Home ଦେଶ-ବିଦେଶ ଗୁଜରାଟରେ ମହାରାଲି କରିବ କଂଗ୍ରେସ, ଯୋଗଦେବେ ପ୍ରିୟଙ୍କା, ରାହୁଲ ଓ ସୋନିଆ

ଗୁଜରାଟରେ ମହାରାଲି କରିବ କଂଗ୍ରେସ, ଯୋଗଦେବେ ପ୍ରିୟଙ୍କା, ରାହୁଲ ଓ ସୋନିଆ

ନୂଆଦିଲ୍ଲୀ : କଂଗ୍ରେସର ନବ ନିଯୁକ୍ତ ମହାସିଚବ ତଥା ପୂର୍ବ ଉତ୍ତରପ୍ରଦେଶର ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ରାଜ୍ୟ ଗୁଜରାତକୁ ଯାଇ ଟାର୍ଗେଟ୍ କରିବେ ବୋଲି ଜଣାପଡିଛି । ପ୍ରିୟଙ୍କା ଗାନ୍ଧୀ ୨୮ ଫେବୃଆରୀ ଗୁଜରାତରେ ଏକ ବଡଧରଣର ରାଲିରେ ସମ୍ବୋଧିତ କରିବେ । ପ୍ରିୟଙ୍କ ସହ ଭାଇ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ମାତା ସୋନିଆ ଗାନ୍ଧୀ ମଧ୍ୟ ଏହି ରାଲିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ଗାନ୍ଧୀ ନଗରରେ ରାଲି ହେବ ଓ ଏହାପରେ କଂଗ୍ରେସ କାର୍ଯ୍ୟସମିତି ବୈଠକ ମଧ୍ୟ ଗୁଜରାତରେ ସେହି ଦିନ ହିଁ ହେବ । ବୈଠକରେ ଆଗାମୀ ଲୋକସଭା ନିର୍ବାଚନ ଉପରେ ଚର୍ଚ୍ଚା ହେବ ବୋଲି ଜଣାପଡିଛି । ଏହି ବୈଠକରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ସଂସଦୀୟ ଦଳ ନେତା ମଲିକାଅର୍ଜୁନ ଖଡକେ, ରାଜ୍ୟସଭା ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦଙ୍କ ସହ ବହୁ ବରିଷ୍ଠ ନେତା ଯୋଗ ଦେବାରା କାର୍ଯ୍ୟକ୍ରମ ରହିଛି । ଗୁଜରାତ ଇତିହାସରେ କଂଗ୍ରେସର ସବୁଠୁ ବଡ ରାଲି ହେବ ଯେଉଁଥିରେ ରାହୁଲ, ପ୍ରିୟଙ୍କା ଓ ସୋନିଆ ଗାନ୍ଧୀ ଯୋଗ ଦେବେ । କଂଗ୍ରେସ ନେତାମାନେ କହିଛନ୍ତି ଯେ, କେନ୍ଦ୍ରରେ ମୋଦି ସରକାରଙ୍କ ଉପରେ ଜନ ଆକ୍ରୋଶ ବଢୁଥିବା ବେଳେ ରାଜ୍ୟ ଗୁଜରାତରେ ମଧ୍ୟ ବିଜେପି ସରକାରଙ୍କ ଉପରେ ଲୋକଙ୍କ ରାଗ ବଢିବାରେ ଲାଗିଛି । ଗୁଜରାତ କଗ୍ରେସ ମୁଖ୍ୟ ଅମିତ ଚାୱଡା କହିଛନ୍ତି ଯେ, ଗୁଜରାତରେ କଂଗ୍ରେସ କାର୍ଯ୍ୟ ସମିତି ବୈଠକ ତଥା ରାଲି କରିବା ପଛରେ ଏକ ଉଦ୍ଦେଶ୍ୟ ରହିଛି । ଏହା ଦ୍ୱାରା କଂଗ୍ରେସ ବିଜେପିକୁ ଏକ କଡା ସନ୍ଦେଶ ଦେବ । ପ୍ରିୟଙ୍କା ଗାନ୍ଧୀଙ୍କ ଟାର୍ଗେଟ୍ ସିଧାସଳଖ ମୋଦି ହେବେ ବୋଲି ରାଜ୍ୟ କଂଗ୍ରେସ ଆଶା ପ୍ରକାଶ କରିଛି । ଏମିତିବି କୁହାଯାଉଛି ଯେ, ୬୦ ବର୍ଷ ପରେ ଗୁଜରାତରେ କଂଗ୍ରେସର କାର୍ଯସମିତି ବୈଠକ ହେବାକୁ ଯାଉଛି । ଗାନ୍ଧୀନଗରରେ ରାଲି ହେବାକୁ ଥିବା ବେଳେ ଅହମ୍ମଦାବାଦରେ ବୈଠକ ହେବ ।

ରାଜ୍ୟର ଖବର

ବିଜେପି ରାଜ୍ୟରେ ଏକ ତରଫା ଭାବେ ସରକାର ଗଢିବ : ଅରୁଣ ସିଂ

ଭୁବନେଶ୍ୱର:ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ବିଜେପି ପ୍ରଭାରୀ ଅରୁଣ ସିଂହ ପ୍ରତିକ୍ରିୟା ଦେଇ ଚଳିତ ନିର୍ବାଚନରେ ବିଜେପି ଜିତି ସରକାର ଗଢିବ ବୋଲି କହିଛନ୍ତି ।ଭୁବନେଶ୍ୱରରେ  ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ...

ପାଟକୁରା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ

ଭୁବନେଶ୍ୱର: ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କର ଶନିବାର ପୂର୍ବାହ୍ନରେ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ...

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

ଦେଶ-ବିଦେଶ

ପୁଣି ଉଡାଇବେ ଯୁଦ୍ଧ ବିମାନ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଖୁବ୍‌ଶୀଘ୍ର ଯୁଦ୍ଧ ବିମାନ ଉଡାଇ ପାରିବେ ବୋଲି ସୂଚନା ମିଳିଛି। ଏଥିପାଇଁ ତାଙ୍କୁ ବେଙ୍ଗାଲୁରରେ ଥିବା ଇନଷ୍ଟିଚ୍ୟୁଟ ଅଫ୍‌ ଏରୋସ୍ପେଶ ମେଡିସିନ(ଆଇଏଏମ୍‌)ର...

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...