Home ଦେଶ-ବିଦେଶ ମୁଁ କହିବି ପୁଲୱାମା ଆକ୍ରମଣ ଏକ ଦୁର୍ଘଟଣା, କାହାର ଦମ୍ ଅଛି ମୋ ନା'ରେ କେସ୍...

ମୁଁ କହିବି ପୁଲୱାମା ଆକ୍ରମଣ ଏକ ଦୁର୍ଘଟଣା, କାହାର ଦମ୍ ଅଛି ମୋ ନା’ରେ କେସ୍ କର : ଦିଗବିଜୟ

ନୂଆଦିଲ୍ଲୀ:ଜମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲାରେ 14 ଫେବ୍ରୁଆରୀ ଦିନ ସିଆରପିଏଫ ଯବାନ ମାନଙ୍କ ଗାଡି ଉପରକୁ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଦୁର୍ଘଟଣା ବୋଲି କହିଥିବା ନିଜ ବୟାନକୁ କଂଗ୍ରେସ ନେତା ତଥା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ଠିକ ବୋଲି କହିଛନ୍ତି । କଂଗ୍ରେସର ଏହି ବରିଷ୍ଠ ନେତା ପିଏମ ମୋଦୀଙ୍କୁ ଚ୍ୟାଲେଞ୍ଜ କରି କହିଛନ୍ତି ଯେ ଯଦି ତାଙ୍କର ସହାସ ଅଛି ତେବେ ସେ ମୋ ବିରୋଧରେ ଦେଶଦ୍ରୋହର ମାମଲରୁ ରୁଜୁ କରନ୍ତୁ । ଏହା ସହ ଦିଗବିଜୟ ସିଂହ ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଏକ ଭିଡିଓ ଟ୍ୱିଟ କରି କହି ପଚାରିଛନ୍ତି ଯେ ଏହାକୁ ନେଇ ପିଏମ ମୋଦୀ କଣ କହିବେ । ସେ ଟ୍ୱିଟ କରି କହିଛନ୍ତି ମୋର ଯେଉଁ ଟ୍ୱିଟକୁ ନେଇ ସବୁ ମନ୍ତ୍ରୀ ମାନେ ଘେରି ପାକିସ୍ତାନ ସମର୍ଥକ କହୁଛନ୍ତି ଏବଂ ଦେଶଦ୍ରୋହ କହୁଛନ୍ତି । ତାହା ମୁଁ ଦିଲ୍ଲୀରୁ ପୋଷ୍ଟ କରିଥିଲି ଯେଉଁଠାରେ ପୁଲିସ କେନ୍ଦ୍ର ସରକାର ଅଧିନରେ ଆସୁଛି । ଯଦି ଆପଣଙ୍କର ସହାସ ଅଛି ତେବେ ମୋ ଉପରେ ମାମଲା ରୁଜୁ କରନ୍ତୁ । ଦିଗବିଜୟ କହିଛନ୍ତି ମୋଦୀ ଜୀ ଏବଂ ତାଙ୍କ ମନ୍ତ୍ରୀମାନେ ମୋ ଉପରେ ଅନେକ ଅଭିଯୋଗ ଲାଗାଇଛନ୍ତି । ଆପଣଙ୍କର ଅନେତ ବିଜେପି ନେତା ମୋ ଉପରେ ଦେଶଦ୍ରୋହର ମାମଲା ରୁଜୁ କରିବାକୁ ଚାହୁଁଛନ୍ତି । ଏହା ସହ କଂଗ୍ରେସ ଏହି ନେତା ପୁଲୱାମା ଆକ୍ରମଣ ପରେ ମୋଦୀଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ ଆଜି ପର୍ଯ୍ୟନ୍ତ ମୋଦୀ ଜୀ ପୁଲୱାମା ଆକ୍ରମଣରେ ଗୁଇନ୍ଦା ରିପୋର୍ଟର ଫେଇଲର ଉପରେ କଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି, ଏଥି ପାଇଁ ଦାୟୀ, ଦେଶକୁ ଏପର୍ଯ୍ୟନ୍ତ ଜଣାଇ ନାହାନ୍ତି ।

ରାଜ୍ୟର ଖବର

୬ ବୁଥ୍ ରେ ସାନି ମତଦାନ ପାଇଁ ସୁପାରିଶ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ସମୟରେ ୬ଟି ବୁଥରେ ପରି·ଳନାଗତ ତ୍ରୁଟି ଦେଖା ଦେଇଛି । ବଣାଇର ୧୨୯ ନଂ ବୁଥ୍ , ସୁନ୍ଦରଗଡର ୨୧୩ ନମ୍ବର...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ : ମେ ୨୩କୁ ଅପେକ୍ଷା

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ସନ୍ଧ୍ୟା ୫ଟା ସୁଦ୍ଧା ଓଡିଶାରେ ୬୪ ପ୍ରତିଶତ ମତଦାନ ହୋଇଛି । ତେବେ ସଂଧ୍ୟା ୬ଟା ସୁଦ୍ଧା ଯେଉଁମାନେ...

ମେ ୨୩ରେ ବିଜେପିର ମେନ୍ ଇଂଜିନ୍ ଲାଇନଚ୍ୟୁତ ହେବ: ନବୀନ

ଭୁବନେଶ୍ୱର : ବିଜେପିର ଡବଲ ଇଂଜିନ୍ ରୁ ୫ଟି ଇଂଜିନ୍ ଲାଇନ୍ଚ୍ୟୁତ ହୋଇଗଲାଣି । ମଧ୍ୟପ୍ରଦେଶ,ରାଜସ୍ଥାନ ,ଛତିଶଗଡ, ପଂଜାବ ଏବେ ସିଙ୍ଗଲ ଇଂଜିନ୍ । ମେ ୨୩ ତାରିଖରେ ବିଜେପିର ମେନ୍ ଇଂଜିନ୍...

ଦେଶ-ବିଦେଶ

ମୋଦିଙ୍କର ପତ୍ନୀ କି ପିଲା ନାହାନ୍ତି, ତେଣୁ ସେ ପରିବାରର ଗୁରୁତ୍ୱ ବୁଝି ପାରିବେ କେମିତି ?

ମୁମ୍ବାଇ :ଏନ୍ସିପି ମୁଖ୍ୟ ଶରଦ ପାଓ୍ଵାର ଏମିତି କିଛି କହିଛନ୍ତି ଯାହା ହୁଏତ ମୋଦି ପ୍ରେମୀଙ୍କୁ ବାଧି ପାରେ । ହେଲେ ପାଓ୍ଵାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖାଲି ଜବାବ ଦେଇଛନ୍ତି ।...

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ : ୯୭ ଲୋକସଭା ଆସନ ପାଇଁ ହେବ ଭୋଟ ଗ୍ରହଣ

ନୂଆଦିଲ୍ଲୀ: ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ମତଦାନ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୬ ଆସନରେ ଭୋଟଗ୍ରହଣ କରାଯିବ। ତାମିଲନାଡୁର ଭେଲୋର ଆସନକୁ...

ମୋତେ ଗାଳି କରିବା କଂଗ୍ରେସର ଏକ ଅଭ୍ୟାସରେ ପରିଣତ ହୋଇଛି : ମୋଦି

ସୋଲାପୁର: ଗତକାଲି ଓଡ଼ିଶାରେ ମାରାଥନ୍ ପ୍ରଚାର କରିବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ରରେ ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭାରେ ଯୋଗ ଦେଇ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି...