National/International

ଆଜି ଲକ୍ଷ୍ନୌରେ ପ୍ରିୟଙ୍କା ଗାନ୍ଧୀଙ୍କର ପ୍ରଥମ ରୋଡ୍‌ ସୋ’

  •  
  •  
  •  
  •  
  •  
  •  
  •  

ଲକ୍ଷ୍ନୌ: ସୋମବାର ଦିନ ବିଶାଳ ରୋଡ୍‌ ସୋ’ କରିବାକୁ ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌଠାରେ ପହଞ୍ଚୁଛନ୍ତି କଂଗ୍ରେସ ପାର୍ଟିର ସାଧାରଣ ସମ୍ପାଦିକା ତଥା ପୂର୍ବ ଉତ୍ତର ପ୍ରଦେଶ ନିର୍ବାଚନ ଦାୟିତ୍ୱ ଗ୍ରହଣ କରିଥିବା ପ୍ରିୟଙ୍କା ଗାନ୍ଧୀ।ତାଙ୍କ ସାଥିରେ ଆସିବେ ଭାଇ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ଓ ବରିଷ୍ଠ କଂଗ୍ରେସ ନେତା ଜ୍ୟୋର୍ତିଆଦିତ୍ୟ ସିନ୍ଧିଆ। ପ୍ରିୟଙ୍କାଙ୍କ ଆଗମନରେ ଉତ୍ସାହିତ ହୋଇ କଂଗ୍ରେସ କର୍ମୀମାନେ ରାଜ୍ୟ ରାଜଧାନୀରେ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇବାକୁ ଯୋଜନା କରିଛନ୍ତି। ଏଥିପାଇଁ ଉତ୍ତର ପ୍ରଦେଶ କଂଗ୍ରେସ କମିଟିର ମୁଖ୍ୟ ରାଜ ବାବରଙ୍କ ନେତୃତ୍ୱରେ ଆଡ଼ମ୍ବର ଭରା ଆୟୋଜନ କରାଯାଇଛି।ରାହୁଳ, ପ୍ରିୟଙ୍କା ଓ ସିନ୍ଧିଆ ଲକ୍ଷ୍ନୌ ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜଧାନୀର ପ୍ରମୁଖ ଅଞ୍ଚଳ ଦେଇ ନେହେରୁ ଭବନକୁ ଯିବେ।ବିମାନ ବନ୍ଦର ଓ ୟୁପିସିସି କାର୍ଯ୍ୟଳୟ ମଧ୍ୟରେ ଥିବା ସହରର ପ୍ରାୟ ୩୭ ସ୍ଥାନରେ ଦଳୀୟ କର୍ମୀମାନେ ସେମାନଙ୍କୁ ସ୍ୱାଗତ ଜଣାଇବେ।

  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...