Home ଦେଶ-ବିଦେଶ ପାକିସ୍ତାନ ବିରୁଦ୍ଧରେ ପୁଣି ଏକ ସର୍ଜିକାଲ ଷ୍ଟ୍ରାଇକ୍ ! : ୨୦୦ରୁ ୩୦୦ ଆତଙ୍କୀ ନିହତ

ପାକିସ୍ତାନ ବିରୁଦ୍ଧରେ ପୁଣି ଏକ ସର୍ଜିକାଲ ଷ୍ଟ୍ରାଇକ୍ ! : ୨୦୦ରୁ ୩୦୦ ଆତଙ୍କୀ ନିହତ

ନୂଆଦିଲ୍ଲୀ: ପୁଲଓ୍ଵାମା ଆତଙ୍କୀ ହମଲା ପରେ ଭାରତୀୟ ବାୟୁସେନା ପାକିସ୍ତାନ ଅଧିକୃତ କାଶ୍ମୀରରେ ଜୋରଦାର ହମଲା କରିଛି। ଭାରତୀୟ ବାୟୁସେନାର ୧୨ ମିରାଜ ୨୦୦୦ ଲଢୁଆ ବିମାନ ଆତଙ୍କୀ ଶିବିର ଉପରେ ୧୦୦୦ କିଲୋଗ୍ରାମର ବୋମା ପକାଇ ଜୈସ ଇ ମହମ୍ମଦର ଉଲ୍ଫା ୩ କଣ୍ଟୋଲ ରୁମ ସମେତ ଅନେକ ଶିବିରକୁ ଧ୍ଵସ୍ତ କରିଛି। ଖବର ମୁତାବକ  ଏହି ଏୟାର ଷ୍ଟ୍ରାଇକରେ ୨୦୦ ରୁ ୩୦୦ ଆତଙ୍କୀ ନିପାତ ହୋଇଛନ୍ତି।ସୂତ୍ର ମୁତାବକ,  ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା  ଅଜିତ ଡୋଭାଲ ଏହି ଏୟାର ଷ୍ଟ୍ରାଇକ ବିଷୟରେ  ପିଏମ ମୋଦୀଙ୍କୁ ସୂଚନା ଦେଇଛନ୍ତି।  ଏହି ହମଲା ପରେ  ଭାରତୀୟ ବାୟୁସେନା ଆଲର୍ଟରେ ରହିଛି।  ସୀମା ଅନ୍ତର୍ଗତ ସ୍ଥାନୀୟ ଲୋକେ ମଧ୍ୟ କହୁଥିଲେ ଯେ, ସୋମବାର ରାତିରେ ସୀମାରେ ଲଢୁଆ ବିମାନର ଶବ୍ଦ ଶୁଣାଯାଉଥିଲା।  ସୂତ୍ର ଅନୁସାରେ ୧୯୭୧ ଭାରତ—ପାକ୍ ଯୁଦ୍ଧ ପରେ  ପ୍ରଥମ ଥର ଭାରତୀୟ  ବାୟୁସେନା ସୀମାରେ ପ୍ରବେଶ କରି  ହମଲା କରିଛି। ସୂତ୍ର ମୁତାବକ ଭାରତୀୟ ବାୟୁସେନା ଅନେକ ଆତଙ୍କୀ ଠିକଣାକୁ ଧ୍ଵଂସ କରିଛି। ମୁଜାଫରବାଦର ରାସ୍ତାରେ ଭାରତୀୟ ଲଢୁଆ ବିମାନ ଜୈସର ଉଲ୍ଫା ୩ ନିୟନ୍ତ୍ରଣ କକ୍ଷକୁ  ସଂପୂର୍ଣ୍ଣ ଅକାମୀ କରି ଦେଇଛି। ଏହି ହମଲାରେ ଆତଙ୍କବାଦୀଙ୍କ ଘୋର କ୍ଷତି ଘଟିଛି। ବାଲାକୋଟ ଓ ଚକୋଟୀରେ ଆତଙ୍କୀ ସଂଗଠନ ଜୈସର ଅନେକ ଆଡ୍ଡାକୁ ଧ୍ଵଂସ କରାଯାଇଛି।

ରାଜ୍ୟର ଖବର

୬ ବୁଥ୍ ରେ ସାନି ମତଦାନ ପାଇଁ ସୁପାରିଶ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ସମୟରେ ୬ଟି ବୁଥରେ ପରି·ଳନାଗତ ତ୍ରୁଟି ଦେଖା ଦେଇଛି । ବଣାଇର ୧୨୯ ନଂ ବୁଥ୍ , ସୁନ୍ଦରଗଡର ୨୧୩ ନମ୍ବର...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ : ମେ ୨୩କୁ ଅପେକ୍ଷା

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ସନ୍ଧ୍ୟା ୫ଟା ସୁଦ୍ଧା ଓଡିଶାରେ ୬୪ ପ୍ରତିଶତ ମତଦାନ ହୋଇଛି । ତେବେ ସଂଧ୍ୟା ୬ଟା ସୁଦ୍ଧା ଯେଉଁମାନେ...

ମେ ୨୩ରେ ବିଜେପିର ମେନ୍ ଇଂଜିନ୍ ଲାଇନଚ୍ୟୁତ ହେବ: ନବୀନ

ଭୁବନେଶ୍ୱର : ବିଜେପିର ଡବଲ ଇଂଜିନ୍ ରୁ ୫ଟି ଇଂଜିନ୍ ଲାଇନ୍ଚ୍ୟୁତ ହୋଇଗଲାଣି । ମଧ୍ୟପ୍ରଦେଶ,ରାଜସ୍ଥାନ ,ଛତିଶଗଡ, ପଂଜାବ ଏବେ ସିଙ୍ଗଲ ଇଂଜିନ୍ । ମେ ୨୩ ତାରିଖରେ ବିଜେପିର ମେନ୍ ଇଂଜିନ୍...

ଦେଶ-ବିଦେଶ

ମୋଦିଙ୍କର ପତ୍ନୀ କି ପିଲା ନାହାନ୍ତି, ତେଣୁ ସେ ପରିବାରର ଗୁରୁତ୍ୱ ବୁଝି ପାରିବେ କେମିତି ?

ମୁମ୍ବାଇ :ଏନ୍ସିପି ମୁଖ୍ୟ ଶରଦ ପାଓ୍ଵାର ଏମିତି କିଛି କହିଛନ୍ତି ଯାହା ହୁଏତ ମୋଦି ପ୍ରେମୀଙ୍କୁ ବାଧି ପାରେ । ହେଲେ ପାଓ୍ଵାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖାଲି ଜବାବ ଦେଇଛନ୍ତି ।...

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ : ୯୭ ଲୋକସଭା ଆସନ ପାଇଁ ହେବ ଭୋଟ ଗ୍ରହଣ

ନୂଆଦିଲ୍ଲୀ: ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ମତଦାନ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୬ ଆସନରେ ଭୋଟଗ୍ରହଣ କରାଯିବ। ତାମିଲନାଡୁର ଭେଲୋର ଆସନକୁ...

ମୋତେ ଗାଳି କରିବା କଂଗ୍ରେସର ଏକ ଅଭ୍ୟାସରେ ପରିଣତ ହୋଇଛି : ମୋଦି

ସୋଲାପୁର: ଗତକାଲି ଓଡ଼ିଶାରେ ମାରାଥନ୍ ପ୍ରଚାର କରିବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ରରେ ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭାରେ ଯୋଗ ଦେଇ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି...