Home ଦେଶ-ବିଦେଶ ଉଜ୍ଜଳା ମହିଳାଙ୍କୁ ସ୍ୱାବଲମ୍ବୀ କରିବା ସହ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିପାରିଛି : ଧର୍ମେନ୍ଦ୍ର ପ୍ରଧାନ

ଉଜ୍ଜଳା ମହିଳାଙ୍କୁ ସ୍ୱାବଲମ୍ବୀ କରିବା ସହ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିପାରିଛି : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର : ମହିଳାଙ୍କ ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି ମୋଦି ସରକାର । ମହିଳାଙ୍କ ବିକାଶକୁ ଆଖି ଆଗରେ ରଖି ସରକାର ଅନେକ ଗୁଡିଏ ଲୋକାଭିମୁଖୀ ଯୋଜନା ଆରମ୍ଭ କରିଛନ୍ତି । ଉଜ୍ଜଳା ଯୋଜନା ସହ ପାଇଖାନା ସୁବିଧା, ଗରିବ ଲୋକଙ୍କୁ ପକ୍କା ଘର, ବିଜୁଳି ଦେବା ନରେନ୍ଦ୍ର ମୋଦିଙ୍କ ସରକାରଙ୍କ ପ୍ରାଥମିକତା । ମହିଳାଙ୍କ ଆଖିରୁ ଲୁହ ପୋଛି ମୁହଁରେ ହସ ଫୁଟେଇବାର ସବୁଠୁ ବଡ ଯୋଜନା ହେଲା ଉଜ୍ଜଳା । ମୋଦିଙ୍କ ସରକାରଙ୍କ ସମସ୍ତ ଯୋଜନା ଠାରୁ ଉଜ୍ଜଳା ଯୋଜନା ୧ ନମ୍ବର ସଫଳତମ ଯୋଜନା ବୋଲି ଓଡିଶାର ଉଜ୍ଜଳା ହିତାଧିକାରୀ ମହିଳାଙ୍କ ସହ ଆଲୋଚନା ବେଳେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଉମା ଭାରତୀ । ସେହିପରି ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ମହିଳାଙ୍କୁ ସ୍ୱାବଲମ୍ବୀ କରିବା ସହ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବାରେ ସହାୟକଦ ହୋଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହି ଅବସରରେ ବିଭିନ୍ନ ଜିଲ୍ଲାର ଉଜ୍ଜଳା ଯୋଜନାର ଲାଭାର୍ଥୀମାନେ ଶ୍ରୀ ପ୍ରଧାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଘସିପୁରାର ଲାଭାର୍ଥୀ ଅନିମାରାଣୀ ରାଉତ ଗୀତ ଗାଇ ଉଜ୍ଜଳା ଯୋଜନାର ପ୍ରଶସ୍ତିଗାନ କରିଥିଲେ । ଆଜି ଓଡିଶାର ୩୦ଟି ଜିଲ୍ଲାରେ ଅନୁଷ୍ଠିତ ଉଜ୍ଜଳା ସ୍ୱାଭିମାନ ଉତ୍ସବ ତୃତୀୟ ସଂସ୍କରଣରେ ନୂଆଦିଲ୍ଲୀରେ ଭିଡିଓ କନଫରେନ୍ସି ଦ୍ୱାରା ୫୦ ହଜାରରୁ ଉଦ୍ଧ୍ୱର୍ ଲାଭାର୍ଥୀ ମହିଳାମାନଙ୍କ ସହ ଆଲୋଚନା କରଥିଲେ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ ଓ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ କହିଥିଲେ ଯେ ୨୦୧୪ରେ ଆମ ସରକାର ଦାୟିତ୍ୱକୁ ଆସିବା ପରେ ଆମେ ଦେଶରେ ଅନେକ କିଛି ପରିବର୍ତନ କରିଛୁ । ମାତ୍ର ଆଜି ଉଜ୍ଜଳା ଯୋଜନାରେ ଅଧିକ ଲାଭ ଗରିବ ପରିବାରର ମହିଳାମାନେ ପାଇଛନ୍ତି । ସେମାନଙ୍କୁ ଲାଭ ମିଳିଥିବାରୁ ଆଜି ମହିଳାମାନେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଏକାଠୀ ହୋଇଛନ୍ତି ବୋଲି ସେ କହିଛନ୍ତି । ଉମା ଭାରତୀ କହିଛନ୍ତି ଯେ ରୋଷେଇ କରିବା ମହିଳାଙ୍କ ଏକ କଳା ଥିଲା । ପ୍ରଧାନମନ୍ତ୍ରୀ ମୋଦି ନିଜ ମାଙ୍କ କଷ୍ଟକୁ ସ୍ମରଣ କରିବା ପରେ ଦେଶର ହଜାର ହଜାର ମାଙ୍କ କଷ୍ଟ ସ୍ମରଣ କରି ଉଜ୍ଜଳା ଯୋଜନା ଆରମ୍ଭ କରିଥିଲେ । ଉଜ୍ଜଳା ଯୋଜନା ଭାରତ ସରକାରଙ୍କ ସବୁଠୁ ସଫଳତମ ଯୋଜନା । ମହିଳାଙ୍କୁ ଏହି ଯୋଜନା କେବଳ ଲାଭ ଦେଇନାହିଁ, ମହିଳାମାନେ ସ୍ୱାବଲମ୍ବୀ ହୋଇପାରିଛନ୍ତି । ମୋଦି ସରକାରଙ୍କ ବିନା ଏହା ସମ୍ଭବ ନଥିଲା । ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ଉଜ୍ଜଳା ପହଂଚିଛି । ରାଜ୍ୟ ସରକାରଙ୍କ ସହଯୋଗ ମିଳିଥିଲେ ଆହୁରି ଲାଭ ମିଳିଥାଇ ପାରିଥାନ୍ତା ବୋଲି ସେ କହିଛନ୍ତି । ସେହିପରି ଉମା ଭାରତୀ କହିଛନ୍ତି ଯେ ମହିଳାଙ୍କ ଆଖିରୁ ଲୁହ ପୋଛିବାର ବଡ ଯୋଜନା ହେଲା ଉଜ୍ଜଳା । ମୋଦିଙ୍କ ସରକାରଙ୍କ ସମସ୍ତ ଯୋଜନା ଠାରୁ ଉଜ୍ଜଳା ଯୋଜନା ୧ ନମ୍ବର ସଫଳତମ ଯୋଜନା । ମହିଳାଙ୍କୁ ସମ୍ମାନ ଦେଇ ଜଣେ ମହିଳାଙ୍କୁ ରକ୍ଷା ତଥା କ୍ୟାବିନେଟ ମନ୍ତ୍ରୀ କରିବା ଏସରକାରର ଏକ ବଡ ପଦକ୍ଷେପ ବୋଲି ସେ କହିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ ଓଡିଶାର ୩୭ ଲକ୍ଷ ଘରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ପହଁଚିସାରିଛି । ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପୂର୍ବରୁ ଓଡିଶାରେ ୧୦୦ ରୁ ୨୦ ଜଣଙ୍କ ଘରେ ଏଲପିଜି
ସଂଯୋଗ ନଥିଲା । ମାତ୍ର ଆଜି ଓଡିଶାର ୭୫ ପ୍ରତିଶତ ଘରେ ଏଲପିଜି ସଂଯୋଗ ହେଲାଣି । ଓଡିଶାରେ ଗୋଟେ ବି ଗରିବ ଘର ରହିବ ନାହିଁ, ଯା ଘରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ପହଂଚିନଥିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଆଜି ଉଜ୍ଜଳା ସ୍ୱାଭିମାନ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏବଂ ଉମା ଭାରତୀ ଓଡିଶାର ହିଞ୍ଜିଳି, ଘସିପୁରା, ବାଲିଶଙ୍କରା, ମାହାଙ୍ଗା ଏବଂ ନବରଙ୍ଗପୁରର ଝରିଙ୍ଗାର ଉଜ୍ଜଳା ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ । ଓଡିଶାର ଗଞ୍ଜାମ ଜିଲ୍ଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ବୁରୁପଡା ଗାଁର ନର୍ମଦା ମହାରଣା, କେନ୍ଦୁଝର ଘସିପୁରାର ବାଲିପାଳର ଅନିମାରାଣୀ ରାଉତ, ସୁନ୍ଦରଗଡ ବାଲିଶଙ୍କରାର କେତକୀ ଜନସେନା, କଟକ ମାହାଙ୍ଗାର ସୁକାନ୍ତି ଦାସ, ନୟାଗଡ କଂଚନବିଲିର ଜୟନ୍ତୀ ପାଣିଗ୍ରାହୀ ଏବଂ ନବରଙ୍ଗପୁର ଜିଲ୍ଲା ଝରିଗାଁର ରତାଖଣ୍ଡିଗୁଡାର ସବିତା ସାହୁ ଉଜ୍ଜଳା ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ । ଉଜ୍ଜଳା ଯୋଜନାର ଲାଭାର୍ଥୀ ମାନେ କହିଥିଲେ ଯେ ଗ୍ୟାସ ନଆସିବା ପୂର୍ବରୁ ସେମାନେ ଗଛ କାଟି, କାଠ ଜାଳି ଚୂଲା ମାଧ୍ୟମରେ ରୋଷେଇ କରୁଥିଲେ । ଏହାଦ୍ୱାରା ସେମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁିଥିଲା । ସେମାନଙ୍କ ସ୍ୱାସ୍ଥ୍ୟ ମଧ୍ୟ ବିଗୁଡୁଥିଲା । ମାତ୍ର ଉଜ୍ଜଳା ଯୋଜନାରେ ତାଙ୍କ ଘରେ ଗ୍ୟାସ ଆସିବା ପରେ ସେମାନେ ଏଥିରୁ ମୁକ୍ତ ହେବା ସହ ସମୟ ବଂଚାଇପାରୁଛନ୍ତି । ସେହି ସମୟରେ ସେମାନେ ପରିବାର ଲୋକଙ୍କ ଯତ୍ନ ନେବା ସହ ରୋଜଗାର ମଧ୍ୟ କରିପାରୁଛନ୍ତି । ଏବେ ପୁରୁଷଙ୍କ ଉପରେ ନିର୍ଭର ନକରି ସେମାନେ ନିଜେ ନିଜେ ରୋଜଗାର କରିପାରୁଥିବା ଲାଭାର୍ଥୀମାନେ ପରିପ୍ରକାଶ କରିଥିଲେ । ଏହା ସହ ତନ୍ମଧ୍ୟରୁ ଜଣେ ଲାଭାର୍ଥୀ ଉଜ୍ଜଳା ଯୋଜନାରେ ଗ୍ୟାସ ପାଇ ସେ ଯେପରି ଖୁସି ହୋଇଛନ୍ତି ସମସ୍ତ ମହିଳା ମଧ୍ୟ ଖୁସି ହୋଇପାରନ୍ତୁ ବୋଲି ମତବ୍ୟକ୍ତ କରିଥିଲେ । ସେହିପରି ଅନ୍ୟ ଜଣେ ଲାଭାର୍ଥୀ ଉଜ୍ଜଳା ଯୋଜନା ଉପରେ ପ୍ରସ୍ତୁତ ନିଜର ଗୀତକୁ ଏହି ଅବସରରେ କେନ୍ଦ୍ରମନ୍ତ୍ରୀଙ୍କ ଆଗରେ ପରିବେଷଣ କରିଥିଲେ ।

