National/International

ୟୁପି-ଉତ୍ତରାଖଣ୍ଡରେ ବିଷାକ୍ତ ମଦମୃତ୍ୟୁ ୧୦୮କୁ ପହଞ୍ଚିଲାଣି

  •  
  •  
  •  
  •  
  •  
  •  
  •  

ଲକ୍ଷ୍ନୌ/ସାହରନ୍‌ପୁର: ବିଷାକ୍ତ ମଦ ପିଇବା କାରଣରୁ ଉତ୍ତରପ୍ରଦେଶ ଏବଂ ପଡ଼ୋଶୀ ଉତ୍ତରାଖଣ୍ଡର 108 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଉତ୍ତରପ୍ରଦେଶ ପୁଲିସ୍‌ ଏବେ ଉତ୍ତରାଖଣ୍ଡ ପୁଲିସ୍‌ ଉପରେ ଦୋଷ ଲଦୁଥିବା ଜଣାଯାଇଛି। ପୂର୍ବରୁ ମଧ୍ୟ ଉତ୍ତରପ୍ରଦେଶ ପୁଲିସ ସଫେଇ ଦେଇଆସୁଥିଲା ଯେ, 108 ଜୀବନ ନେଇଥିବା ଏହି ବିଷାକ୍ତ ମଦ ଉତ୍ତରାଖଣ୍ଡରୁ ହିଁ ଆସିଥିଲା।

ଉତ୍ତରପ୍ରଦେଶ ପୁଲିସ ଆହୁରି ମଧ୍ୟ କହିଥିଲା ଶାହାରନ୍‌ପୁରର ପିଣ୍ଟୁ ନାମକ ଜଣେ ବ୍ୟକ୍ତି ୩୦ଟି ପାଉଚ୍‌ ଆଣି ଗାଁରେ ବିକ୍ରି କରିଥିବାରୁ ମୃତକଙ୍କ ସଂଖ୍ୟା ବଢ଼ିଥାଇପାରେ। ଅନ୍ୟକ୍ଷରେ ପିଣ୍ଟୁର ପରିବାର ଲୋକେ ଅଲଗା ଅଭିଯୋଗ ଆଣିଛନ୍ତି। ସେମାନେ କହିଛନ୍ତି ନିଜକୁ ବଞ୍ଚାଇବାପାଇଁ ଉତ୍ତରପ୍ରଦେଶ ପୁଲିସ ଦୋଷ ଛଡ଼ାଉଛି। ପିଣ୍ଟୁ ସେଦିନ ହରିଦ୍ୱାରରେ ବାଲୁପୁର ଯାଇନଥିଲା ଏବଂ ଉତ୍ତରପ୍ରଦେଶରୁ ହିଁ ଏହି ମଦ ଆଣିଥିଲା ବୋଲି ପିଣ୍ଟୁର ଭାଇ ଜିତେନ୍ଦ୍ର କହିଛନ୍ତି। ପିଣ୍ଟୁ ବେଆଇନ ଭାବରେ ମଦ ବିକୁଥିଲା ଏବଂ ଏ ବିଷୟରେ ପୁଲିସ୍‌ ଜାଣିଥିଲା। ପୁଲିସ୍‌ ପିଣ୍ଟୁଠାରୁ ଲାଞ୍ଚ ନେଇ ତାକୁ ମଦ ବିକ୍ରି କରିବାକୁ ଅନୁମତି ଦେଇଥିଲା ବୋଲି ସେ କହିଛନ୍ତି।

Loading...
  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...