Home ଦେଶ-ବିଦେଶ ଟ୍ରେନ୍‌ରେ ଶାକାହାରୀଙ୍କ ପାଇଁ ହେଉ ଅଲଗା ସିଟ୍‌ ବ୍ୟବସ୍ଥା

ଟ୍ରେନ୍‌ରେ ଶାକାହାରୀଙ୍କ ପାଇଁ ହେଉ ଅଲଗା ସିଟ୍‌ ବ୍ୟବସ୍ଥା

ଅହମଦାବାଦ: ଗୁଜୁରାଟ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମମାଲା ରୁଜୁ ହୋଇଛି। ଏଥିରେ ଦାବି କରାଯାଇଛି ଯେ, ଟ୍ରେନରେ ଶାକାହାରୀ ଭୋଜନ କରୁଥିବା ଯାତ୍ରୀଙ୍କ ପାଇଁ ଅଲଗା ସିଟ୍‌ ବ୍ୟବସ୍ଥା ହେଉ। ଜଣେ ବରିଷ୍ଠ ନାଗରିକ ଏହି ଅଭିଯୋଗ ଆଣିଛନ୍ତି। ଇଇ ସୟଦ(୬୭) ଜନସ୍ୱାର୍ଥ ମାମଲା ଦାଖଲ କରି କହିଛନ୍ତି ଯେ, ଶାକାହାରୀ ଭୋଜନ ଓ ମାଂସାହାରୀ ଭୋଜନ କରୁଥିବା ଯାତ୍ରୀଙ୍କ ସିଟ ଅଲଗା ଅଲଗା ରଖାଯାଉ। ଅହମଦାବାଦ ଖାନପୁର ନିବାସୀ ଓ ଆଇନଜୀବୀ ସୟଦଙ୍କ ଅପିଲ କରିଛନ୍ତି ଯେ, କୋର୍ଟ, ଭାରତୀୟ ରେଳବାଇଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ଯେ, ଖାଇବା ଆଧାର ନେଇ ଯାତ୍ରୀଙ୍କୁ ସିଟ ଆବଣ୍ଟନ ବ୍ୟବସ୍ଥା କରାଯାଉ।

ଏହି ମାମଲାର ଶୁଣାଣୀ ଆଗାମୀ ସପ୍ତାହରେ ହେବାର ସମ୍ଭାବନା ରହିଛି। କୋର୍ଟରେ ଦାଖଲ ହୋଇଥିବା ଆବେଦନରେ କୁହାଯାଇଛି ଯେ, ଭୋଜନ ବିକଳ୍ପ ଅନୁସାରେ ଟିକେଟ ବୁକିଙ୍ଗ ସମୟରେ ଶାକାହାରୀ ଓ ମାଂସାହାରୀଙ୍କୁ ଅଲଗା ଅଲଗା ବସିବାକୁ ନିର୍ଦ୍ଦେଶ ଦିଆଯାଉ। ଏହାଦ୍ୱାରା ଶାକାହାରୀଙ୍କୁ କୌଣସି ଅସୁବିଧା ହେବ ନାହିଁ। ଜନସ୍ୱାର୍ଥ ମାମଲାକୁ କୌଣସି ପ୍ରକାରରେ ରାଜନୈତିଜ୍ଞଙ୍କ ପେରଣା ହୋଇ ନାହିଁ ବୋଲି ସୟଦ ଖାରଜ ଗଣମାଧ୍ୟମକୁ କହିଛନ୍ତି। ଶାକାହାରୀ ଓ ମାଂସାହାରୀ ଯାତ୍ରୀଙ୍କୁ ନିଜ ଆଗ୍ରହ ଅନୁସାରେ ଯାତ୍ରା ପାଇଁ ଟିକେଟ ମିଳୁ ବୋଲି ସେ ଦାବି କରିଛନ୍ତି।

ରାଜ୍ୟର ଖବର

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ : ମେ ୨୩କୁ ଅପେକ୍ଷା

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ସନ୍ଧ୍ୟା ୫ଟା ସୁଦ୍ଧା ଓଡିଶାରେ ୬୪ ପ୍ରତିଶତ ମତଦାନ ହୋଇଛି । ତେବେ ସଂଧ୍ୟା ୬ଟା ସୁଦ୍ଧା ଯେଉଁମାନେ...

ମେ ୨୩ରେ ବିଜେପିର ମେନ୍ ଇଂଜିନ୍ ଲାଇନଚ୍ୟୁତ ହେବ: ନବୀନ

ଭୁବନେଶ୍ୱର : ବିଜେପିର ଡବଲ ଇଂଜିନ୍ ରୁ ୫ଟି ଇଂଜିନ୍ ଲାଇନ୍ଚ୍ୟୁତ ହୋଇଗଲାଣି । ମଧ୍ୟପ୍ରଦେଶ,ରାଜସ୍ଥାନ ,ଛତିଶଗଡ, ପଂଜାବ ଏବେ ସିଙ୍ଗଲ ଇଂଜିନ୍ । ମେ ୨୩ ତାରିଖରେ ବିଜେପିର ମେନ୍ ଇଂଜିନ୍...

୨୩ରେ ପୁଣି ଓଡିଶା ଆସିବେ ମୋଦି

ଭୁବନେଶ୍ୱର : ଆସନ୍ତା ୨୩ ତାରିଖରେ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତରେ ଆସୁଛନ୍ତି । ଏହି ଅବସରରେ ସେ କେନ୍ଦ୍ରାପଡା ଓ ବାଲେଶ୍ୱରରେ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ଯୋଗ...

ଦେଶ-ବିଦେଶ

ମୋଦିଙ୍କର ପତ୍ନୀ କି ପିଲା ନାହାନ୍ତି, ତେଣୁ ସେ ପରିବାରର ଗୁରୁତ୍ୱ ବୁଝି ପାରିବେ କେମିତି ?

ମୁମ୍ବାଇ :ଏନ୍ସିପି ମୁଖ୍ୟ ଶରଦ ପାଓ୍ଵାର ଏମିତି କିଛି କହିଛନ୍ତି ଯାହା ହୁଏତ ମୋଦି ପ୍ରେମୀଙ୍କୁ ବାଧି ପାରେ । ହେଲେ ପାଓ୍ଵାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖାଲି ଜବାବ ଦେଇଛନ୍ତି ।...

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ : ୯୭ ଲୋକସଭା ଆସନ ପାଇଁ ହେବ ଭୋଟ ଗ୍ରହଣ

ନୂଆଦିଲ୍ଲୀ: ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ମତଦାନ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୬ ଆସନରେ ଭୋଟଗ୍ରହଣ କରାଯିବ। ତାମିଲନାଡୁର ଭେଲୋର ଆସନକୁ...

ମୋତେ ଗାଳି କରିବା କଂଗ୍ରେସର ଏକ ଅଭ୍ୟାସରେ ପରିଣତ ହୋଇଛି : ମୋଦି

ସୋଲାପୁର: ଗତକାଲି ଓଡ଼ିଶାରେ ମାରାଥନ୍ ପ୍ରଚାର କରିବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ରରେ ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭାରେ ଯୋଗ ଦେଇ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି...