National/International

ସପ୍ତାହକ ୫ଦିନ ହେଉ କାର୍ଯ୍ୟ ଦିବସ ଘୋଷଣା କରାଯାଉ

  •  
  •  
  •  
  •  
  •  
  •  
  •  

ବେଙ୍ଗାଲୁର: କର୍ନାଟକର ସମାଜ କଲ୍ୟାଣ ମନ୍ତ୍ରୀ ପ୍ରିୟଙ୍କ ଖର୍ଗେ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀଙ୍କ ନିକଟରେ ଏକ ପ୍ରସ୍ତାବ ଉପସ୍ଥାପନ କରି ପତ୍ର ଲେଖିଛନ୍ତି। ଖର୍ଗେ କହିଛନ୍ତି ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ସପ୍ତାହକ ୫ଟି କାର୍ଯ୍ୟଦିବସ ଘୋଷଣା କରାଯାଉ। ଏହାଦ୍ୱାରା କାର୍ଯ୍ୟ କରିବାରରେ ଆଗ୍ରହ ପ୍ରକାଶ ପାଇବା ସହ କାମ ଭଲ ହେବ ବୋଲି ସେ ଉଲ୍ଲେଖ କରିଛନ୍ତି। କେତେଜଣ ରାଜ୍ୟ ସରକାରଙ୍କ କର୍ମଚାରୀ ତାଙ୍କ ନିକଟରେ ଏହି ଦାବି ଉପସ୍ଥାପନ କରିଥିବାରୁ  ସେ ଏସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଅନୁମତି ଲୋଡିଛନ୍ତି। ସୂଚନାଯୋଗ୍ୟ, ଅଗଷ୍ଟ ୨୯ରେ ସେ ଏହି ଚିଠିଟି ଲେଖିଥିବା ବେଳେ ସୋମବାର ଏହା ଗଣମାଧ୍ୟମ ନଜରକୁ ଆସିଛି।

  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...