Home ଦେଶ-ବିଦେଶ ବିଜେପି-ଜେଡିୟୁ ୨୦-୨୦ ଫର୍ମୁଲାରେ ଲଢିବେ ନିର୍ବାଚନ

ବିଜେପି-ଜେଡିୟୁ ୨୦-୨୦ ଫର୍ମୁଲାରେ ଲଢିବେ ନିର୍ବାଚନ

ବିହାର,:୨୦୧୯ ସାଧାରଣ ନିର୍ବାଚନକୁ ନଜରରେ ରଖି ଭାରତୀୟ ଜନତା ପାର୍ଟି ଏବଂ ଜେଡିୟୁ ମଧ୍ୟରେ ୨୦-୨୦ ଫର୍ମୁଲାରେ ସିଟ୍ ଭାଗବଂଟା ହେବ ବୋଲି ସ୍ଥିର ହୋଇଛି । ଏହା ସହ ସେପ୍ଟେମ୍ବର ୧୬ ମଧ୍ୟରେ ସିଟ୍ ଭାଗବଂଟା ନେଇ ବିଧୀବଦ୍ଧ ଭାବେ ଘୋଷଣା କରାଯିବା ନେଇ ସୂଚନା ମିଳିଛି । ତେବେ ବିଶ୍ୱସ୍ତସୂତ୍ରରୁ ମିଳିଥିବା ସୂଚନା ମୁତାବକ ଉଭୟ ଭାଜପା ଏବଂ ଜେଡିୟୁ ସମେତ ଅନ୍ୟ ଦଳ ୨୦ଟି ଲେଖାଏଁ ଆସନରେ ନିଜ ପ୍ରାର୍ଥୀଙ୍କୁ ଛିଡା କରାଇବେ । ୪୦ ଆସନ ବିଶିଷ୍ଟ ଲୋକସଭା ଆସନରୁ ଜେଡିୟୁ ୧୨ଟି ଆସନରେ ଲଢିବାନେଇ ସ୍ଥିର ହୋଇଛି । ତେବେ ଏନଡିଏ ସହଯୋଗୀ ଲୋକ ଜନଶକ୍ତି ପାର୍ଟିକୁ ମଧ୍ୟ ଦୁଇଟି ଆସନ ଛଡାଯିବ ବୋଲି ଖବର ମିଳିଛି  ।

କିଛି ଦିନ ତଳେ ଲୋକ ସମତା ପାର୍ଟିର ମୁଖ୍ୟ ଉପେନ୍ଦ୍ର କୁଶବାହା ଏନଡିଏରୁ ଦୂରତା ଅବଲମ୍ବନ କରିବା ସହ ଲାଲୁ ଯାଦବଙ୍କ ସହ ସମ୍ପର୍କ ବୃଦ୍ଧି କରିଥିଲେ । ତେଣୁ ଏଲଏସପିକୁ କେତେ ଆସନ ଦିଆଯିବ ସେନେଇ କୌଣସି ସୂଚନା ମିଳିନାହିଁ ।

ସୂଚନାଯୋଗ୍ୟ କି, କିଛି ଦିନ ଧରି ବିଜେପି ଏବଂ ଜେଡିୟୁ ମଧ୍ୟରେ ଆସନ ଭାଗବଂଟାକୁ ନେଇ ସମ୍ପର୍କ ତିକ୍ତ ହେବାରେ ଲାଗିଥିଲା । ଫଳରେ ନୀତିଶ କୁମାର ଏବଂ ଅମିତ ଶାହା ଏନେଇ ଆଲୋଚନା କରି ବିବାଦର ସମାଧାନ କରିଥିଲେ । ଏହା ସହ ଆସନ ଭାଗବଂଟା ନେଇ ଆସନ୍ତା ମାସ ୧୬ ତାରିଖରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଔପଚାରିକ ଭାବେ ଘୋଷଣା କରାଯିବ ବୋଲି ଜେଡିୟୁ ରାଜ୍ୟ ସଭାପତି ବଶିଷ୍ଠ ନାରାୟଣ ସିଂ କହିଛନ୍ତି ।

ରାଜ୍ୟର ଖବର

ବିଜେପି ରାଜ୍ୟରେ ଏକ ତରଫା ଭାବେ ସରକାର ଗଢିବ : ଅରୁଣ ସିଂ

ଭୁବନେଶ୍ୱର:ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ବିଜେପି ପ୍ରଭାରୀ ଅରୁଣ ସିଂହ ପ୍ରତିକ୍ରିୟା ଦେଇ ଚଳିତ ନିର୍ବାଚନରେ ବିଜେପି ଜିତି ସରକାର ଗଢିବ ବୋଲି କହିଛନ୍ତି ।ଭୁବନେଶ୍ୱରରେ  ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ...

ପାଟକୁରା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ

ଭୁବନେଶ୍ୱର: ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କର ଶନିବାର ପୂର୍ବାହ୍ନରେ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ...

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

ଦେଶ-ବିଦେଶ

ପୁଣି ଉଡାଇବେ ଯୁଦ୍ଧ ବିମାନ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଖୁବ୍‌ଶୀଘ୍ର ଯୁଦ୍ଧ ବିମାନ ଉଡାଇ ପାରିବେ ବୋଲି ସୂଚନା ମିଳିଛି। ଏଥିପାଇଁ ତାଙ୍କୁ ବେଙ୍ଗାଲୁରରେ ଥିବା ଇନଷ୍ଟିଚ୍ୟୁଟ ଅଫ୍‌ ଏରୋସ୍ପେଶ ମେଡିସିନ(ଆଇଏଏମ୍‌)ର...

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...