Home ଦେଶ-ବିଦେଶ ସୀମାନ୍ତରୁ ସେନ୍ୟ ହଟାଇବା ନେଇ ଚୀନ ଭାରତ ମୁହାଁ ମୁହିଁ

ସୀମାନ୍ତରୁ ସେନ୍ୟ ହଟାଇବା ନେଇ ଚୀନ ଭାରତ ମୁହାଁ ମୁହିଁ

ମେଟ୍ରୋ ଟିଭି ବ୍ୟୁରୋ : ଥମିବାର ନାଁ ଧରୁନି ଭାରତ-ଚୀନ ମଧ୍ୟରେ ସୀମା ବିବାଦ । ଆଜି ପର୍ଯ୍ୟନ୍ତ ବି ପୂର୍ବ ଲଦାଖର ଏଲଏସିରେ ବିବାଦ ଲାଗିରହିଛି । ବିବାଦର ସମାଧାନ ପାଇଁ ଉଭୟ ପକ୍ଷରୁ ବୈଠକ କରାଯାଇଥିଲେ ମଧ୍ୟ କୈାଣସି ସୁଫଳ ମିଳିପାରିନାହିଁ । ଏପରିସ୍ଥଳରେ ଚାଇନା ଭାରତ ସମ୍ମୁଖରେ ନୂଆ ସର୍ତ୍ତ ରଖିଛି । ଚୀନ କହିଛି ଯେ, ପୋଙ୍ଗାଙ୍ଗ ହ୍ରଦର ଦକ୍ଷିଣ ଅଚଂଳର ଆଡଭାନ୍ସଡ୍ ପୋଜିଶନରୁ ଭାରତୀୟ ସେନା ହଟନ୍ତୁ ।ସେହିପରି ଭାରତ ପକ୍ଷରୁ ଏହାର କଡା ବିରୋଧ କରାଯାଇଛି । ଭାରତ ରୋକଠୋକ କହିଛି ଯେ, ଏକାସାଙ୍ଗରେ ଦୁଇପକ୍ଷ ପଛକୁ ହଟିବେ । ଏହା ସହିତ ଭାରତ କହିଛି, ପୋଙ୍ଗାଙ୍ଗର ଉତ୍ତର ଅଚଂଳରୁ ଚାଇନା ସୈନ୍ୟ ବାହିନୀ ବ ହଟିଲେ ଭାରତ ପାଦେ ବି ପଛକୁ ହଟିବ ନାହିଁ । ସୀମାରେ କୈାଣିସି ପ୍ରକାର ଏକ ତରଫା ହଟିବା କାର୍ଯ୍ୟ ସମ୍ଭବ ନୁହେଁ । ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଦୁଇପକ୍ଷ ସମାନ ଭାବେ ପଛକୁ ହଟିବା ଆବଶ୍ୟକ ବୋଲି ଭାରତ କହିଛି । ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର କହିଛନ୍ତି ଯେ, ଚାଇନା ଏଲଏସିରେ ଅସ୍ତ୍ରଶସ୍ତ୍ର ଠୁଳ କରିବାରେ ଲାଗିଛି । ଏହାଦ୍ୱାରା ସୀମାରେ ସ୍ୱାଭାବିକ ସ୍ଥିତି ଜାରି ରହିପାରୁ ନାହିଁ । ସୀମାରେ ଘଟିଥିବା ସଂଘର୍ଷ ଯୋଗୁଁ ୩୦ ବର୍ଷର ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ସେ କହିଛନ୍ତି ।

ରାଜ୍ୟର ଖବର

ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଦେଖିପ।ରିବେନି ଭକ୍ତ

ମେଟ୍ରୋ ଟିଭି ବ୍ୟୁରୋ :ଆସନ୍ତା ୨୭ ତାରିଖରେ ଜଗତରନାଥ ଜଗନ୍ନାଥଙ୍କର ବହୁ ପ୍ରତିକ୍ଷିତ ନାଗାର୍ଜୁନ ବେଶ ପ୍ରତିଷ୍ଠିତ ହେବ । ଭିତର କାଠ ନିକଟରେ ହେବାକୁ ଥିବା ଏହି ଦୁର୍ଲଭ ନାଗାର୍ଜୁନ ବେଶକୁ...

