Home ଦେଶ-ବିଦେଶ ଦିଦିଙ୍କ ଗଡରେ ନିର୍ବାଚନୀ ବିଗୁଲ ବଜାଇଲେ ମୋଦି

ଦିଦିଙ୍କ ଗଡରେ ନିର୍ବାଚନୀ ବିଗୁଲ ବଜାଇଲେ ମୋଦି

କୋଲକାତା:ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ପରେ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗ ଗସ୍ତରେ ଯାଇଛନ୍ତି । ସେ ରାଜ୍ୟର ମମତା ବାନାର୍ଜୀଙ୍କ ସରକାର ଉପରେ ବର୍ଷିଛନ୍ତି । ସେଠାରେ ବହୁ ସଂଖ୍ୟାରେ ଭିଡ ଦେଖୀ ମୋଦୀ କହିଛନ୍ତି କି, ଆଜି ରାଲିର ଦୃଶ୍ୟ ଦେଖି ମୁଁ ବୁଝି ପାରୁଛି କି ମମତା ଦିଦି ହିଂସା ଉପରକୁ କଣ ପାଇଁ ଆସିଛନ୍ତି । ଆମ ପ୍ରତି ବଙ୍ଗାଳବାସିଙ୍କ ପ୍ରେମ ଦେଖୀ ମମତା ଲୋକତନ୍ତ୍ରର ବାହାନା କରି ନିର୍ଦୋଶ ଲୋକଙ୍କ ହତ୍ୟା କରୁଛନ୍ତି । ତେବେ ସେଠାରେ ଭିଡ ବହୁତ ଥିବା କାରଣରୁ ଲୋକମାନେ କୁଦାଦଳା କରିବା ଭଳି ପରିସ୍ଥିତି ସୃଷ୍ଟି ହେବାକୁ ନେଇ ଆଶଙ୍କା କରି ମୋଦୀ ମାତ୍ର ୧୪ମିନିଟରେ ନିଜ ଭାଷଣ ସମାପ୍ତ କରିଥିଲେ ।  ସୂଚନାଯୋଗ୍ୟ, ମୋଦୀ ଭାଷଣ ଦେଉଥିବା ସମୟରେ ସେଠାରେ ଲୋକମାନେ ପରସ୍ପର ସହ ଧକ୍କା ହେଉଥିଲେ । ଏହା ପରେ ମୋଦୀ ତାଙ୍କୁ ଧକ୍କା ନହେବା ପାଇଁ କହିଥିଲେ । ମୋଦୀ କହିଛନ୍ତି କି, କାର୍ଯ୍ୟକର୍ତାଙ୍କ ଉତ୍ସାହ ବଡ ହୋଇଗଲା ଏବଂ ପଡିଆ ଛୋଟ ହୋଇଗଲା । ଏହା ଦ୍ୱାରା ଲୋକମାନଙ୍କୁ ଅସୁବିଧା ହେଲା । ମୋଦୀ ଲୋକମାନଙ୍କୁ ବୁଝାଇବାକୁ ଯାଇ କହିଛନ୍ତି କି, ଆପଣ ଯେଉଁଠାରେ ଅଛନ୍ତି ସେହି ଠାରେ ରୁହନ୍ତୁ ।

ରାଜ୍ୟର ଖବର

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

୫ଜଣଙ୍କ ଜୀବନ ନେଲା ହାତୀ

ଅନଗୁଳ: ଗୁରୁବାର ମଧ୍ୟ ରାତ୍ରୀରେ ଅନୁଗୋଳ ଜିଲ୍ଲା ତାଳଚେରରେ ହାତୀ ଆକ୍ରମଣରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ତାଳଚେର ଅନ୍ତର୍ଗତ ଷଣ୍ଢଗାଁରେ ମଧ୍ୟରାତ୍ରରେ ପଲେ ହାତୀ ପଶି ଗୋଟିଏ ଗ୍ରାମର ୪ ଜଣ...

୬ ବୁଥ୍ ରେ ସାନି ମତଦାନ ପାଇଁ ସୁପାରିଶ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ସମୟରେ ୬ଟି ବୁଥରେ ପରି·ଳନାଗତ ତ୍ରୁଟି ଦେଖା ଦେଇଛି । ବଣାଇର ୧୨୯ ନଂ ବୁଥ୍ , ସୁନ୍ଦରଗଡର ୨୧୩ ନମ୍ବର...

ଦେଶ-ବିଦେଶ

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...

ବିଏସପି ସମର୍ଥକ ଭୋଟ୍ ଦେଲେ ବିଜେପିରେ, ପଶ୍ଚାତାପ କରି ନିଜ ଅଙ୍ଗୁଳି କାଟିଲେ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବୁଲନ୍ଦସହରରେ ଘଟିଛି ଏକ ଅଭାବନୀୟ ଘଟଣା। ଭୁଲରେ ଭାଜପାକୁ ଭୋଟ ଦେଇଥିବାରୁ ନିର୍ବାଚନ ଚିହ୍ନ ଲାଗିଥିବା ଅଙ୍ଗୁଳିକୁ କାଟିଦେଇଛନ୍ତି ଜଣେ ଯୁବକ। ସୂଚନାଯୋଗ୍ୟ, ବୁଳନ୍ଦସହରର ଶିକାରପୁର ଅଞ୍ଚଳର ଜଣେ ଦଳିତ...