Home ଦେଶ-ବିଦେଶ ଚୀନ ଆକାଶରେ ୩ଟି ସୂର୍ଯ୍ୟ

ଚୀନ ଆକାଶରେ ୩ଟି ସୂର୍ଯ୍ୟ

ମେଟ୍ରୋ ଟିଭି ବ୍ୟୁରୋ : ଚୀନ ଆକାଶରେ ଏକାକାଳୀନ ତିନୋଟି ସୂର୍ଯ୍ୟ । ଯାହା ସହରବାସୀଙ୍କୁ ଆଶ୍ଚର୍ଯ୍ୟ କରିବା ସହ ସାରା ବିଶ୍ୱରେ ଆଲୋଚନା ବିଷୟ ହୋଇଛି । ସକାଳ ସାଢେ ୬ ଟାରୁ ୯ଟା ପର୍ଯ୍ୟନ୍ତ ରହିଥିବା ଏହି ମହାଜାଗତିକ ଦୃଶ୍ୟର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବାରେ ଲାଗିଛି । ଏହି ଭିଡିଓରେ ନୀଳ ଆକଶାରେ ବାସ୍ତବ ସ୍ୟର୍ଯ୍ୟର ଦୁଇ ପାଶ୍ୱରେ ଏକ ସରଳରେଖାରେ ଅବସ୍ଥିତ ଦୁଇଟି ଆଭାସୀ ସର୍ଯ୍ୟ ଜାଜୁଲ୍ୟମାନ ହେଉଥିବା ଦେଖାଯାଇଛି । ଏ ପ୍ରକାର ଅସ୍ୱାଭାବିକ ଦୃଷ୍ଟିଭ୍ରାନ୍ତି ଆଣିଥିବା ପ୍ରାକୃତିକ ପ୍ରକ୍ରିୟାକୁ ‘ସନଡଗ’ କୁହାଯାଏ ,ଯାହା କି ସାଧାରଣଃ ସ୍ୟର୍ଯ୍ୟ ବଳୟରେ ହିଁ ଦୃଶ୍ୟମାନ ହୋଇଥାଏ । ସେହିପରି ବିଜ୍ଞାନ ପତ୍ରିକା ଲାଇଭ ସାଇନ୍ସରେ କୁହାଯାଇଛି ଯେ, ବାୟୁକଣାରେ ଝୁଲି ରହିଥିବା ତୁଷାର ସ୍ପଟିକ ଦେଇ ସୈାରରଶ୍ମି ଅତିକ୍ରମ କଲା ବେଳେ ଏଭଳି ପ୍ରାକୃତିକ ପ୍ରକ୍ରିୟା ସଂପନ୍ନ ହୋଇଥାଏ । ସେପଟେ ନାସା କହିଛି ଯେ, ବିଶେଷ କରି ସୂର୍ଯ୍ୟାଲୋକ ଗୋଟିଏ ଥାଳିଆ ଆକୃତିର ତୁଷାର ସ୍ପଟିକ ଖଣ୍ଡରୁ ନିର୍ଗତ ହୋଇ ତାହା ସହ ୬୦ ଡିଗ୍ରି କୋଣରେ ଆନତ୍ୟ ଅନ୍ୟ ଏକ ଅନୁରୂପ ତୁଷାର ସ୍ପଟିକରେ ଆପତିତ ହେଲେ ଏଭଳି ପ୍ରଭାମଣ୍ଡଳ ସୃଷ୍ଟି ହୁଏ । ଏହି ପ୍ରକ୍ରିୟା ଯୋଗୁଁ ବେଳେ ସୂର୍ଯ୍ୟଦୟ ସମୟରେ ସୂର୍ଯ୍ୟର ବାମ କିମ୍ବା ଡାହାଣ ପାଶ୍ୱର୍କୁ ଇନ୍ଦ୍ରଧନୁ ରଙ୍ଗର ଆଭା ଦେଖାଇଥାଏ ।

ରାଜ୍ୟର ଖବର

ଆଜିଠୁ ଆରମ୍ଭ ହୋଇଛି କୋଣାର୍କ ମହୋତ୍ସବ

ମେଟ୍ରୋ ଟିଭି ବ୍ୟୁରୋ :ମହାମାରୀ କରୋନା କଟକଣା ମଧ୍ୟରେ ଆଜି ଟାରୁ ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ କୋଣାର୍କ ମହୋତ୍ସବ । ଏହି ଉତ୍ସବ ଚଳିତ ବର୍ଷ ୫ ଦିନଧରି ଚାଲିବାକୁ ଥିବା ବେଳେ...

ଆଜିଠାରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ୍

ମେଟ୍ରୋ ଟିଭି ବ୍ୟୁରୋ : ମହାମାରୀ କରୋନା କାରଣରୁ ରାଜ୍ୟର ସମସ୍ତ ସ୍କୁଲ ମେଡିକାଲ କଲେଜ୍ ଦୀର୍ଘ ମାସ ହେଲା ବନ୍ଦ ରହିଥିଲା । ଏହି କାରଣରୁ ଅନେକ ଛାତ୍ର ଓ ଛାତ୍ରୀଙ୍କ...

ଆଜିଠାରୁ ରାଜ୍ୟର ସମସ୍ତ ରୁଟରେ ଗଡିବ ‘ମୋ ବସ’‌

ମେଟ୍ରୋ ଟିଭି ବ୍ୟୁରୋ : ମହାମାରୀ କରୋନା କାରଣରୁ ଗତ କିଛି ଦିନ ହେବ ମୋ ବସ ସେବା ବନ୍ଦ ରହିଥିଲା । ଆଜିଠାରୁ ରାଜ୍ୟର ସମସ୍ତ ରୁଟ ରେ ଗଡିବ ମୋ...

ଦେଶ-ବିଦେଶ

ରାଷ୍ଟ୍ରପତି ପଦ ପାଇଁ ଶପଥ ନେବା ପୂର୍ବରୁ ବାଇଡେନ ଆହତ

ମେଟ୍ରୋ ଟିଭି ବ୍ୟୁରୋ: ରାଷ୍ଟ୍ରପତି ପଦ ପାଇଁ ଶପଥ ନେବା ପୂର୍ବରୁ ଆହାତ ଜୋ ବାଇଡେନ । ନିକଟରେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟ ମୁକୁଟ ପିନ୍ଦିଥିବା ବେଳେ ନବ ନିର୍ବାଚିତ ରାଷ୍ଟ୍ରପତି...

ପ୍ରଧାନମନ୍ତ୍ରୀଙ୍କ ଟିକା ଅଭିଯାନ ; ଜାଇଡସ୍‌, ଭାରତ ବାୟୋଟେକ୍ ଏବଂ ସେରମ ଈନଷ୍ଟିଚ୍ୟୁଟ୍ କୋଭିଡ୍ ଟିକାର ପ୍ରସ୍ତୁତି ନେଇ କରିବେ ତଦାରଖ

ମେଟ୍ରୋ ଟିଭି ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକା ଅଭିଯାନ । ଆଜି ଜାଇଡସ୍ , ଭାରତ ବାୟୋଟେକ୍ ଓ ସେରମ ଇନଷ୍ଟିଚ୍ୟୁଟ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ । ପ୍ରଥମେ ସେ...

୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ମାଷ୍ଟରମାଇଣ୍ଡକୁ ଧରାଇଦେଲେ ଅର୍ଥରାଶି ପୁରଷ୍କାର ପ୍ରଦାନ କରିବ ବୋଲି ଘୋଷଣା କରିଛି ଆମେରିକା

ମେଟ୍ରୋ ଟିଭି ବ୍ୟୁରୋ :୨୬ /୧୧ ମୁମ୍ବାଇ ଆକ୍ରମଣ ଆତଙ୍କବାଦୀ ହମଲାରେ ୧୨ ବର୍ଷ ପରେ ମଧ୍ୟ ଘଟଣାର ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ଆମେରିକା ଆର୍ଥିକ ରାଶି ପୁରଷ୍କାର ଘୋଷଣା କରିଛି ।...