National/International

କହ୍ନେୟା କୁମାର ଲଢିବେ ଲୋକସଭା ନିର୍ବାଚନ

  •  
  • 3
  •  
  •  
  •  
  •  
  •  
    3
    Shares

ନୂଆଦିଲ୍ଲୀ : ଦିଲ୍ଲୀର ଜବାହର ଲାଲ ନେହେରୁ ବିଶ୍ଵ ବିଦ୍ୟାଳୟ(ଜେଏନୟୁ)ର ଛାତ୍ର ସଂଘର ପୂର୍ବତନ ଅଧ୍ୟକ୍ଷ କହ୍ନେୟା କୁମାର ଏବେ ଜାତୀୟ ରାଜନୀତିରେ ପାଦ ଦେବାକୁ ଯାଉଛନ୍ତି। କୁହାଯାଉଛି ଯେ କହ୍ନେୟା ୨୦୧୯ରେ ଲୋକସଭା ନିର୍ବାଚନ ଲଢିବେ। କହ୍ନେୟା କୁମାର ବିହାରର ବେଗୁସରାୟ ଲୋକସଭା ସିଟରୁ ସିପିଆଇର ଟିକେଟରେ ନିର୍ବାଚନ ଲଢିବେ। କହ୍ନେୟାଙ୍କୁ ବେଗୁସରାୟ ସିଟରୁ ଲଢାଇବା ପାଇଁ ସମସ୍ତ ବାମପନ୍ଥୀ ପାର୍ଟି ଏକମତ ଅଛନ୍ତି। ମିଳିଥିବା ସୂଚନା ମୁତାବକ ବିହାର ସିପିଆଇର ମହାସଚିବ ସତ୍ୟନାରାୟଣ ସିଂହ କହିଛନ୍ତି ଯେ କହ୍ନେୟାଙ୍କୁ ବେଗୁସରାୟରୁ ନିର୍ବାଚନ ଲଢାଇବା ପାଇଁ ବାମପନ୍ଥୀ ଦଳଙ୍କ ମଧ୍ୟରେ ପାଟନାଠୁ ନେଇ ଦିଲ୍ଲୀ ପର୍ୟ୍ୟନ୍ତ ସହମତି ପ୍ରକାଶ ପାଇଛି। ସତ୍ୟନାରାୟଣ ସିଂହ କହିଛନ୍ତି ଯେ ବେଗୁସରାୟ ଲୋକସଭା ସିଟରୁ କହ୍ନେୟା  ମହାମେଣ୍ଟର ସହଯୋଗୀ ଦଳ ଆରଜେଡି, କଂଗ୍ରେସ, ହମ ଓ ବାମପନ୍ଥୀ ପାର୍ଟିଙ୍କ ପ୍ରାର୍ଥୀ ହେବେ। ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ମଧ୍ୟ  କେହ୍ନୟାଙ୍କୁ ପ୍ରାର୍ଥୀ  କରାଇବା ସମର୍ଥନରେ ଅଛନ୍ତି।  ମାତ୍ର ଏହାକୁ ନେଇ ଏ ପର୍ୟ୍ୟନ୍ତ ଔପଚାରିକ ଘୋଷଣା  କରାଯାଇ ନାହିଁ।  ବର୍ତ୍ତମାନ ବେଗୁସରାୟ ସିଟ୍ ବିଜେପି କବଜାରେ ରହିଛି।  ୨୦୧୪ ଲୋକସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ଭୋଲା ସିଂହ ଏଠାରୁ ନିର୍ବାଚନ ଜିତିଛନ୍ତି। ସେ ନିଜର ନିକଟତମ ପ୍ରତିଦ୍ଵନ୍ଦୀ ଆରଜେଡି ପ୍ରାର୍ଥୀ ତନବୀର ହସନଙ୍କୁ ପ୍ରାୟ ୫୮୦୦୦ ଭୋଟରେ ପରାସ୍ତ କରିଥିଲେ।  କହ୍ନେୟା କୁମାର ମୂଳତଃ ବେଗୁସରାୟର ବରୌନି ପ୍ରଖଣ୍ଡ ସ୍ଥିତ  ବିହଟ ପଞ୍ଚାୟତର ବାସିନ୍ଦା ଅଟନ୍ତି। ଉଲ୍ଲେଖଯୋଗ୍ୟ ଜେଏନୟୁ ଛାତ୍ର ସଂଘର ଅଧ୍ୟକ୍ଷ ଥିବା ସମୟରେ ୨୦୧୬ ଫେବୃଆରୀରେ କହ୍ନେୟା କୁମାର ଦେଶଦ୍ରୋହ ନାରା ଲଗାଇବା ଅଭିଯୋଗରେ ଗିରଫ ହୋଇଥିଲେ। ଏହି ମାମଲାରେ ଏବେ ସେ ଜାମିନରେ ଅଛନ୍ତି।

  •  
    3
    Shares
  •  
  • 3
  •  
  •  
  •  
  •  
Loading...

Join The Discussion

Loading...