Home ଦେଶ-ବିଦେଶ ୧୬ବର୍ଷ ବୟସରେ ଦୁଷ୍କର୍ମ ଶିକାର ହୋଇଥିଲି, ଲୋକଲଜ୍ଜା ଭୟରେ ଚୁପ୍ ରହିଥିଲି : ମଡେଲ ପଦ୍ମା...

୧୬ବର୍ଷ ବୟସରେ ଦୁଷ୍କର୍ମ ଶିକାର ହୋଇଥିଲି, ଲୋକଲଜ୍ଜା ଭୟରେ ଚୁପ୍ ରହିଥିଲି : ମଡେଲ ପଦ୍ମା ଲକ୍ଷ୍ମୀ

ନୂଆଦିଲ୍ଲୀ: ସୁପର ମଡେଲ୍‌ ତଥା ଅଭିନେତ୍ରୀ ପଦ୍ମା ଲକ୍ଷ୍ମୀ ଦୀର୍ଘ ୩୨ ବର୍ଷର ବ୍ୟବଧାନ ପରେ ତାଙ୍କ ଜୀବନରେ ଘଟିଥିବା ଏକ ଅଘଟଣ ସଂପର୍କରେ ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ଗତ ମଙ୍ଗଳବାର ଦିନ ନ୍ୟୁୟର୍କ ଟାଇମସ୍‌ରେ ଲେଖିଥିବା ଏକ ଆଲେଖ୍ୟରେ ସେ କହିଛନ୍ତି ଯେ ତାଙ୍କୁ ଯେତେବେଳେ ୧୬ ବର୍ଷ ବୟସ ହୋଇଥିଲା, ସେତେବେଳେ ସେ ଦୁଷ୍କର୍ମର ଶିକାର ହୋଇଥିଲେ।

ନ୍ୟୁୟର୍କ ଟାଇମସ୍‌ରେ ପଦ୍ମା ଲକ୍ଷ୍ମୀଙ୍କର ଏହି ଆଲେଖ୍ୟ ପ୍ରକାଶ ପାଇବା ପରେ ଏହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ସେଦିନ ତାଙ୍କ ସହ ଘଟିଥିବା ଦୁଷ୍କର୍ମ ଘଟଣାର ସବିଶେଷ ବିବରଣୀ ଦେବାକୁ ଯାଇ ପଦ୍ମା ଲକ୍ଷ୍ମୀ ତାଙ୍କ ଆଲେଖ୍ୟରେ ଲେଖିଛନ୍ତି; ‘ଏହି ଘଟଣା ଘଟିଥିଲା ଏକ ନବବର୍ଷର ପୂର୍ବ ରାତିରେ। ଏହି ଘଟଣାର କିଛିଦିନ ପୂର୍ବରୁ ଜନୈକ ଯୁବକଙ୍କ ସହ ମୋର ପ୍ରେମ ସଂପର୍କ ଆରମ୍ଭ ହୋଇଥାଏ।

ସେତେବେଳକୁ ତାଙ୍କର ବୟସ ଥାଏ ୨୩। ନବବର୍ଷ ପାଳନ ଉପଲକ୍ଷେ ଆମେ ସେଦିନ ଆମେ ଏକ ହୋଟେଲରେ ଥାଉ। ମୁଁ ଅତ୍ୟନ୍ତ କ୍ଳାନ୍ତ ଥିଲି। ତାଙ୍କ କଥା ହେଉ ହେଉ ମୁଁ ଶୋଇ ପଡ଼ିଥିଲି। ତେବେ, ନିଘୋଡ଼ ନିଦ୍ରାରେ ଶୋଇଥିବାର ସୁଯୋଗ ନେଇ ସେ ସେଦିନ ରାତିରେ ମୋ ସହ ଦୁଷ୍କର୍ମ କରିଥିଲେ। ଏ ସଂପର୍କରେ ମୋର କୌଣସି ପୂର୍ବ ଧାରଣା ନଥିଲା। ସେଥିପାଇଁ ଏ ସଂପର୍କରେ ମୁଁ କିଛି ଜାଣି ପାରିଲି ନାହିଁ। କିନ୍ତୁ, ସକାଳୁ ଅସହ୍ୟ ଯନ୍ତ୍ରଣାରେ ଶଯ୍ୟାତ୍ୟାଗ କରିଥିଲି। ସେଦିନ ମୁଁ ଆଦୌ ମଦ୍ୟପାନ କରି ନଥିଲି। ତଥାପି ଭାବିଲି ଏ ଘଟଣାରେ ମୋର ଭୁଲ ଅଛି। ସେଥିପାଇଁ ଅନେକ ଦିନ ପର୍ଯ୍ୟନ୍ତ କାହା ସହ ଭଲରେ କଥାବାର୍ତ୍ତା ହୋଇପାରି ନଥିଲି।’

ରାଜ୍ୟର ଖବର

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

୫ଜଣଙ୍କ ଜୀବନ ନେଲା ହାତୀ

ଅନଗୁଳ: ଗୁରୁବାର ମଧ୍ୟ ରାତ୍ରୀରେ ଅନୁଗୋଳ ଜିଲ୍ଲା ତାଳଚେରରେ ହାତୀ ଆକ୍ରମଣରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ତାଳଚେର ଅନ୍ତର୍ଗତ ଷଣ୍ଢଗାଁରେ ମଧ୍ୟରାତ୍ରରେ ପଲେ ହାତୀ ପଶି ଗୋଟିଏ ଗ୍ରାମର ୪ ଜଣ...

୬ ବୁଥ୍ ରେ ସାନି ମତଦାନ ପାଇଁ ସୁପାରିଶ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ସମୟରେ ୬ଟି ବୁଥରେ ପରି·ଳନାଗତ ତ୍ରୁଟି ଦେଖା ଦେଇଛି । ବଣାଇର ୧୨୯ ନଂ ବୁଥ୍ , ସୁନ୍ଦରଗଡର ୨୧୩ ନମ୍ବର...

ଦେଶ-ବିଦେଶ

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...

ବିଏସପି ସମର୍ଥକ ଭୋଟ୍ ଦେଲେ ବିଜେପିରେ, ପଶ୍ଚାତାପ କରି ନିଜ ଅଙ୍ଗୁଳି କାଟିଲେ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବୁଲନ୍ଦସହରରେ ଘଟିଛି ଏକ ଅଭାବନୀୟ ଘଟଣା। ଭୁଲରେ ଭାଜପାକୁ ଭୋଟ ଦେଇଥିବାରୁ ନିର୍ବାଚନ ଚିହ୍ନ ଲାଗିଥିବା ଅଙ୍ଗୁଳିକୁ କାଟିଦେଇଛନ୍ତି ଜଣେ ଯୁବକ। ସୂଚନାଯୋଗ୍ୟ, ବୁଳନ୍ଦସହରର ଶିକାରପୁର ଅଞ୍ଚଳର ଜଣେ ଦଳିତ...