National/International

ମୁଖ୍ୟମନ୍ତ୍ରୀ ଚୟନ ନେଇ ଚିନ୍ତାରେ କଂଗ୍ରେସ

  •  
  • 5
  •  
  •  
  •  
  •  
  •  
    5
    Shares
ନୂଆଦିଲ୍ଲୀ:୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦେଶର କେନ୍ଦ୍ର କୁହାଯାଉଥିବା ହିନ୍ଦୀ କ୍ଷେତ୍ର ମଧ୍ୟପ୍ରଦେଶ ସହିତ ଛତିଶଗଡ଼ ଓ ରାଜସ୍ଥାନରେ ବିଜେପିକୁ କ୍ଷମତାରୁ ବେଦଖଲ କରିବାରେ ସଫଳ ହୋଇଛି। ମାତ୍ର ଏହି ଚମକପ୍ରଦ ସଫଳତା ପରେ ମଧ୍ୟ କଂଗ୍ରେସର ଚ୍ୟାଲେଞ୍ଜ ଶେଷ ହେଉଥିବା ନଜର ଆସୁନାହିଁ।  କଂଗ୍ରେସ ହାଇକମାଣ୍ଡଙ୍କ ସାମ୍ନାରେ ସବୁଠୁ ବଡ଼ ଦ୍ଵିଧା ଏହା ଯେ ଏହି ତିନୋଟି ରାଜ୍ୟରେ କାହାକୁ ମୁଖ୍ୟମନ୍ତ୍ରୀ ଚେହେରା କରାଯିବ। ରାଜସ୍ଥାନରେ ସଚିନ ପାଇଲଟ୍ ଓ ଅଶୋକ ଗେହଲତ ଗୋଷ୍ଠୀ ମୁହାଁମୁହିଁ ସ୍ଥିତିରେ ଥିବା ବେଳେ  ମଧ୍ୟ ପ୍ରଦେଶରେ କଲନାଥ ଓ ଜ୍ୟେତିରାଦିତ୍ୟ ସିନ୍ଧିଆ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ମତାନ୍ତର ରହିଛି। ଅନ୍ୟ ପଟେ ଛତିଶଗଡ଼ରେ ମଧ୍ୟ ଭୂପେଶ ବାଘେଲା ଓ ଟିଏସ ସିଂହ ଦେବଙ୍କ ପରି ବରିଷ୍ଠ ନେତା ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ହେବାରୁ କଂଗ୍ରେସ ପାଇଁ ଏହା ଜଟିଳ ସ୍ଥିତି ସୃଷ୍ଟି କରିଛି।

କଂଗ୍ରେସ ପାଇଁ ସିଏମ ଚେହେରା ନିର୍ବାଚନରେ କେଉଁ ଧରଣର କଠିନ ପରିସ୍ଥିତି ସୃଷ୍ଟି କରିବ ବୁଧବାର ରାଜସ୍ଥାନରେ ଏହାର ଝଲକ ଦେଖିବାକୁ ମିଳିଛି। ରାଜସ୍ଥାନର ବିଧାୟକ ଦଳ ବୈଠକ ବାହାରେ ସଚିନ ପାଇଲଟ ଓ ଅଶୋକ ଗେହଲତଙ୍କ ସମର୍ଥକଙ୍କ ନାରାବାଜି ସାମ୍ନାକୁ ଆସିଛି। ଯୁବ ବର୍ଗ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦାବି କରୁଥିବା ବେଳେ ରାଜସ୍ଥାନରେ ଗେହଲତଙ୍କ ମଜବୁତ ଛବି ମୁଖ୍ୟମନ୍ତ୍ରୀ ପାଇଁ ପ୍ରବଳ ଦାବିଦାର ରହିଛି। ଅନ୍ୟ ପଟେ କଂଗ୍ରେସ କେସି ବେଣୁଗୋପାଳଙ୍କୁ ଏଆଇସିସିର ପର୍ୟ୍ୟଇବେକ୍ଷକ ରୂପେ ରାଜସ୍ଥାନ ପଠାଇଛନ୍ତି। ଏବେ ତାଙ୍କ ଉପରେ ଏହି ମାମଲାର ସମାଧାନ କରିବାର ଦାୟିତ୍ଵ ରହିଛି।

ରାଜନୀତିରେ ଗେହଲତଙ୍କ ଛବି ପାର୍ଟି ଭିତରେ ଏବଂ ବାହାରେ ଏକ ମଜବୁତ ସଞ୍ଚାଳକ ରୂପେ ରହିଛି। ପାର୍ଟିରେ ଗେହଲତଙ୍କ ଯୋଗାଯୋଗ ମଧ୍ୟ ଭଲ ରହିଛି। କଂଗ୍ରେସର ବରିଷ୍ଠ ନେତାଙ୍କ ମଧ୍ୟରୁ ଜଣେ ଗେହଲତ ବର୍ତ୍ତମାନ ସମୟରେ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିକଟତର ମଧ୍ୟ ରହିଛନ୍ତି। ତେଣୁ ଏକ ଗୋଷ୍ଠୀଙ୍କ କହିବା କଥା ଗେହଲତଙ୍କୁ ତାଙ୍କର ଲମ୍ବା ରାଜନୈତିକ ଜ୍ଞାନର ଫାଇଦା ମିଳିପାରେ। ମାତ୍ର ଅନ୍ୟ ଗୋଷ୍ଠୀଙ୍କ ରାୟ ଭିନ୍ନ ରହିଛି। ସଚିନ ପାଇଲଟ ଗୋଷ୍ଠୀଙ୍କ କହିବା କଥା  ସେ ରାଷ୍ଟ୍ରୀୟ  ରାଜନୀତିର ମୋହ ତ୍ୟାଗ କରି ସଂକଟ ସମୟରେ ରାଜସ୍ଥାନରେ କଂଗ୍ରେସର ଅଧ୍ୟକ୍ଷ ପଦ ସମ୍ଭାଳି ଦଳର ସ୍ଥିତିକୁ ମଜବୁତ କରିଛନ୍ତି। ତୃଣମୂଳ ସ୍ଥରରେ ସେ କାମ କରିଛନ୍ତି ଏବଂ ମୋଦୀ ବ୍ରାଣ୍ଡ ସତ୍ଵେ ବି ବିଜେପିକୁ ରାଜସ୍ଥାନରେ କ୍ଷମତାଚ୍ୟୁତ କରିବା ପାଇଁ କଠିନ କାମ କରିଛନ୍ତି।

Loading...

ଉଲ୍ଲେଖଯୋଗ୍ୟ ରାଜସ୍ଥାନର ମୋଟ୍ ୨୦୦ ସିଟରୁ ୧୯୯ରେ ହୋଇଥିବା ନିର୍ବାଚନରେ କଂଗ୍ରେସ ୯୯ଟି ସିଟରେ ବିଜୟୀ ହୋଇଛି। ବିଜେପି ୭୩ ଓ ଅନ୍ୟକୁ ୨୫ ସିଟ୍ ମିଳିଛି। ବିଏସପି (୬) ଓ ଆରଏଲଡି ଗୋଟିଏ(୧) କଂଗ୍ରେସକୁ ସମର୍ଥନ ଦେବାକୁ ଘୋଷଣା କରିଛନ୍ତି।

ମଧ୍ୟ ପ୍ରଦେଶରେ କଂଗ୍ରେସ  ପ୍ରଦେଶ ଅଧ୍ୟକ୍ଷ କମଲନାଥ ରାଜ୍ୟପାଳ ଆନନ୍ଦିବେନ ପଟେଲଙ୍କୁ ସାକ୍ଷାତ କରି ନିଜର ୧୨୧ ବିଧାୟକଙ୍କ ତାଲିକା ପ୍ରଦାନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଏମପିରେ କଂଗ୍ରେସ ୧୧୪, ବିଏସପି ୨, ଏସପି ୧ ଓ ନିର୍ଦ୍ଦଳୀୟ ବିଧାୟକ ୪ଟି ସିଟରେ ବିଜୟୀ ହୋଇଛନ୍ତି। ଅନ୍ୟ ପଟେ ବିଜେପି ୧୦୯ ସିଟରେ ବିଜୟୀ ହୋଇଛି। ଉଲ୍ଲେଖଯୋଗ୍ୟ ବୁଧବାର ଭୋପାଳରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ରାଜନୀତି ଚଳଚଞ୍ଚଳ ହୋଇ ଉଠିଛି।  କମଲନାଥ ଓ ଜ୍ୟୋତିରାଦିତ୍ୟଙ୍କ ସମର୍ଥକ ସଡ଼କକୁ ଓହ୍ଲାଇ ନିଜ ନିଜ ନେତାଙ୍କ ସମର୍ଥନରେ ନାରାବାଜି କରିଛନ୍ତି।

