National/International

ମଧ୍ୟପ୍ରଦେଶରେ କମଲନାଥ ସରକାର

  •  
  • 3
  •  
  •  
  •  
  •  
  •  
    3
    Shares

ନୂଆଦିଲ୍ଲୀ  : ମଧ୍ୟପ୍ରଦେଶରେ କମଲନାଥ ସରକାର। ଦିନତମାମ ମାରାଥନ ବୈଠକ ପରେ କଂଗ୍ରେସ ହାଇକମାଣ୍ଡ ଏହି ନିଷ୍ପତ୍ତି ନେଇଛନ୍ତି।  ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ତୋଗ୍‌ଲକ୍‌ ଲେନ୍‌ ବାସଭବନରେ ଗୁରୁବାର ଚାଲିଥିବା ମନ୍ତ୍ରଣା ପରେ ନିର୍ବାଚନ ହୋଇଥିବା ସବୁଠୁ ବଡ଼ ରାଜ୍ୟ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ନାମ ରାତିରେ ଘୋଷଣା କରାଯାଇଛି। ରାହୁଲ ଯୁବ ନେତୃତ୍ୱ ଅପେକ୍ଷା ବରିଷ୍ଠ ନେତାଙ୍କ ଉପରେ ଅଧିକ ଭରସା କରିଛନ୍ତି। ଏଥିପାଇଁ ୭୨ ବର୍ଷୀୟ ଓଲ୍ଡ ହର୍ସ କମଲନାଥଙ୍କ ହାତରେ ଧରାଇଛନ୍ତି ଶାସନ ଡୋରି। ଅଭିଜ୍ଞ ରାଜନେତା କମଲନାଥ କ୍ଷମତାରେ ରହିଲେ ସୁଶାସନ ଦେଇ ସବୁ ବର୍ଗର ଲୋକଙ୍କୁ ସନ୍ତୁଷ୍ଟ କରିପାରିବେ ବୋଲି ନିଆଯାଇଥିବା ନିଷ୍ପତ୍ତିକୁ କେତେକ ମହଲରେ ସ୍ବାଗତ କରାଯାଇଛି। ହେଲେ ପ୍ରଚାର କମିଟି ଅଧ୍ୟକ୍ଷ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଉତ୍ସାହୀ ତଥା ପ୍ରଗତିଶୀଳ ନେତୃତ୍ୱଙ୍କୁ ଅଣଦେଖା କରାଯାଇଥିବାରୁ ଯୁବବର୍ଗ ନିରାଶ ହୋଇଛନ୍ତି। ଅନ୍ୟପକ୍ଷରେ ରାଜସ୍ଥାନ ଓ ଛତିଶଗଡ଼ରେ କାହାକୁ ମୁଖ୍ୟମନ୍ତ୍ରୀ କରାଯିବ ସେନେଇ ବିଳମ୍ବିତ ରାତି ଯାଏ ହିସାବ ଛିଣ୍ଡି ପାରିନାହିଁ। ଏ ସମ୍ପର୍କରେ ଶୁକ୍ରବାର ଘୋଷଣା କରାଯିବ ବୋଲି ଦଳୀୟ ସୂତ୍ରରୁ ପ୍ରକାଶ।

  •  
    3
    Shares
  •  
  • 3
  •  
  •  
  •  
  •  
Loading...

Join The Discussion

Loading...