Home ଦେଶ-ବିଦେଶ ଅନୁପ୍ରବେଶ ଅପେକ୍ଷାରେ ୧୬୦ ଆତଙ୍କବାଦୀ

ଅନୁପ୍ରବେଶ ଅପେକ୍ଷାରେ ୧୬୦ ଆତଙ୍କବାଦୀ

ଜମ୍ମୁ, : ଭାରତ ପକ୍ଷରୁ ସର୍ଜିକାଲ ଷ୍ଟ୍ରାଇକ୍ କରାଯାଇ ପାକିସ୍ତାନ ସୀମାରେ ଆତଙ୍କୀଙ୍କ ବହୁ ଲଞ୍ଚ ପ୍ୟାଡ୍ ନଷ୍ଟ କରାଯାଇଥିଲା । କିନ୍ତୁ ସେହି ସ୍ଥିତି ଏବେ ବି ବଳବତ୍ତର ରହିଛି । ନିୟନ୍ତ୍ରଣରେଖା ଆରପଟେ ୧୬୦ ଆତଙ୍କବାଦୀ ଭାରତ ସୀମାରେ ଅନୁପ୍ରବେଶ କରିବା ଲାଗି ଅପେକ୍ଷା କରିଛନ୍ତି ବୋଲି ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଲେଫ୍ଟନାଣ୍ଟ୍ ଜେନେରାଲ ପରମଜିତ୍ ସିଂହ ନାଗ୍ରୋଟାର ହ୍ୱାଇଟ୍ ନାଇଟ୍ କୋର୍ ଜିଓସି (ଜେନେରାଲ ଅଫିସର କମାଣ୍ଡିଂ) ଭାବେ ଦାୟିତ୍ୱ ଗ୍ରହଣ କରିବା ଅବସରରେ ଏହା କହିଛନ୍ତି । ସେ କହିଛନ୍ତି, ପାକିସ୍ତାନର ନୀତି ଓ ଉଦ୍ଦେଶ୍ୟ ପରିବର୍ତ୍ତନ ହେଲେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ରୋକାଯାଇ ପାରିବ । ଜମ୍ମୁ-କଶ୍ମୀରର ୩ଟି ରିଜିଅନ୍ରେ କାର୍ଯ୍ୟ କରିଥିବା ଲେଫ୍ଟନାଣ୍ଟ ଜେନେରାଲ ସିଂହ କହିଛନ୍ତି, ପାକିସ୍ତାନ ସୀମାର ବିଭିନ୍ନ ସ୍ଥାନରେ ୧୪୦ରୁ ୧୬୦ ପର୍ଯ୍ୟନ୍ତ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ପ୍ରସ୍ତୁତ ରହିଛନ୍ତି । ସମୁଦ୍ର ପତ୍ତନ ଠାରୁ ବହୁ ଉଚ୍ଚରେ ଲଢ଼େଇ କରିବାର ଅଭିଜ୍ଞତା ଅର୍ଜନ କରିଥିବା ଲେଫ୍ଟନାଣ୍ଟ ଜେନେରାଲ ସିଂହ କହିଛନ୍ତି, ସୀମାରେ ଆତଙ୍କୀଙ୍କ ତାଲିମ ଶିବିରଗୁଡ଼ିକ ପୂର୍ବପରି କାର୍ଯ୍ୟ କରୁଛି । ଇତିମଧ୍ୟରେ ପାକିସ୍ତାନର ମତିଗତିରେ ମଧ୍ୟ କୌଣସି ପରିବର୍ତ୍ତନ ଘଟିନାହିଁ । ପାକିସ୍ତାନ ସେନା ଓ ଗୋଇନ୍ଦା ସଂସ୍ଥା ଆଇଏସ୍ଆଇ ସର୍ବଦା ଆତଙ୍କବାଦୀଙ୍କୁ ଭାରତ ସୀମାରେ ଅନୁପ୍ରବେଶ କରାଇବା ଲାଗି ଯୋଜନା ଚଳାଇଛି । ପାକିସ୍ତାନ ସେନାର ଅସ୍ତ୍ର ବିରତି ଉଲ୍ଲଂଘନ ସମ୍ପର୍କରେ ପ୍ରଶ୍ନ ହେବାରୁ ଏହି ବରିଷ୍ଠ ସେନା ଅଧିକାରୀ କହିଛନ୍ତି, ଦୁଇ ଦେଶର ଡିଜିଏମ୍ଓ ସ୍ତରରେ ଆଲୋଚନା ପରେ ପରିସ୍ଥିତିରେ ଉନ୍ନତି ଘଟିଛି । ଏଲିଟ୍ ପାରାଚ୍ୟୁଟ୍ ରେଜିମେଣ୍ଟ୍ର ସେନା ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲ ସିଂହଙ୍କୁ ଶୀତ ସମୟରେ ସେନା ପାଇଁ ଚାଲେଞ୍ଜ୍ଗୁଡ଼ିକ ସମ୍ପର୍କରେ ପ୍ରଶ୍ନ ହେବାରୁ ସେ କହିଛନ୍ତି, ଏଲ୍ଓସିରେ ବରଫ ପଡ଼ିବା ପରେ ପରେ ପାକିସ୍ତାନ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ଲାଗି ନିରନ୍ତର ଉଦ୍ୟମ କରିବ । କିନ୍ତୁ ସେନା ଏଥିପାଇଁ ପ୍ରସ୍ତୁତ ରହିଛି ।

ରାଜ୍ୟର ଖବର

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

୫ଜଣଙ୍କ ଜୀବନ ନେଲା ହାତୀ

ଅନଗୁଳ: ଗୁରୁବାର ମଧ୍ୟ ରାତ୍ରୀରେ ଅନୁଗୋଳ ଜିଲ୍ଲା ତାଳଚେରରେ ହାତୀ ଆକ୍ରମଣରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ତାଳଚେର ଅନ୍ତର୍ଗତ ଷଣ୍ଢଗାଁରେ ମଧ୍ୟରାତ୍ରରେ ପଲେ ହାତୀ ପଶି ଗୋଟିଏ ଗ୍ରାମର ୪ ଜଣ...

୬ ବୁଥ୍ ରେ ସାନି ମତଦାନ ପାଇଁ ସୁପାରିଶ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ସମୟରେ ୬ଟି ବୁଥରେ ପରି·ଳନାଗତ ତ୍ରୁଟି ଦେଖା ଦେଇଛି । ବଣାଇର ୧୨୯ ନଂ ବୁଥ୍ , ସୁନ୍ଦରଗଡର ୨୧୩ ନମ୍ବର...

ଦେଶ-ବିଦେଶ

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...

ବିଏସପି ସମର୍ଥକ ଭୋଟ୍ ଦେଲେ ବିଜେପିରେ, ପଶ୍ଚାତାପ କରି ନିଜ ଅଙ୍ଗୁଳି କାଟିଲେ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବୁଲନ୍ଦସହରରେ ଘଟିଛି ଏକ ଅଭାବନୀୟ ଘଟଣା। ଭୁଲରେ ଭାଜପାକୁ ଭୋଟ ଦେଇଥିବାରୁ ନିର୍ବାଚନ ଚିହ୍ନ ଲାଗିଥିବା ଅଙ୍ଗୁଳିକୁ କାଟିଦେଇଛନ୍ତି ଜଣେ ଯୁବକ। ସୂଚନାଯୋଗ୍ୟ, ବୁଳନ୍ଦସହରର ଶିକାରପୁର ଅଞ୍ଚଳର ଜଣେ ଦଳିତ...