ରାଜ୍ୟର ଖବର

ବିଜେପି ରାଜ୍ୟରେ ଏକ ତରଫା ଭାବେ ସରକାର ଗଢିବ : ଅରୁଣ ସିଂ

ଭୁବନେଶ୍ୱର:ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ବିଜେପି ପ୍ରଭାରୀ ଅରୁଣ ସିଂହ ପ୍ରତିକ୍ରିୟା ଦେଇ ଚଳିତ ନିର୍ବାଚନରେ ବିଜେପି ଜିତି ସରକାର ଗଢିବ ବୋଲି କହିଛନ୍ତି ।ଭୁବନେଶ୍ୱରରେ  ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ...

ପାଟକୁରା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ

ଭୁବନେଶ୍ୱର: ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କର ଶନିବାର ପୂର୍ବାହ୍ନରେ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ...

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

ଦେଶ-ବିଦେଶ

ପୁଣି ଉଡାଇବେ ଯୁଦ୍ଧ ବିମାନ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଖୁବ୍‌ଶୀଘ୍ର ଯୁଦ୍ଧ ବିମାନ ଉଡାଇ ପାରିବେ ବୋଲି ସୂଚନା ମିଳିଛି। ଏଥିପାଇଁ ତାଙ୍କୁ ବେଙ୍ଗାଲୁରରେ ଥିବା ଇନଷ୍ଟିଚ୍ୟୁଟ ଅଫ୍‌ ଏରୋସ୍ପେଶ ମେଡିସିନ(ଆଇଏଏମ୍‌)ର...

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...