National/International

ମାର୍ଚ୍ଚ ୯ରେ ଆକାଶଙ୍କ ବାହାଘର

  •  
  • 4
  •  
  •  
  •  
  •  
  •  
    4
    Shares

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ ଅଧ୍ୟକ୍ଷ ତଥା ବିଶିଷ୍ଟ ଶିଳ୍ପପତି ମୁକେଶ ଏବଂ ନୀତା ଅମ୍ବାନୀଙ୍କ ପୁତ୍ର ଆକାଶ ଅମ୍ବାନୀ ଶ୍ଳୋକା ମେହେଟାଙ୍କୁ ଆସନ୍ତା ମାର୍ଚ୍ଚରେ ବିବାହ କରିବାକୁ ଯାଉଛନ୍ତି। ଶ୍ଳୋକା ହେଉଛନ୍ତି ପ୍ରସିଦ୍ଧ ହୀରା ବ୍ୟବସାୟୀ ରସେଲ୍‌ ଏବଂ ମୋନା ମେହେଟାଙ୍କ କନ୍ୟା। ମାର୍ଚ୍ଚ ୯ରେ ହେଉଥିବା ଏହି ବିବାହ କାର୍ଯ୍ୟକ୍ରମ ୩ଦିନ ଧରି ଅନୁଷ୍ଠିତ ହେବ। ୨୦୧୮ରେ ଅଜୟ ଏବଂ ସ୍ବାତୀ ପିରାମଲ୍‌ଙ୍କ ପୁତ୍ର ଆନନ୍ଦ ପିରାମଲ୍‌ଙ୍କୁ ମୁକେଶଙ୍କ କନ୍ୟା ଈଶା ବିବାହ କରିଥିଲେ। ତେବେ ଚଳିତବର୍ଷ ମାର୍ଚ୍ଚରେ ଆକାଶଙ୍କୁ ବିଭାଦେବା ଲାଗି ଅମ୍ବାନୀ ପରିବାର ପୂରାଦମ୍‌ରେ ପ୍ରସ୍ତୁତ ରହିଛି। ୨୦୧୮ରେ ଆକାଶ ଓ ଶ୍ଳୋକାଙ୍କର ନିର୍ବନ୍ଧ ହୋଇଥିଲା। ଏଥିପାଇଁ ଅମ୍ବାନୀ ଏବଂ ମେହେଟା ପରିବାର ଏକ ଏନ୍‌ଗେଜ୍‌ମେଣ୍ଟ ପାର୍ଟିର ଆୟୋଜନ କରିଥିଲେ। ଏହାପରେ ଈଶା ଓ ଆନନ୍ଦଙ୍କ ନିର୍ବନ୍ଧ ହୋଇଥିଲା। ଡିସେମ୍ବର ୧୨ରେ ମୁମ୍ବାଇର ଆଣ୍ଟିଲିଆଠାରେ ଦୁହିଁଙ୍କ ମଧ୍ୟରେ ହାତଗଣ୍ଠି ପଡ଼ିଥିଲା। ଏହା ପୂର୍ବରୁ ଉଦୟପୁରଠାରେ ପ୍ରାକ୍‌-ପରିଣୟ ଉତ୍ସବ ଅନୁଷ୍ଠିତ ହୋଇଥିଲା।

  •  
    4
    Shares
  •  
  • 4
  •  
  •  
  •  
  •  
Loading...

Join The Discussion

Loading...