National/International

ପୁଣି କେରଳକୁ ମାଡି ଆସୁଛି ମହାବିପତ୍ତି : ରେର୍ଡ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

  •  
  • 59
  •  
  •  
  •  
  •  
  •  
    59
    Shares

ଥିରୁଭାନନ୍ତପୁରମ : ପୁଣି ଏକ ଘୂର୍ଣ୍ଣିଝଡ ମାଡି ଆସୁଥିବାର ସୂଚନା ଦେଇଛି କେନ୍ଦ୍ର ପାଣିପାଗ ବିଭାଗ। ଏହା କେରଳରେ ତାଣ୍ଡବ ରଚିବାର ଆଶଙ୍କା କରାଯାଇଛି। ଏଥିପାଇଁ କେରଳର ଇଡ୍ଡୁକି, ତ୍ରିଶୂର ଓ ପାଲାକ୍କଡ ଜିଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ରେର୍ଡ ଆଲର୍ଟ ଜାରି କରାଯାଇଛି। ଶ୍ରୀଲଙ୍କା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ୪୮ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବା ସହ କେରଳ ମୁହଁା ହୋଇ ଏହା ସାମୁଦ୍ରିକ ଝଡରେ ପରିଣତ ହେବ ବୋଲି ଆଇଏମ୍‌ଡି ପକ୍ଷରୁ ସୂଚନା ଦିଆଯାଇଛି। ଏହାର ପ୍ରବାଭରେ ୪-୬ ତାରିଖ ମଧ୍ୟରେ କେରଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ। ଏହାକୁ ଦୃଷ୍ଟିରେ ରଖି କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍‌ କେନ୍ଦ୍ରକୁ ସାହାଯ୍ୟ ମାଗିଛନ୍ତି। ଏନ୍‌ଡିଆର୍‌ଏଫ୍‌ର ୫ଟି ଟିମ୍‌ ଯୋଗାଇ ଦେବାକୁ କେନ୍ଦ୍ରକୁ ବିଜୟନ୍‌ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ, ଗତ ୨ ମାସ ତଳେ କେରଳରେ ହୋଇଥିବା ବର୍ଷା ଓ ବନ୍ୟା ବିତ୍ପାତର ଲୁହ ଏ ପର୍ଯ୍ୟନ୍ତ କେରଳବାସୀଙ୍କ ମନରୁ ଲିଭି ନ ଥିବା ବେଳେ ପୁଣି ଏକ ବିପଦ ମାଡି ଆସୁଛି କେରଳକୁ।

  •  
    59
    Shares
  •  
  • 59
  •  
  •  
  •  
  •  
Loading...

Join The Discussion

Loading...