Home ଦେଶ-ବିଦେଶ ୟୁପି ଓ ଉତ୍ତରାଖଣ୍ଡରେ ବିଷାକ୍ତ ମଦ ପିଇ ୮୨ଜଣଙ୍କ ଜୀବନ ଗଲା

ୟୁପି ଓ ଉତ୍ତରାଖଣ୍ଡରେ ବିଷାକ୍ତ ମଦ ପିଇ ୮୨ଜଣଙ୍କ ଜୀବନ ଗଲା

ଲକ୍ଷ୍ନୌ:ୟୁପି ଓ ଉତ୍ତରାଖଣ୍ଡରେ ବିଷାକ୍ତ ମଦ ପିଇ ୮୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଉତ୍ତରପ୍ରଦେଶରେ ବିଷାକ୍ତ ମଦ ପିଇବାର ୩ ଦିନ ମଧ୍ୟରେ ୪୪ ଜଣ ମୃତ୍ୟୁବରଣ କରିଥିବାର ଖବର ଆସିଛି। କେବଳ ପଶ୍ଚିମ ଉତ୍ତରପ୍ରଦେଶର ସାହାରନ୍‌ପୁରରେ ୩୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପୂର୍ବ ଉତ୍ତରପ୍ରଦେଶର କୁଶିନଗର ଜିଲ୍ଲାରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ଉତ୍ତରପ୍ରଦେଶ ପୁଲିସ୍‌ ଦେଇଥିବା ସୂଚନା ଅନୁଯାୟୀ ସାହାରନ୍‌ପୁର ଜିଲ୍ଲାର ଏକ ଗାଁର ଲୋକେ ପଡ଼ୋଶୀ ଉତ୍ତରାଖଣ୍ଡର ଏକ ଗାଁକୁ ଏକ ଅନ୍ତ୍ୟେଷ୍ଟିକ୍ରିୟାରେ ଯୋଗଦେବାକୁ ଯାଇଥିବାବେଳେ ଏହି ମଦ ପିଇଥିଲେ ଏବଂ ଜଣେ ବ୍ୟକ୍ତି ଗାଁକୁ ସେହି ମଦ ନେଇ ଆସି ସେଠାରେ ମଧ୍ୟ ବିକ୍ରି କରିଥିଲେ। କୁହାଯାଉଛି, ପ୍ରକୃତରେ ଏହା ବିହାରରେ ପ୍ରସ୍ତୁତ ହୋଇଥିଲା, ଯେଉଁଠାରେ ମଦ ବ୍ୟାନ୍‌ କରାଯାଇଛି।ସାହାରନ୍‌ପୁର ଜିଲ୍ଲା ମାଜିଷ୍ଟ୍ରେଟ୍‌ ଏକେ ପାଣ୍ଡେ କହିଛନ୍ତି, “ଯଦି ଠିକ୍‌ ସମୟରେ ଚିକିତ୍ସା ହୋଇପାରିଥାନ୍ତା ମୃତକଙ୍କ ସଂଖ୍ୟା ଟିକେ କମ୍‌ ରହିଥାନ୍ତା। ଦ୍ୱିତୀୟ କଥା ହେଉଛି ପିଣ୍ଟୁ ନାମକ ଜଣେ ଯୁବକ ସେହି ବିଷାକ୍ତ ମଦର ୩୦ଟି ପାଉଚ୍‌ ଆଣି ଗାଁରେ ବିକିଥିଲା। ଏଥିରୁ ୨ଟି ପାଉଚ୍‌ ଜବତ ହୋଇଛି। ଏହି ପାଉଚ୍‌ ଯିଏ ବି ପିଇଛି ସେ ମୃତ୍ୟୁବରଣ କରିଛି ନଚେତ ଚିକିତ୍ସାଧୀନ ଅଛି।”ସାହରନ୍‌ପୁର ଏସ୍‌ପି କହିଛନ୍ତି, “ମୃତ୍ୟୁ ସଂଖ୍ୟାକୁ ଅସ୍ୱୀକାର କରିବାର କୌଣସି ଅବକାଶ ନାର୍ହି। ସୀମା ଏପାଖେ ହେଉ କିମ୍ବା ସେପାଖେ, ଆମେ ଅଭିଯୁକ୍ତଙ୍କୁ ଯେକୌଣସି ଉପାୟରେ ଧରିବୁ। ସୀମା ଅଞ୍ଚଳ ଉପରେ ଆମେ ଚାପ ପକାଉଛୁ, କାରଣ ଆମ ଅଞ୍ଚଳରେ ଏଭଳି ଅପମିଶ୍ରିତ ମଦ ପ୍ରସ୍ତୁତ ହେଉଥିବା ଆମେ ଜାଣିନାହୁଁ।”ପ୍ରାୟ ୨ ଡଜନ ଲୋକ ବର୍ତ୍ତମାନ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ଥିବାରୁ ପରବର୍ତ୍ତୀ ସମୟରେ ମୃତକଙ୍କ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି।

ରାଜ୍ୟର ଖବର

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

୫ଜଣଙ୍କ ଜୀବନ ନେଲା ହାତୀ

ଅନଗୁଳ: ଗୁରୁବାର ମଧ୍ୟ ରାତ୍ରୀରେ ଅନୁଗୋଳ ଜିଲ୍ଲା ତାଳଚେରରେ ହାତୀ ଆକ୍ରମଣରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ତାଳଚେର ଅନ୍ତର୍ଗତ ଷଣ୍ଢଗାଁରେ ମଧ୍ୟରାତ୍ରରେ ପଲେ ହାତୀ ପଶି ଗୋଟିଏ ଗ୍ରାମର ୪ ଜଣ...

୬ ବୁଥ୍ ରେ ସାନି ମତଦାନ ପାଇଁ ସୁପାରିଶ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ସମୟରେ ୬ଟି ବୁଥରେ ପରି·ଳନାଗତ ତ୍ରୁଟି ଦେଖା ଦେଇଛି । ବଣାଇର ୧୨୯ ନଂ ବୁଥ୍ , ସୁନ୍ଦରଗଡର ୨୧୩ ନମ୍ବର...

ଦେଶ-ବିଦେଶ

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...

ବିଏସପି ସମର୍ଥକ ଭୋଟ୍ ଦେଲେ ବିଜେପିରେ, ପଶ୍ଚାତାପ କରି ନିଜ ଅଙ୍ଗୁଳି କାଟିଲେ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବୁଲନ୍ଦସହରରେ ଘଟିଛି ଏକ ଅଭାବନୀୟ ଘଟଣା। ଭୁଲରେ ଭାଜପାକୁ ଭୋଟ ଦେଇଥିବାରୁ ନିର୍ବାଚନ ଚିହ୍ନ ଲାଗିଥିବା ଅଙ୍ଗୁଳିକୁ କାଟିଦେଇଛନ୍ତି ଜଣେ ଯୁବକ। ସୂଚନାଯୋଗ୍ୟ, ବୁଳନ୍ଦସହରର ଶିକାରପୁର ଅଞ୍ଚଳର ଜଣେ ଦଳିତ...