National/International

୧୧ରେ ଲକ୍ଷ୍ନୌ ଯିବେ ପ୍ରିୟଙ୍କା

  •  
  • 4
  •  
  •  
  •  
  •  
  •  
    4
    Shares

ନୂଆଦିଲ୍ଲୀ,: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଆସନ୍ତା ୧୧ ତାରିଖରେ ଲକ୍ଷ୍ନୌ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ପୂର୍ବ ଉତ୍ତର ପ୍ରଦେଶ ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ କରାଯାଇଥିବାରୁ ସେ ମହାସଚିବ ଦାୟିତ୍ୱ ଗ୍ରହଣ କରିବା ସଙ୍ଗେ ସଙ୍ଗେ ଉତ୍ତର ପ୍ରଦେଶ ଗସ୍ତ କରିବାକୁ ଯୋଜନା କରିଛନ୍ତି। ଏହି ସମୟରେ ତାଙ୍କ ସହ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ପଶ୍ଚିମ ଉତ୍ତର ପ୍ରଦେଶର କମାଣ ସମ୍ଭାଳିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ଉପସ୍ଥିତ ରହିବେ। ପ୍ରିୟଙ୍କାଙ୍କ ଗସ୍ତକୁ ନେଇ ଉତ୍ତର ପ୍ରଦେଶର କଂଗ୍ରେସ କର୍ମକର୍ତ୍ତା ବେଶ୍‌ ଉତ୍ସାହିତ ଅଛନ୍ତି। ବିମାନ ବନ୍ଦରରେ ପହଞ୍ଚିବା ପରେ ପ୍ରିୟଙ୍କାକୁ ଫୁଲ ବର୍ଷା କରି ରାଜ୍ୟ କଂଗ୍ରେସ ମୁଖ୍ୟାଳୟକୁ ନିଆଯିବାର ବ୍ୟବସ୍ଥା କରାଯାଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ଆଗାମୀ ଦିନରେ ପ୍ରିୟଙ୍କା ଓ ସିନ୍ଧିଆ ପ୍ରତି ସପ୍ତାହରେ ୩-୪ଦିନ ଉତ୍ତର ପ୍ରଦେଶରେ ରହି ଦଳର କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିବା ସହ ଅନ୍ୟାନ୍ୟ ଦିଗ ଗୁଡିକ ପ୍ରତି ମଧ୍ୟ ନଜର ରଖିବେ।

  •  
    4
    Shares
  •  
  • 4
  •  
  •  
  •  
  •  
Loading...

Join The Discussion

Loading...