National/International

ସ୍ତ୍ରୀଙ୍କ ମୋବାଇଲରେ ମେସେଜ୍ ପଢି ସ୍ୱାମୀ ବେହୋସ

  •  
  • 28
  •  
  •  
  •  
  •  
  •  
    28
    Shares

ସୀତାପୁର: ଉତ୍ତର ପ୍ରଦେଶ ସୀତାପୁର ଜିଲାରୁ ଆସିଛି ଏକ ଆଶ୍ଚର୍ଯ୍ୟ କରିବା ଭଳି ଖବର। ଏଠାରେ ପ୍ରାୟ ୨୨ ଜଣ ମହିଳାଙ୍କ ସ୍ବାମୀ ଜୀବିତ ଥିବା ବେଳେ ସେମାନେ କିନ୍ତୁ ନେଉଛନ୍ତି ବିଧବା ଭତ୍ତା। ବସ୍ତଗଞ୍ଜ ଗାଁର ସନ୍ଦିପ କୁମାର ଯେତେବେଳେ ତାଙ୍କ ସ୍ତ୍ରୀଙ୍କ ମୋବାଇଲର ମେସେଜ୍‌ ଚେକ୍‌ କରୁଥିଲେ ଏମିତି ଏକ ମେସେଜ୍‌ ଦେଖି ସେ ଚମକି ପଡିଥିଲେ। ତାଙ୍କ ସ୍ତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥିଲା ୩ହଜାର ଟଙ୍କା। ଏ ସମ୍ପର୍କରେ ସେ ବ୍ୟାଙ୍କ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ଜଣାପଡିଲା ଯେ ଏହା ହେଉଛି ତାଙ୍କ ସ୍ତ୍ରୀଙ୍କର ବିଧବା ଭତ୍ତା। ହେଲେ ସେ ଜୀବିତ ଥାଉ ଥାଉ ତାଙ୍କ ସ୍ତ୍ରୀ କେମିତି ଏହି ଭତ୍ତା ପାଇଛନ୍ତି ଭାବିଲା ବେଳକୁ ସେ ଆଶ୍ଚର୍ଯ୍ୟ ହୋଇଗଲେ। କେବଳ ସେତିକି ନୁହେଁ ସନ୍ଦିପଙ୍କ ଶାଶୁ ଓ ଶାଳୀ ମଧ୍ୟ ଏମିତି ଭତ୍ତା ଗ୍ରହଣ କରୁଥିବା ଜଣାପଡିଥିଲା। ଏସବୁ ଜାଣିବା ପରେ ସନ୍ଦିପ ଜିଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ସତ। ହେଲେ ତାଙ୍କ ଅଭିଯୋଗ କେହି ଶୁଣି ନ ଥିବା ସେ କହିଛନ୍ତି। ଏବେ ଜଣାପଡିଛି କେବଳ ଏମାନେ ନୁହେଁ ସୀତାପୁରର ପାଖାପାଖି ୨୨ ଜଣ ସଧବା ମହିଳା ବିଧବା ଭତ୍ତା ଗ୍ରହଣ କରୁଛନ୍ତି। ଏମିତି ଘଟଣା ଜଣାପଡିବା ପରେ ଜିଲା ମୁଖ୍ୟ ଅଧିକାରୀ ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି। ସେହିପରି ଜିଲା ମାଜିଷ୍ଟ୍ରେଟ୍‌ ସୀତା ବର୍ମା କହିଛନ୍ତି ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କୁ ଦଣ୍ଡ ଦିଆଯିବ।

  •  
    28
    Shares
  •  
  • 28
  •  
  •  
  •  
  •  
Loading...

Join The Discussion

Loading...