ନକଲି ଓ ଅସଲି ସାମ୍ବାଦିକ ଚାନ୍ଦା ମାଗି ପୋଲିସ ଜାଲରେ ; ଓଡିଶାରେ ହଇଚଇ

ମେଟ୍ରୋ ଟିଭି ବ୍ୟୁରୋ : ନକଲି ସାମ୍ବାଦିକଙ୍କ ପରେ ଖୋଲିଲା ଅସଲି ସାମ୍ବାଦିକଙ୍କ ଗୁମର । ନକଲି ପରେ ପୁଣି ୩ ଜଣ ଅସଲି ସାମ୍ବାଦିକ, ବଟି ମାଗି ଗିରଫ ହୋଇଥିବା ଜଣାପଡିଛି...

ଚାନ୍ଦିରେ ଚମକିବ ଶ୍ରୀମନ୍ଦିର ଦ୍ୱାର

ମେଟ୍ରୋ ଟିଭି ବ୍ୟୁରୋ : ରୁପା ଛାଉଣୀରେ ଝଟକିବ ଶ୍ରୀମନ୍ଦିରର ୮ଟି ଦ୍ୱାର । ସାତପାହାଚ ଦ୍ୱାର, ବେହରଣ ଦ୍ୱାର, କଳାହାଟ ଦ୍ୱାର ଓ ଜୟବିଜୟ ଦ୍ୱାର ସହିତ ଶ୍ଚିମ ଭୋଗ ମଣ୍ଡ,...

ଦେଶ-ବିଦେଶ

ବିହାର ପ୍ରଥମ ପର୍ଯ୍ୟାୟ ଭୋଟ ; ଇଭିଏମରେ ବହୁନେତାଙ୍କ ଭାଗ୍ୟ

ମେଟ୍ରୋ ଟିଭି ବ୍ୟୁରୋ : କୋଭିଡ୍ ଘନଘଟା ଓ କାଁଭାଁ ଗଣ୍ଡଗୋଳ ମଧ୍ୟରେ ଆରମ୍ଭ ହୋଇଛି ବିହାର ବିଧାନସଭା ନିର୍ବାଚନ । ମୋଟ୍ ୨୪୩ ଆସନ ମଧ୍ୟରୁ ଆଜି ୭୧ ଆସନରେ ଭୋଟ୍‌ଗ୍ରହଣ...

ଜାମ୍ମୁ-କାଶ୍ମରୀ,ଲଦାଖରେ ଜମି କିଣି ପାରିବେ ପ୍ରତି ଭାରତୀୟ

ମେଟ୍ରୋ ଟିଭି ବ୍ୟୁରୋ : ଜାମ୍ମୁ କାଶ୍ମୀର ପୁର୍ନଗଠନର ପରେ ଏଣିକି ଦେଶର ଯେକୈାଣସି ଭାରତୀୟ ନାଗରିକ ଦୁଇ କେନ୍ଦ୍ରଶାସିତ ଅଚଂଳ ଜାମ୍ମୁ-କାଶ୍ମିରୀ ଓ ଲଦାଖରେ ଜମି କିଣିପାରିବେ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରାଳୟ...

ନଭେମ୍ବର ୩୦ ଯାଏଁ ଅନଲକ ୬.୦ ; ଗାଇଡଲାଇନ ଜାରି କଲେ କେନ୍ଦ୍ରସରକାର

ମେଟ୍ରୋ ଟିଭି ବ୍ୟୁରୋ : ନଭେମ୍ବର ୩୦ ଯାଏଁ ଦେଶରେ କରୋନା ସଂକ୍ରମଣ ଯୋଗୁଁ ଅନଲକ ୬.୦ର ଗାଇଡ ଲାଇନ୍ ଜାରି କଲେ କେନ୍ଦ୍ର ସରକାର । କରୋନା ସଂକ୍ରମଣ ଯୋଗୁଁ ଚିହ୍ନଟ...