National/International

ରାଜରାସ୍ତାରେ ଗର୍ଜିଲେ ୩୦ହଜାରୁ ଉର୍ଦ୍ଧ୍ୱ ଚାଷୀ

  •  
  •  
  •  
  •  
  •  
  •  
  •  

ଥାନେ: କୃଷି ଋଣ ଛାଡ ଓ ଜଙ୍ଗଲ ଜମି ଅଧିକାର ଦାବିରେ ବୁଧବାର ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ। ମହାରାଷ୍ଟ୍ର ଥାନେ ଜିଲାର ପାଖାପାଖି ୩୦ ହଜାରରୁ ଉର୍ଦ୍ଧ୍ୱ ଚାଷୀ ନିଜ ଅଧିକାର ପାଇଁ ଏକ ପଦଯାତ୍ରା ଆରମ୍ଭ କରିଛନ୍ତି। ଥାନେରୁ ଏହି ଆନ୍ଦୋଳନ ଆରମ୍ଭ ହୋଇ ମୁମ୍ବାଇର ଆଜାଦ ମୈଦାନରେ ପହଞ୍ଚି ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଚାଷୀ ମହାସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଏଥିପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ବନ୍ଦୋବସ୍ତ କରାଯାଇଛି। ସୂଚନାଯୋଗ୍ୟ, ସ୍ବାମୀନାଥନ ରିପୋର୍ଟକୁ କାର୍ଯ୍ୟକାରୀ କରିବା, ଚାଷୀଙ୍କୁ ଜମି ଓ ପାଣି ଉପରେ ଟିକସ ଛାଡ, ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଭଳି ଦାବି ନେଇ କୃଷକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...