Home ଦେଶ-ବିଦେଶ ଶିବାଜୀଙ୍କ ଜନ୍ମସ୍ଥାନରୁ ମାଟି ନେଇ ଅଯୋଧ୍ୟା ଯିବେ ଉଦ୍ଧବ

ଶିବାଜୀଙ୍କ ଜନ୍ମସ୍ଥାନରୁ ମାଟି ନେଇ ଅଯୋଧ୍ୟା ଯିବେ ଉଦ୍ଧବ

ମୁମ୍ବାଇ: କିମ୍ବଦନ୍ତୀ ପୁରୁଷ ମହାରାଜ ଛତ୍ରପତି ଶିବାଜୀଙ୍କ ଜନ୍ମସ୍ଥାନ ଶିବନେରୀ ଦୁର୍ଗରୁ ମାଟି ନେଇ ଅଯୋଧ୍ୟା ଯାତ୍ରା କରିବା ନେଇ ସୂଚନା ଦେଇଛନ୍ତି ଶିବସେନା ମୁଖ୍ୟ। ଆସନ୍ତା ୨୫ ତାରିଖରେ ତାଙ୍କର ଅଯୋଧ୍ୟା ଗସ୍ତ କାର୍ଯ୍ୟକ୍ରମ ଅବସରରେ ସେ ଏହି ମାଟି ନେଇ ଯାତ୍ରା କରିବେ।

ପୂର୍ବରୁ ବିଜୟା ଦଶମୀ କାର୍ଯ୍ୟକ୍ରମରେ ଏହି ଗସ୍ତ ବାବଦରେ ସମ୍ୟକ ସୂଚନା ଦେଇ କହିଥିଲେ ସେ ଅଯୋଧ୍ୟାରେ ପହଞ୍ଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ପ୍ରଶ୍ନ କରିବେ। ଉଦ୍ଧବ ଆଜି ମହାରାଷ୍ଟ୍ରର ପୁଣେ ଜିଲ୍ଲାର ଜୁନ୍ନର ନିକଟରେ ଥିବା ଶିବନେରୀ ଦୁର୍ଗରୁ ମାଟି ଆଣିବେ ବୋଲି ତାଙ୍କର ଘନିଷ୍ଠ ସହଯୋଗୀ ହର୍ଶଲ୍‌ ପ୍ରଧାନ ସୂଚନା ଦେଇଛନ୍ତି।

ପ୍ରଧାନ କହିଛନ୍ତି, ଶିବାଜୀ ମହାରାଜ କେବଳ ମହାରାଷ୍ଟ୍ର ପାଇଁ ନୁହେଁ ସମଗ୍ର ଦେଶ ପାଇଁ ଆଦର୍ଶ। ସ୍ୱର୍ଗତ ବାଲାସାହେବ୍‌ ଥାକ୍‌ରେ ମଧ୍ୟ ତାଙ୍କ ଆଦର୍ଶରେ ଚଳି ଆସିଛନ୍ତି ଏବଂ ବର୍ତ୍ତମାନ ଉଦ୍ଧବ ମଧ୍ୟ ସେହି ମାର୍ଗରେ ଅଛନ୍ତି।

ମଙ୍ଗଳବାର ଅଯୋଧ୍ୟା ଗସ୍ତକୁ ନଇ ଉଦ୍ଧବ ନିଶ୍ଚିତ ନଥିବା କହୁଥିଲେ ମଧ୍ୟ ପରେ ଏହି ଗସ୍ତ ଚୂଡ଼ାନ୍ତ ହୋଇଛି। ସେ ଅଯୋଧ୍ୟା ପ୍ରସଙ୍ଗରେ ଏକ ନାରା ମଧ୍ୟ ଆରମ୍ଭ କରିଛନ୍ତି। ତାହା ହେଉଛି, “ପେହେଲେ ମନ୍ଦିର, ଫିର ସରକାର”।

ରାଜ୍ୟର ଖବର

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ : ମେ ୨୩କୁ ଅପେକ୍ଷା

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ସନ୍ଧ୍ୟା ୫ଟା ସୁଦ୍ଧା ଓଡିଶାରେ ୬୪ ପ୍ରତିଶତ ମତଦାନ ହୋଇଛି । ତେବେ ସଂଧ୍ୟା ୬ଟା ସୁଦ୍ଧା ଯେଉଁମାନେ...

ମେ ୨୩ରେ ବିଜେପିର ମେନ୍ ଇଂଜିନ୍ ଲାଇନଚ୍ୟୁତ ହେବ: ନବୀନ

ଭୁବନେଶ୍ୱର : ବିଜେପିର ଡବଲ ଇଂଜିନ୍ ରୁ ୫ଟି ଇଂଜିନ୍ ଲାଇନ୍ଚ୍ୟୁତ ହୋଇଗଲାଣି । ମଧ୍ୟପ୍ରଦେଶ,ରାଜସ୍ଥାନ ,ଛତିଶଗଡ, ପଂଜାବ ଏବେ ସିଙ୍ଗଲ ଇଂଜିନ୍ । ମେ ୨୩ ତାରିଖରେ ବିଜେପିର ମେନ୍ ଇଂଜିନ୍...

୨୩ରେ ପୁଣି ଓଡିଶା ଆସିବେ ମୋଦି

ଭୁବନେଶ୍ୱର : ଆସନ୍ତା ୨୩ ତାରିଖରେ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତରେ ଆସୁଛନ୍ତି । ଏହି ଅବସରରେ ସେ କେନ୍ଦ୍ରାପଡା ଓ ବାଲେଶ୍ୱରରେ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ଯୋଗ...

ଦେଶ-ବିଦେଶ

ମୋଦିଙ୍କର ପତ୍ନୀ କି ପିଲା ନାହାନ୍ତି, ତେଣୁ ସେ ପରିବାରର ଗୁରୁତ୍ୱ ବୁଝି ପାରିବେ କେମିତି ?

ମୁମ୍ବାଇ :ଏନ୍ସିପି ମୁଖ୍ୟ ଶରଦ ପାଓ୍ଵାର ଏମିତି କିଛି କହିଛନ୍ତି ଯାହା ହୁଏତ ମୋଦି ପ୍ରେମୀଙ୍କୁ ବାଧି ପାରେ । ହେଲେ ପାଓ୍ଵାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖାଲି ଜବାବ ଦେଇଛନ୍ତି ।...

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ : ୯୭ ଲୋକସଭା ଆସନ ପାଇଁ ହେବ ଭୋଟ ଗ୍ରହଣ

ନୂଆଦିଲ୍ଲୀ: ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ମତଦାନ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୬ ଆସନରେ ଭୋଟଗ୍ରହଣ କରାଯିବ। ତାମିଲନାଡୁର ଭେଲୋର ଆସନକୁ...

ମୋତେ ଗାଳି କରିବା କଂଗ୍ରେସର ଏକ ଅଭ୍ୟାସରେ ପରିଣତ ହୋଇଛି : ମୋଦି

ସୋଲାପୁର: ଗତକାଲି ଓଡ଼ିଶାରେ ମାରାଥନ୍ ପ୍ରଚାର କରିବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ରରେ ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭାରେ ଯୋଗ ଦେଇ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି...