National/International

କଥା ଦେଇଥିଲା, ରଖିଲା

  •  
  • 3
  •  
  •  
  •  
  •  
  •  
    3
    Shares

ଜୟପୁର: ନବନିର୍ବାଚିତ ୨ ରାଜ୍ୟ ଛତିଶଗଡ଼ ଏବଂ ମଧ୍ୟପ୍ରଦେଶ ପରେ ରାଜସ୍ଥାନ ମଧ୍ୟ ସାଜିଛି ‘କୃଷି ଋଣ ଛାଡ଼’ ଟ୍ରେଣ୍ଡ୍‌ର ନୂତନ ନାମ। ସଦ୍ୟ ବିଧାନସଭା ନିର୍ବାଚନରେ ନିର୍ବାଚନୀ ପ୍ରତିଶ୍ରୁତି ମଧ୍ୟରୁ ଅନ୍ୟତମ ପ୍ରତିଶ୍ରୁତି ଭାବେ କୃଷିଋଣ ଛାଡ଼କୁ ପ୍ରସଙ୍ଗ କରିଥିଲା କଂଗ୍ରେସ। ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ କ୍ଷମତାକୁ ଆସିବାର କିଛି ଘଣ୍ଟା ମଧ୍ୟରେ କୃଷିଋଣ ଛାଡ଼ କରିଥିଲେ ମଧ୍ୟ ରାଜସ୍ଥାନ ଏପରି କରିନଥିଲା।ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଯଥାକ୍ରମେ କମଲ୍‌ ନାଥ ଏବଂ ଭୂପେଶ ବାଘେଲଙ୍କ ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ୧୦ ଦିନର ସମୟ ମାଗିଥିଲେ। କିନ୍ତୁ ସପ୍ତାହେ ନପୂରୁଣୁ ଏ ବାବଦରେ ଘୋଷଣା କରିଛନ୍ତି। ଏହି ଯୋଜନାରେ ୨ ଲକ୍ଷ ଯାଏ ଋଣ ଛାଡ଼ କରାଯିବ ଏବଂ ଏଥିପାଇଁ ରାଜ୍ୟ ରାଜକୋଷକୁ ୧୮ ହଜାର କୋଟି ଟଙ୍କାର ବୋଝ ପଡ଼ିବ।
ତେବେ କୃଷି ଋଣ ଛାଡ଼କୁ ନେଇ ବାହାବା ନେବାକୁ ପଛାଇ ନାହାନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ସେ ଏହାକୁ କାମ ବୋଲି ଦର୍ଶାଇବା ସହିତ କହିଛନ୍ତି, ଦେଖିଲେ ତ! ଆରମ୍ଭ ହୋଇଗଲା ନା କାମ?ଅନ୍ୟପକ୍ଷରେ ଆସାମ ଏବଂ ଗୁଜରାଟରେ ଥିବା ବିଜେପି ସରକାର କୃଷି ଋଣ ଛାଡ଼ ପାଇ ଦେଖାଇଥିବା ତତ୍ପରତାକୁ ପରିହାସ କରି ସେ କହିଥିଲେ, “କଂଗ୍ରେସ ସରକାର ଆସାମ ଏବଂ ଗୁଜରାଟର ସରକାରଙ୍କୁ ନିଦରୁ ଉଠାଇବାରେ ସଫଳ ହୋଇଛନ୍ତି।”

  •  
    3
    Shares
  •  
  • 3
  •  
  •  
  •  
  •  
Loading...

Join The Discussion

Loading...