National/International

ଏଣିକି କୋର୍ଟ ଶୁଣାଣିର ହେବ ଲାଇଭ୍ ଷ୍ଟ୍ରିମିଂ

  •  
  • 5
  •  
  •  
  •  
  •  
  •  
    5
    Shares

ନୂଆଦିଲ୍ଲୀ: ସଂସଦ ଭଳି ସୁପ୍ରିମ୍କୋର୍ଟ ଏବଂ ହାଇକୋର୍ଟଗୁଡ଼ିକର ଶୁଣାଣି ପ୍ରକ୍ରିୟାର ସିଧା ପ୍ରସାରଣ ହେବ । ସୁପ୍ରିମ୍କୋର୍ଟ ଆଜି ଏ ସଂକ୍ରାନ୍ତ ମାମଲା ଉପରେ ରାୟ ଶୁଣାଇ ଏହା ପ୍ରକାଶ କରି କହିଛନ୍ତି ଯେ, ଅଦାଲତଗୁଡ଼ିକରେ ହେଉଥିବା କାର୍ଯ୍ୟର ଏଣିକି ଲାଇଭ୍ ଷ୍ଟ୍ରିମିଂ ବା ସିଧା ପ୍ରସାରଣ ହେବ । ଏହାଦ୍ୱାରା ଲୋକମାନେ କୋର୍ଟରେ ହେଉଥିବା କାର୍ଯ୍ୟ ସଂପର୍କରେ ଅବଗତ ହୋଇପାରିବେ । ସିଧା ପ୍ରସାରଣ ନିମନ୍ତେ ନିୟମ କରିବାକୁ କେନ୍ଦ୍ର ସରକାରଙ୍କୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ଏହା ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ୍ କେକେ ବେଣୁଗୋପାଳ ଅଦାଲତ କାର୍ଯ୍ୟର ସିଧା ପ୍ରସାରଣ ପ୍ରସଙ୍ଗ ଉପରେ ନିଜର ମନ୍ତବ୍ୟ ରଖିଥିଲେ । ସେ ଅଦାଲତକୁ କହିଥିଲେ ଯେ, ସିଧା ପ୍ରସାରଣର ପାଇଲଟ୍ ପ୍ରୋଜେକ୍ଟ ପ୍ରଥମେ ପ୍ରଧାନ ବିଚାରପତିଙ୍କ ଅଦାଲତରେ ଆରମ୍ଭ କରାଯାଇପାରିବ । ସିଧା ପ୍ରସାରଣ ୭୦ ମିନିଟ୍ ଡେରିରେ କରାଯାଇପାରିବ । ଫଳରେ ବିଚାରପତିଙ୍କୁ ପ୍ରାପ୍ୟ ସୁରକ୍ଷା କିମ୍ବା ବ୍ୟକ୍ତିଗତ ମାମଲାରେ ଓକିଲଙ୍କର ଭୁଲ୍ ଆଚରଣ କିମ୍ବା କୌଣସି ସମ୍ବେଦନଶୀଳ ପ୍ରସାରଣ ସମୟରେ ସ୍ୱର ବନ୍ଦ କରିବାର ଅବସର ମିଳିପାରିବ । ସାମ୍ବାଦିକ, ଓକିଲ, ଅଭିଯୋଗକାରୀ, ପ୍ରଶିକ୍ଷକ ଓ ଲୋକମାନେ ଏହି ପ୍ରସାରଣ ଦେଖିପାରିବେ । କୋର୍ଟ ପରିସରରେ ଏଥିପାଇଁ ଅଲଗା ମିଡ଼ିଆ ରୁମ୍ ପ୍ରସ୍ତୁତ କରାଯିବ । ଯାହାଦ୍ୱାରା ଅଦାଲତରେ ଭିଡ଼କୁ କମାଇ ହେବ ।

  •  
    5
    Shares
  •  
  • 5
  •  
  •  
  •  
  •  
Loading...

Join The Discussion

Loading...