National/International

କନଷ୍ଟେବଳ ମାଆର ମମତା

  •  
  • 1
  •  
  •  
  •  
  •  
  •  
    1
    Share

ଝାନ୍‌ସୀ : ଉତ୍ତର ପ୍ରଦେଶର ଝାନ୍‌ସୀରେ କନଷ୍ଟେବଳ ଭାବେ କାର୍ଯ୍ୟ କରନ୍ତି ଅର୍ଚ୍ଚନା ଜୟନ୍ତ। ମା’ର ମମତା ସହ ନିଜ କର୍ତ୍ତବ୍ୟରେ ସେ କେବେ ଅବହେଳା କରନ୍ତି ନାହିଁ ବୋଲି ଜଣାପଡିଛି। କାରଣ ସେ ତାଙ୍କ ୬ ମାସର ଝିଅକୁ ସାଙ୍ଗରେ ଧରି ଡ୍ୟୁଟି କରୁଥିବାର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏନ୍‌ଡିଟିଭିର ସୂଚନା ଅନୁଯାୟୀ, କିଛିଦିନ ତଳେ ଅର୍ଚ୍ଚନାଙ୍କର ଡ୍ୟୁଟି କୋତଓ୍ବାଲିର ଏକ ପରୀକ୍ଷା କେନ୍ଦ୍ରରେ ପଡିଥିଲା। ହେଲେ ପରୀକ୍ଷା କେନ୍ଦ୍ର ବଦଳରେ ତାଙ୍କର ଡ୍ୟୁଟି ରିଶେପଶନ୍‌ କାଉଣ୍ଟରେ ଥିବା ସେ ଜାଣିବାକୁ ପାଇଥିଲେ। ସେଠାରେ ସେ ତାଙ୍କର ୬ମାସର ଶିଶୁ କନ୍ୟାକୁ ନେଇ ଡ୍ୟୁଟି ଆରମ୍ଭ କରି ଦେଇଥିଲେ। ସେହି ସମୟର ଏକ ଫଟୋ କେହିଜଣେ ଉଠାଇବା ସହ ଏହାକୁ ସୋସିଆଲ ମିଡିଆରେ ଅପ୍‌ଲୋଡ୍‌ କରିଦେଇଥିଲେ। ଏହାପରେ ଏହି ଫଟୋକୁ ଦେଖି ଅର୍ଚ୍ଚନାଙ୍କର ପ୍ରଶଂସା କରିଥିଲେ ଅନେକ ସୋସିଆଲ ମିଡିଆ ୟୁଜର୍‌।

  •  
    1
    Share
  •  
  • 1
  •  
  •  
  •  
  •  
Loading...

Join The Discussion

Loading...