Home ଦେଶ-ବିଦେଶ ଟାଇମ୍‌ସ ନାଓ ସର୍ଭେ : ସୃଷ୍ଟି ହେବ ଝୁଲା ଲୋକସଭା

ଟାଇମ୍‌ସ ନାଓ ସର୍ଭେ : ସୃଷ୍ଟି ହେବ ଝୁଲା ଲୋକସଭା

ନୂଆଦିଲ୍ଲୀ : ଟାଇମ୍ସ ନାଓ-ଭିଏମ୍‌ଆର ଜନମତ ସର୍ଭେ ଅନୁଯାୟୀ ୨୦୧୯ ଲୋକସଭା ନିର୍ବାଚନରେ ଏନ୍‌ଡିଏକୁ ସଂଖ୍ୟାଗରିଷ୍ଠତା ମିଳିବ ନାହିଁ ଏବଂ ଝୁଲା ଲୋକସଭା ସୃଷ୍ଟି ହେବ। ଉତ୍ତରପ୍ରଦେଶରେ ଏନ୍‌ଡିଏକୁ ବଡ଼ କ୍ଷତି ସହିବାକୁ ହେବ। ୨୦୧୪ ନିର୍ବାଚନରେ ଏନ୍‌ଡିଏ ୭୪ଟି ଆସନ ୟୁପିରେ ଜିତିଥିବା ବେଳେ ଏଥର ୨୭ ଆସନ ପାଇବ ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି। ୟୁପିରେ ଏସ୍‌ପି-ବିଏସ୍‌ପି ମେଣ୍ଟ ୫୧ଟି ଆସନ ପାଇବ। ଦେଶର ୫୪୩ଟି ଆସନରେ ଏହି ସର୍ଭେ ହୋଇଥିବା ବେଳେ ଏନ୍‌ଡିଏ ୨୫୨ ଏବଂ ୟୁପିଏ ୧୪୭ ଆସନ ପାଇବ ବୋଲି ଅନୁମାନ କରାଯାଇଛି। ଅନ୍ୟମାନଙ୍କୁ ୧୪୪ ଆସନ ମିଳିବ ବୋଲି କୁହାଯାଇଛି। ଓଡ଼ିଶାରେ ୨୧ଟି ଲୋକସଭା ଆସନରୁ ଏନ୍‌ଡିଏ ୧୩ଟି ଏବଂ ବିଜେଡିକୁ ୮ଟି ଆସନ ମିଳିବ ବୋଲି ସର୍ଭେ ଦର୍ଶାଇଛି।

ଝା‌ଡ଼ଖଣ୍ଡରେ ୟୁପିଏକୁ ୮, ଏନ୍‌ଡିଏକୁ ୬ ଆସନ, ବିହାରରେ ୪୦ ଆସନରୁ ଏନ୍‌ଡିଏକୁ ୨୫ ଏବଂ ୟୁପିଏକୁ ୧୫ ଆସନ ମିଳିବ ବୋଲି ସର୍ଭେ ରିପୋର୍ଟରୁ ପ୍ରକାଶ। ପଶ୍ଚିମବଂଗରେ ଟିଏମ୍‌ସି ୩୨, ୟୁପିଏ ୧ ଏବଂ ଏନ୍‌ଡିଏ ୯ଟି ଆସନରେ ବିଜୟୀ ହେବ ବୋଲି ଅନୁମାନ କରାଯାଇଛି। ମହାରାଷ୍ଟ୍ରରେ ୪୮ ଆସନରୁ ଏନ୍‌ଡିଏକୁ ୪୩ ଏବଂ ୟୁପିଏକୁ ୫ଟି ଆସନ, ଆସାମରେ ୧୪ଟି ଆସନରୁ ୟୁପିଏକୁ ୩ ଏବଂ ଏନ୍‌ଡିଏକୁ ୮ଟି ଆସନ ମିଳିବ ବୋଲି କୁହାଯାଇଛି। କର୍ଣ୍ଣାଟକରେ ଉଭୟ ଏନ୍‌ଡିଏ ଏବଂ ୟୁପିଏକୁ ୧୪ଟି ଲେଖାଏଁ ଆସନ, ରାଜସ୍ଥାନରେ ୨୫ ଆସନରୁ ଏନ୍‌ଡିଏକୁ ୧୭ ଏବଂ ୟୁପିଏକୁ ୮ଟି ଆସନ, ଦିଲ୍ଲୀରେ ଏନ୍‌ଡିଏକୁ ୬, ଆପ୍‌କୁ ୧ ଆସନ, ମଧ୍ୟ ପ୍ରଦେଶରେ ୨୯ ଆସନରୁ ଏନ୍‌ଡିଏକୁ ୨୩ଟି ଆସନ ଏବଂ ୟୁପିଏକୁ ୬ ଆସନ ମିଳିବ ବୋଲି ଏହି ସର୍ଭେ ଦର୍ଶାଇଛି। ଜମ୍ମୁ କଶ୍ମୀରେ ୬ଟି ଆସନରୁ ଏନ୍ସି ୪, ଏନଡିଏ ୧ ଏବଂ ୟୁପିଏ ୧ ଆସରେ ବିଜୟୀହେବା ସମ୍ଭାବନା ରହିଛି। ପଂଜାବରେ ୧୩ଟି ଆସନରୁ ଏନ୍‌ଡିଏ ଏଠାରେ ଖାତା ମଧ୍ୟ ଖୋଲି ପାରିବ ନାହିଁ। ଆପ୍‌ ଏଠାରେ ଗୋଟିଏ ଆସନ ଏବଂ ୟୁପିଏ ୧୨ଟି ଆସନ ପାଇବ ବୋଲି କୁହାଯାଇଛି। ଛତିଶଗଡ଼ରେ ୧୧ ଆସନରୁ ଏନ୍‌ଡିଏ ୫ ଏବଂ ୟୁପିଏ ୬ଟି ଆସନରେ ବିଜୟୀ ହେବ। ଗୁଜରାଟରେ ୨୪ ଆସନରୁ ଏନ୍‌ଡିଏ ୨୪ଟି ଆସନ ପାଇବ ଏବଂ ୟୁପିଏକୁ ୨ଟି ଆସନ ମିଳିବ ବୋଲି କୁହାଯାଇଛି। ଆନ୍ଧ୍ର ପ୍ରଦେଶରେ ୨୫ ଆସନରୁ ୱାଇଏସ୍‌ଆର୍‌ସିପିକୁ ୨୩ଟି ଆସନ ମିଳିବ ବୋଲି ଅନୁମାନ କରାଯାଇଛି। ତାମିଲନାଡ଼ୁରେ ୩୯ ଆସନରୁ ୟୁପିଏକୁ ୩୫ ଆସନ , ଏଆଇଏଡିଏମ୍‌କେକୁ ୪ ଆସନ ମିଳିବ ବୋଲି କୁହାଯାଇଛି।

