National/International

ପିଏମ୍‌ କିଷାନ ଯୋଜନା; ମେ’ମାସ ପୂର୍ବରୁ ଚାଷୀଙ୍କୁ ମିଳିପାରେ ଦୁଇଟି କିସ୍ତି

  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ,୧୪-୨:  କେନ୍ଦ୍ର ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ଅନ୍ତରୀଣ ବଜେଟରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି(ପିଏମ୍‌ କିଷାନ) ଯୋଜନା ଘୋଷଣା କରିଥିଲେ। ଏଥିରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୩ଟି କିସ୍ତିରେ ୨୦୦୦ ଟଙ୍କା ଲେଖାଏ ମୋଟ ୬ ହଜାର ଟଙ୍କାର ବ୍ୟବସ୍ଥା କରାଯାଇଛି। ଲୋକ ସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ମେ’ ମାସ ସୁଦ୍ଧା ଚାଷୀଙ୍କୁ ଅନ୍ତତଃପକ୍ଷେ ଦୁଇଟି କିସ୍ତିରେ ୪ ହଜାର ଟଙ୍କା ଦେବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି ବୋଲି କୃଷି ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ବୁଧବାର କହିଛନ୍ତି।

ସୂଚନାଥାଉ କି, ୨ ହେକ୍ଟର ପର୍ଯ୍ୟନ୍ତ ଚାଷ ଜମି ଥିବା କୃଷକଙ୍କୁ ଆର୍ଥିକ ସହାୟତା ଦେବାକୁ ଯାଉଛନ୍ତି। ଏହାଦ୍ୱାରା ପ୍ରାୟ ୧୨ କୋଟି ଚାଷୀ ଉପକୃତ ହେବେ। ଅଧିକାରୀଙ୍କ କହିବାନୁଯାୟୀ ପ୍ରକୃତ ଚାଷୀ ଚିହ୍ନଟ ପ୍ରକ୍ରିୟା କାର୍ଯ୍ୟକୁ ରାଜ୍ୟ ସରକାରଗୁଡ଼ିକ ଆରମ୍ଭ କରିଦେଇଛନ୍ତି। ଖୁବଶୀଘ୍ର ଲାଭାର୍ଥୀଙ୍କ ତାଲିକା ପ୍ରକାଶ କରାଯିବ। ସେ କହିଛନ୍ତି ଯେ, କର୍ନାଟକ, ଆନ୍ଧ୍ରପ୍ରଦେଶ, ଗୁଜରାଟ ଓ ମହାରାଷ୍ଟ୍ର ଭଳି କେତେକ ରାଜ୍ୟରେ ଭୂମି ରେକର୍ଡର ଡିଜିଟାଲିକରଣ ହୋଇସାରିଛି। ତେଲେଙ୍ଗାନା, ଓଡ଼ିଶା ଓ ଝାଡ଼ଖଣ୍ଡ ନିକଟରେ ଚାଷୀଙ୍କ ତଥ୍ୟ ରହିଛି। କାରଣ ସେମାନେ ନିଜସ୍ବ ଚାଷୀ ସହାୟତା ଯୋଜନା ଘୋଷଣା କରିସାରିଛନ୍ତି। ସେ କହିଛନ୍ତି ଯେ, ଉକ୍ତ ଯୋଜନାକୁ ଚଳିତ ଆର୍ଥିକ ବର୍ଷରେ ଘୋଷଣା କରାଯାଇଥିବାରୁ ଲୋକ ସଭା ନିର୍ବାଚନ ପରିପ୍ରେକ୍ଷୀରେ ଆଦର୍ଶ ଆଚରଣ ବିଧି ଲାଗୁ ହେଲେ ମଧ୍ୟ ଏହାକୁ ଲାଗୁ କରାଯାଇପାରିବ। ଉଲ୍ଲେଖ କରାଯାଇପାରେ ଯେ, ଫେବୃୟାରୀ ପହିଲା ପର୍ଯ୍ୟନ୍ତ ସମୟକୁ ଆଧାର କରି ଲାଭାର୍ଥୀଙ୍କୁ ଚୟନ କରାଯିବ।

Loading...
  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...