରେ ନ୍ୟାଶନାଲ ଆଡଭାଇଜର ବ୍ୟୁରୋ ଲିମିଟେଡର ମ୍ୟାନେଜିଂ ଡାଇରେକ୍ଟର ଏବଂ ମୁଖ୍ୟ କନସଲ୍ଟାଂଟ ଅବଦୁଲା ଅଲସେହି ଏନେଇ ଖୁଲାସା କରିଛନ୍ତି । ଅଲସେହି ହେଉଛନ୍ତି ଆଡଭାଇସ ବ୍ୟୁରୋ ଲିମିଟେଡର ଫାଉଣ୍ଡର । ସେ କହିଛନ୍ତି କି ପାଣି ମଧ୍ୟରେ ରେଳ ସଂଯୋଗ ଦ୍ୱାରା ୟୁଏଇ ଏବଂ ଭାରତ ବ୍ୟତୀତ ଅନ୍ୟ ଦେଶକୁ ଫାଇଦା ଦେବ । ଏହା ସାହାଯ୍ୟରେ ତୈଳ ଏବଂ ଅନ୍ୟ ସାମଗ୍ରୀର ଆମଦାନି ରପ୍ତାନି ହୋଇପାରିବ ।  ଏହା ଏକ ଯୋଜନା  । ଆମ ଦେଶ ମୁମ୍ବାଇ ସହ ପାଣି ଭିତରେ ରେଳ ସଂଯୋଗ ସୃଷ୍ଟି କରିବାକୁ ଚାହୁଁଛି । ଫଳରେ ଦ୍ୱିପାକ୍ଷିକ କାରବାର ବୃଦ୍ଧି ପାଇବ । ଭାରତର ନର୍ମଦା ନଦୀକୁ ମଧ୍ୟ ଏଥିରେ ସଂଲଗ୍ନ କରାଯିବ । ଏହି ପରିକଳ୍ପନାକୁ ଅତିଶୀଘ୍ର ବିଚାର କରିବା ଆବଶ୍ୟକ । ଏହି ପରିକଳ୍ପନା ସତ ହେଲେ ଏହି ରେଳ ନେଟୱର୍କ ୨୦୦୦କିମିର ହେବ । ସୂଚନାଯୋଗ୍ୟ କି, ଏପରି ଅନେକ ପ୍ରକଳ୍ପ ବର୍ତମାନ ପାଇପଲାଇନ ଯୋଗେ ଚାଲିଛି । ଭାରତରେ ମୁମ୍ବାଇ ଏବଂ ଅହମ୍ମଦାବାଦ ମଧ୍ୟରେ ବୁଲେଟ ଟ୍ରେନ ପ୍ରକଳ୍ପ ଚାଲିଛି । ଯଦ୍ୱାରା ସମୁଦ୍ର ତଳେ ଟ୍ରେନ ଚଳାଚଳ କରିବ ।
  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...