ରାଜ୍ୟର ଖବର

୬ ବୁଥ୍ ରେ ସାନି ମତଦାନ ପାଇଁ ସୁପାରିଶ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ସମୟରେ ୬ଟି ବୁଥରେ ପରି·ଳନାଗତ ତ୍ରୁଟି ଦେଖା ଦେଇଛି । ବଣାଇର ୧୨୯ ନଂ ବୁଥ୍ , ସୁନ୍ଦରଗଡର ୨୧୩ ନମ୍ବର...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ : ମେ ୨୩କୁ ଅପେକ୍ଷା

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ସନ୍ଧ୍ୟା ୫ଟା ସୁଦ୍ଧା ଓଡିଶାରେ ୬୪ ପ୍ରତିଶତ ମତଦାନ ହୋଇଛି । ତେବେ ସଂଧ୍ୟା ୬ଟା ସୁଦ୍ଧା ଯେଉଁମାନେ...

ମେ ୨୩ରେ ବିଜେପିର ମେନ୍ ଇଂଜିନ୍ ଲାଇନଚ୍ୟୁତ ହେବ: ନବୀନ

ଭୁବନେଶ୍ୱର : ବିଜେପିର ଡବଲ ଇଂଜିନ୍ ରୁ ୫ଟି ଇଂଜିନ୍ ଲାଇନ୍ଚ୍ୟୁତ ହୋଇଗଲାଣି । ମଧ୍ୟପ୍ରଦେଶ,ରାଜସ୍ଥାନ ,ଛତିଶଗଡ, ପଂଜାବ ଏବେ ସିଙ୍ଗଲ ଇଂଜିନ୍ । ମେ ୨୩ ତାରିଖରେ ବିଜେପିର ମେନ୍ ଇଂଜିନ୍...

ଦେଶ-ବିଦେଶ

ମୋଦିଙ୍କର ପତ୍ନୀ କି ପିଲା ନାହାନ୍ତି, ତେଣୁ ସେ ପରିବାରର ଗୁରୁତ୍ୱ ବୁଝି ପାରିବେ କେମିତି ?

ମୁମ୍ବାଇ :ଏନ୍ସିପି ମୁଖ୍ୟ ଶରଦ ପାଓ୍ଵାର ଏମିତି କିଛି କହିଛନ୍ତି ଯାହା ହୁଏତ ମୋଦି ପ୍ରେମୀଙ୍କୁ ବାଧି ପାରେ । ହେଲେ ପାଓ୍ଵାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖାଲି ଜବାବ ଦେଇଛନ୍ତି ।...

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ : ୯୭ ଲୋକସଭା ଆସନ ପାଇଁ ହେବ ଭୋଟ ଗ୍ରହଣ

ନୂଆଦିଲ୍ଲୀ: ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ମତଦାନ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୬ ଆସନରେ ଭୋଟଗ୍ରହଣ କରାଯିବ। ତାମିଲନାଡୁର ଭେଲୋର ଆସନକୁ...

ମୋତେ ଗାଳି କରିବା କଂଗ୍ରେସର ଏକ ଅଭ୍ୟାସରେ ପରିଣତ ହୋଇଛି : ମୋଦି

ସୋଲାପୁର: ଗତକାଲି ଓଡ଼ିଶାରେ ମାରାଥନ୍ ପ୍ରଚାର କରିବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ରରେ ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭାରେ ଯୋଗ ଦେଇ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି...