Home ଦେଶ-ବିଦେଶ ଶିଶୁ ଶ୍ରମିକ ରୋକିବାରେ ଭାରତ ସଫଳ

ଶିଶୁ ଶ୍ରମିକ ରୋକିବାରେ ଭାରତ ସଫଳ

ୱାଶିଂଟନ : ବିଶ୍ୱରେ ଶିଶୁଶ୍ରମିକ ଦୂର ଲାଗି ଯେଉଁ ୧୪ଟି ରାଷ୍ଟ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି, ଭାରତ ସେମାନଙ୍କ ମଧ୍ୟରେ ଅନ୍ୟତମ । ଆମେରିକାର ଶ୍ରମ ବିଭାଗ ରିପୋର୍ଟରେ ଏହା କୁହାଯାଇଛି । ଏଥିରେ ଦର୍ଶାଯାଇଛି, ୨୦୧୭ରେ ଭାରତ ଏ କ୍ଷେତ୍ରରେ ଅନେକ କାର୍ଯ୍ୟ କରିଛି । ଯେଉଁ ୧୪ଟି ରାଷ୍ଟ୍ର ଏ କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି, ସେଗୁଡ଼ିକ ମଧ୍ୟରୁ ଭାରତ, କଲମ୍ବିଆ ଓ ପାରାଗୁଏ ଏହାକୁ ରୋକିବା ଲାଗି କେତେକ ନୂଆ ପଦକ୍ଷେପ ନେଇ ବିଶେଷ ଅଗ୍ରଗତି କରିଛନ୍ତି ବୋଲି ଆମେରିକା ଶ୍ରମ ବିଭାଗ ରିପୋର୍ଟରେ କୁହାଯାଇଛି । ଆମେରିକାର ଶ୍ରମ ସଚିବ ଆଲେକ୍ଜାଣ୍ଡାର ଆକୋଷ୍ଟା କହିଛନ୍ତି, ଅନ୍ତର୍ଜାତୀୟ ଶ୍ରମ ସଂଗଠନର ଆକଳନ ଅନୁଯାୟୀ ଏବେ ବି ବିଶ୍ୱରେ ୧୫ କୋଟି ୨୦ ଲକ୍ଷ ଶିଶୁ ଶ୍ରମିକ ରହିଛନ୍ତି । ପ୍ରତି ୧୦ ଜଣରେ ଜଣେ ଶିଶୁଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯାଉଛି । ସାରା ବିଶ୍ୱରେ ଅଢ଼େଇ କୋଟି ଗୋତି ଶିଶୁ ଶ୍ରମିକ ରହିଛନ୍ତି । ଏହି ରିପୋର୍ଟରେ ଆହୁରି କୁହାଯାଇଛି, ଭାରତ ସରକାର ବିଶ୍ୱ ଶ୍ରମ ସଂଗଠନ ସମ୍ମିଳନୀର ନିଷ୍ପତ୍ତିକୁ ଅନୁମୋଦନ କରିଛନ୍ତି । ଶିଶୁ ଶ୍ରମିକ ଆଇନରେ ସଂଶୋଧନ କରାଯାଇଛି । ୧୮ ବର୍ଷରୁ କମ୍ ବୟସର ପିଲାଙ୍କୁ ବିପଜ୍ଜନକ କାର୍ଯ୍ୟରେ ନିୟୋଜିତ କରିବା ବାରଣ ହୋଇଛି । ସରକାର ମଧ୍ୟ ଶିଶୁ ଶ୍ରମିକ ଉଚ୍ଛେଦ ପାଇଁ ଏକ ପ୍ଲାଟ୍ଫର୍ମ ଲଂଚ କରିଛନ୍ତି । ଶିଶୁଙ୍କ ପାଇଁ ଜାତୀୟ କ୍ରିୟାନୁଷ୍ଠାନ ଯୋଜନା କରାଯାଇଛି । ଜାତୀୟ ଶିଶୁ ନୀତି ଏହି ଅନୁଯାୟୀ କାର୍ଯ୍ୟକାରୀ ହେଉଛି ।

ରାଜ୍ୟର ଖବର

୬ ବୁଥ୍ ରେ ସାନି ମତଦାନ ପାଇଁ ସୁପାରିଶ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ସମୟରେ ୬ଟି ବୁଥରେ ପରି·ଳନାଗତ ତ୍ରୁଟି ଦେଖା ଦେଇଛି । ବଣାଇର ୧୨୯ ନଂ ବୁଥ୍ , ସୁନ୍ଦରଗଡର ୨୧୩ ନମ୍ବର...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ : ମେ ୨୩କୁ ଅପେକ୍ଷା

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ସନ୍ଧ୍ୟା ୫ଟା ସୁଦ୍ଧା ଓଡିଶାରେ ୬୪ ପ୍ରତିଶତ ମତଦାନ ହୋଇଛି । ତେବେ ସଂଧ୍ୟା ୬ଟା ସୁଦ୍ଧା ଯେଉଁମାନେ...

ମେ ୨୩ରେ ବିଜେପିର ମେନ୍ ଇଂଜିନ୍ ଲାଇନଚ୍ୟୁତ ହେବ: ନବୀନ

ଭୁବନେଶ୍ୱର : ବିଜେପିର ଡବଲ ଇଂଜିନ୍ ରୁ ୫ଟି ଇଂଜିନ୍ ଲାଇନ୍ଚ୍ୟୁତ ହୋଇଗଲାଣି । ମଧ୍ୟପ୍ରଦେଶ,ରାଜସ୍ଥାନ ,ଛତିଶଗଡ, ପଂଜାବ ଏବେ ସିଙ୍ଗଲ ଇଂଜିନ୍ । ମେ ୨୩ ତାରିଖରେ ବିଜେପିର ମେନ୍ ଇଂଜିନ୍...

ଦେଶ-ବିଦେଶ

ମୋଦିଙ୍କର ପତ୍ନୀ କି ପିଲା ନାହାନ୍ତି, ତେଣୁ ସେ ପରିବାରର ଗୁରୁତ୍ୱ ବୁଝି ପାରିବେ କେମିତି ?

ମୁମ୍ବାଇ :ଏନ୍ସିପି ମୁଖ୍ୟ ଶରଦ ପାଓ୍ଵାର ଏମିତି କିଛି କହିଛନ୍ତି ଯାହା ହୁଏତ ମୋଦି ପ୍ରେମୀଙ୍କୁ ବାଧି ପାରେ । ହେଲେ ପାଓ୍ଵାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖାଲି ଜବାବ ଦେଇଛନ୍ତି ।...

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ : ୯୭ ଲୋକସଭା ଆସନ ପାଇଁ ହେବ ଭୋଟ ଗ୍ରହଣ

ନୂଆଦିଲ୍ଲୀ: ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ମତଦାନ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୬ ଆସନରେ ଭୋଟଗ୍ରହଣ କରାଯିବ। ତାମିଲନାଡୁର ଭେଲୋର ଆସନକୁ...

ମୋତେ ଗାଳି କରିବା କଂଗ୍ରେସର ଏକ ଅଭ୍ୟାସରେ ପରିଣତ ହୋଇଛି : ମୋଦି

ସୋଲାପୁର: ଗତକାଲି ଓଡ଼ିଶାରେ ମାରାଥନ୍ ପ୍ରଚାର କରିବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ରରେ ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭାରେ ଯୋଗ ଦେଇ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି...