National/International

ପୁଣି ବଢିଲା ପେଟ୍ରୋଲ ଓ ଡିଜେଲର ମୂଲ୍ୟ

  •  
  • 2
  •  
  •  
  •  
  •  
  •  
    2
    Shares

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲର ମୂଲ୍ୟ ଆଜି (ରବିବାର) କ୍ରମାଗତ ଭାବେ ଚତୁର୍ଥ ଦିନ ଲାଗି ବୃଦ୍ଧି ହେବାର ପ୍ରକ୍ରିୟା ଜାରି ରହିଛି। ଅଏଲ ମାର୍କେଟିଂ କଂପାନିମାନେ ନୂଆ ବର୍ଷରେ ପେଟ୍ରୋଲ ଓ ଡିଜେଲ୍‌ ମୂଲ୍ୟରେ ସବୁଠାରୁ ଅଧିକ ବୃଦ୍ଧି କରି ଗ୍ରାହକମାନଙ୍କୁ ଝଟ୍‌କା ଦେଇଛନ୍ତି। ଭାରତର ରାଜଧାନୀ ଦିଲ୍ଲୀରେ ରବିବାର ଦିନ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୪୯ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ୍‌ ଲିଟର ପିଛା ୫୯ ପଇସା ବୃଦ୍ଧି ପାଇଛି।
ଇଣ୍ଡିଆନ୍‌ ଅଏଲର ଓ୍ଵବସାଇଟ୍‌ର ସୂଚନା ଅନୁଯାୟୀ ଦିଲ୍ଲୀରେ ଆଜି ପେଟ୍ରୋଲର ମୂଲ୍ୟ ୭୫ ଟଙ୍କା ୩୯ ପଇସା,ଚେନ୍ନାଇରେ ୭୨ ଟଙ୍କା ୩୯ ପଇସା ରହିଛି। ନିକଟ ଭବିଷ୍ୟତରେ ତୈଳ ଦର ହ୍ରାସ ହେବାର ସମ୍ଭାବନା କମ୍‌ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏହାର କାରଣ ହେଲା ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି । ଏହି ହେତୁ ପୁଣି ଥରେ ଭାରତରେ ଏହାର କୁପ୍ରଭାବ ପଡ଼ିଛି ଓ ପେଟ୍ରୋଲ,ଡିଜେଲର ମୂଲ୍ୟ ବୃଦ୍ଧି ଘଟିଥିବା ଜଣାଯାଇଛି।

  •  
    2
    Shares
  •  
  • 2
  •  
  •  
  •  
  •  
Loading...

Join The Discussion

Loading...