ଅପରପକ୍ଷେ ଦିଗବିଜୟ ସିଂହ କମଲନାଥଙ୍କ ନାମକୁ ଗୋଟିଏ ପ୍ରକାରେ ସମର୍ଥନ କରିଛନ୍ତି। ନିର୍ବାଚନ ପୂର୍ବରୁ ଦିଗବିଜୟ ସିଂହ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମଧ୍ୟରେ ତିକ୍ତତା ଖବର ସାମ୍ନାକୁ ଆସିଥିଲା। ମାତ୍ର ଦୁଇ ନେତା ଏହି ଖବରକୁ ଖଣ୍ଡନ କରିଥିଲେ। ରାଜ୍ୟପାଳଙ୍କୁ ଭେଟିବା ସମୟରେ ନେତାଙ୍କ ମଧ୍ୟରେ କମଲନାଥ ଓ ଦିଗବିଜୟଙ୍କ ସହିତ ଜ୍ୟୋତିରାଦିତ୍ୟ ସିନ୍ଧିା ମଧ୍ୟ ସାମିଲ।

ଛତିଶଗଡ଼ରେ କଂଗ୍ରେସ ୧୫ ବର୍ଷ ପରେ  ବଡ଼ ବିଜୟ ସହିତ କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିଛି। ଏହି ବିଜୟ ପରେ  ଏଠାରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୌଡ଼  ଆରମ୍ଭ ହୋଇ ଯାଇଛି। ସିଏମ ପଦ ପାଇଁ ଦୁଇ ଜଣ ନେତାଙ୍କ ନାମ ସାମ୍ନାକୁ ଆସିଛି। ଜଣେ ହେଲେ ପ୍ରଦେଶ ଅଧ୍ୟକ୍ଷ ଭୂପେଶ ବାଘେଲ ଓ ଅନ୍ୟଙ୍କ ନାମ  ବରିଷ୍ଠ ନେତା ଟିଏସ ସିଂହ ଦେବ। ପୂର୍ବେ ବାଘେଲଙ୍କ ନାମରେ ଅନେକ ବିବାଦ ଯୋଡ଼ି ହୋଇ ଯାଇଛି। ଗତ ବର୍ଷ ସେକ୍ସ ସ୍କାଣ୍ଡାଲ ପରେ ବାଘେଲଙ୍କ ନାମ ଅଚାନକ ବିବାଦ ଘେରକୁ ଆସିଥିଲା।  ମାତ୍ର ରାଜ୍ୟରେ କଂଗ୍ରେସ ପ୍ରତ୍ୟାବର୍ତ୍ତନରେ ବାଘେଲଙ୍କ ମହତ୍ଵପୂର୍ଣ୍ଣ ଯୋଗଦାନ ରହିଛି। ତେଣୁ ସିଏମ ଦୌଡ଼ରେ ତାଙ୍କ ନାମ ଆଗରେ ରହିଛି।

ଅନ୍ୟ ପଟେ ଟିଏସ ବାବା ନାମରେ ପ୍ରସିଦ୍ଧ ତ୍ରିଭୁନେଶ୍ଵର ଶରଣ ସିଂହ ଦେବ ଛତିଶଗଡ଼ରେ  ସବୁଠୁ ବିତ୍ତଶାଳୀ ପ୍ରାର୍ଥୀ ରୂପେ  ବହୁତ ଖ୍ୟାତି ହାସଲ କରିଛି। ସିଂହଦେବଙ୍କ ସମ୍ବନ୍ଧ ରାଜ ପରିବାର ସହିତ ରହିଛି। ତେଣୁ  ସିଏମ ପାଇଁ ତାଙ୍କର ନାମ ମଧ୍ୟ ଚର୍ଚ୍ଚାରେ  ଆସିଛି।

  •  
    5
    Shares
  •  
  • 5
  •  
  •  
  •  
  •  
Loading...

Join The Discussion

Loading...