National/International

ନୃଶଂସ ପିତା : ପତ୍ନୀଙ୍କ ସହ ଝଗଡା କରି ଝିଅକୁ କଲେ ବଳାତ୍କାର

  •  
  • 4
  •  
  •  
  •  
  •  
  •  
    4
    Shares

ଗୁରଗାଁଓ: ପତ୍ନୀଙ୍କ ସହ ଝଗଡା କରି ନିଜ ୩ ବର୍ଷର ଝିଅକୁ ବଳାତ୍କାର କରିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଶୁକ୍ରବାର ଗୁରଗାଁଓ ପୋଲିସ ଗିରଫ କରିଛି। ଅକ୍ଟୋବର ୨୮ ର ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ, କୌଣସି କାରଣ ଯୋଗୁ ଅଭିଯୁକ୍ତଙ୍କର ପତ୍ନୀଙ୍କ ସହ ଝଗଡା ହୋଇଥିଲା। ଏଥିରେ ରାଗିଯାଇ ପତ୍ନୀ ତାଙ୍କ ବର୍ଷକର ଝିଅକୁ ସାଙ୍ଗରେ ଧରି ଘରୁ କେଉଁଆଡେ ଚାଲି ଯାଇଥିଲେ। ଏହି ସମୟରେ ସେ ୩ ବର୍ଷର ଝିଅକୁ ଘରେ ଛାଡି ଯାଇଥିଲେ। ହେଲେ ତାଙ୍କ ପତି ନିଶାଶକ୍ତ ଥିବାରୁ ୩ ବର୍ଷର ଝିଅକୁ ଏକଲା ପାଇ ବଳାତ୍କାର କରି ଘରେ ଛାଡି ଚାଲି ଯାଇଥିଲେ। ତେବେ ମହିଳା ଜଣକ ଘରକୁ ଫେରି ଦେଖିବା ବେଳକୁ ୩ ବର୍ଷର ଝିଅଟି ଗୁରୁତର ଅବସ୍ଥାରେ ଘରେ ଶୋଇଥିବା ବେଳେ ବିଛଣାରେ ପଡିଥିବା ବେଡ୍‌ସିଟ୍‌ ରକ୍ତରେ ଭିଜିଯାଇଥିଲା। ଝିଅ ସହ ବଳାତ୍କାର ହୋଇଥିବା ଅନୁମାନ କରି ତାକୁ ତୁରନ୍ତ ହସ୍ପିଟାଲ ନେବା ସହ ପୋଲିସରେ ଅଭିଯୋଗ କରିଥିଲେ ମହିଳା। ଶିଶୁଟିର ଡାକ୍ତରି ମାଇନା ପରେ ବଳାତ୍କାର ହୋଇଥିବା ସ୍ପଷ୍ଟ ହୋଇଥିଲା।

  •  
    4
    Shares
  •  
  • 4
  •  
  •  
  •  
  •  
Loading...

Join The Discussion

Loading...