National/International

ସାବତ ମା’ର ଇଶାରାରେ ଝିଅକୁ ଗଣ ବଳାତ୍କାର ପରେ ହତ୍ୟା

  •  
  • 12
  •  
  •  
  •  
  •  
  •  
    12
    Shares

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଘଟିଛି ଏକ ଅଘଟଣ। ସାବତ ମା’ଙ୍କ ଇଶାରାରେ ଜଣେ ନାବାଳିକାଙ୍କୁ ଗଣବଳାତ୍କାର ପରେ କରାଯାଇଛି ହତ୍ୟା। ବାରମୂଳାରେ ବାସ କରୁଥିବା ଏହି ନାବାଳିକା ଗତ ୨୩ ଅଗଷ୍ଟଠାରୁ ନିଖୋଜ ଥିତ୍ବା ପୋଲିସ ଥାନାରେ ତାଙ୍କ ପିତା ଅଭିଯୋଗ କରିଥିଲେ। ପୋଲିସ ସୂଚନା ଅନୁସାରେ, ସମ୍ପୃକ୍ତ ନାବାଳିକାଙ୍କ ପିତା ଦୁଇଜଣଙ୍କୁ ବିବାହ କରିଛନ୍ତି। ସେଥିମଧ୍ୟରୁ ଜଣେ ସ୍ତ୍ରୀ କଶ୍ମୀରରେ ରହୁଥିବାବେଳେ ଅନ୍ୟ ଜଣେ ଝାଡ଼ଖଣ୍ଡରେ ରହୁଛନ୍ତି। ସାବତ ମା’ଙ୍କ ଇଶାରାରେ ତାଙ୍କ ୧୪ ବର୍ଷ ବୟସ୍କ ପୁଅ ଏବଂ ସାଙ୍ଗମାନେ ନାବାଳିକାଙ୍କୁ ଗଣବଳାତ୍କାର କରିଥିଲେ। ପରେ ସାବତ ମା’ ନାବାଳିକାଙ୍କୁ ହତ୍ୟା କରିଥିଲେ। ସେପ୍ଟମ୍ବର ୨ ତାରିଖରେ ନାବାଳିକାଙ୍କ ଅର୍ଦ୍ଧଗଳିତ ମୃତଦେହ ନିକଟସ୍ଥ ଜଙ୍ଗଲରୁ ମିଳିଥିଲା। ପୋଲିସ ସନ୍ଦେହ କରି ସାବତ ମା’ଙ୍କୁ ପଚରା ଉଚରା ପରେ ସତକଥା ଜଣାପଡ଼ିଥିଲା। ହତ୍ୟା ପରେ ନାବାଳିକାଙ୍କ ଆଖି ତାଡ଼ିନେବା ସହିତ ଯୌନାଙ୍ଗରେ ଏସିଡ଼ ପକାଯାଇଥିବା କୁହାଯାଉଛି। ପୋଲିସ ସାବତ ମା’ତାଙ୍କ ନାବଳକ ପୁତ୍ର ଏବଂ ଅପରାଧରେ ସହାୟତା କରିଥିବା ଅନ୍ୟ ସାଙ୍ଗମାନଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି।
  •  
    12
    Shares
  •  
  • 12
  •  
  •  
  •  
  •  
Loading...

Join The Discussion

Loading...