National/International

ଚରିତ୍ର ସନ୍ଦେହ କରି ଝିଅକୁ ପୋଡି ମାରିଲେ ମାତାପିତା

  •  
  •  
  •  
  •  
  •  
  •  
  •  

ଜୟପୁର: ରାଜସ୍ଥାନ ଫାଗି ଅନ୍ତର୍ଗତ ଶଙ୍କରପୁରା ଗାଁର ଘଟିଛି ଏକ ଅଭାବନୀୟ ଘଟଣା। ଝିଅର ଚରିତ୍ର ଉପରେ ସାହିପଡ଼ିଶାରେ ଆଲୋଚନା ହେବାରୁ ମାତାପିତା ଚିନ୍ତାରେ ପଡ଼ିଥିଲେ। ଶେଷରେ ସମ୍ମାନ ରକ୍ଷା କରିବା ଲାଗି ଝିଅକୁ ନିଆଁରେ ପୋଡ଼ି ଯୋଜନାବଦ୍ଧ ଭାବେ ହତ୍ୟା କରିଥିଲେ। ପୋଲିସ ଅଧୀକ୍ଷକ ଅଜୟପାଲ ଲାମ୍ବାଙ୍କ ନିର୍ଦ୍ଦେଶରେ ଅତିରିକ୍ତ ପୋଲି ଅଧୀକ୍ଷକ ରାଜେଶ କୁମାର ଯାଦବ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ପାରିପାର୍ଶ୍ୱିକ ସ୍ଥିତି ତଥା ସାକ୍ଷୀଙ୍କ ବୟାନ ଆଧାରରେ ପୋଲିସ ଅଭିଯୁକ୍ତ ମାତାପିତା ପରମା ଦେବୀ ଏବଂ ଗୋପାଳ ଗୋସ୍ବାମୀଙ୍କୁ ଗିରଫ କରିଛନ୍ତି। ୧୫ ବର୍ଷ ବୟସ୍କା ଝିଅ ପ୍ରୀତି କୁମାରୀଙ୍କ ଚରିତ୍ର ନେଇ ସାହିପଡ଼ିଶାରେ ନାନା ପ୍ରକାର ଆଲୋଚନା ହେବାରୁ ମାତାପିତା ଏପରି କରିଥିବା ପଚରାଉଚରା ସମୟରେ ପୋଲିସ ସମ୍ମୁଖରେ ପ୍ରକାଶ କରିଛନ୍ତି।

  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...