Home ଦେଶ-ବିଦେଶ ବିହାର ପ୍ରଥମ ପର୍ଯ୍ୟାୟ ଭୋଟ ; ଇଭିଏମରେ ବହୁନେତାଙ୍କ ଭାଗ୍ୟ

ବିହାର ପ୍ରଥମ ପର୍ଯ୍ୟାୟ ଭୋଟ ; ଇଭିଏମରେ ବହୁନେତାଙ୍କ ଭାଗ୍ୟ

ମେଟ୍ରୋ ଟିଭି ବ୍ୟୁରୋ : କୋଭିଡ୍ ଘନଘଟା ଓ କାଁଭାଁ ଗଣ୍ଡଗୋଳ ମଧ୍ୟରେ ଆରମ୍ଭ ହୋଇଛି ବିହାର ବିଧାନସଭା ନିର୍ବାଚନ । ମୋଟ୍ ୨୪୩ ଆସନ ମଧ୍ୟରୁ ଆଜି ୭୧ ଆସନରେ ଭୋଟ୍‌ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିଥିଲା । କେତେକ ବୁଥ୍‌ରେ ୭ଟା ପରେ ମଧ୍ୟ ଭୋଟ୍‌ଗ୍ରହଣ ଚାଲିଥିବା ଦେଖିବାକୁ ମିଳିଛି । ସନ୍ଧ୍ୟା ୬ଟା ସୁଦ୍ଧା ମତଦାନ ହାର ୫୪.୨୬% ଥିବା ସୂଚନା ମିଳିଛି । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨.୧୫ କୋଟି ମତଦାତା ଜେଡି(ୟୁ), ବିଜେପି ଓ ଅନ୍ୟାନ୍ୟ ଦଳକୁ ନେଇ ଗଠିତ ଏନ୍‌ଡିଏ ଓ କଂଗ୍ରେସ, ଆର୍‌ଜେଡି, ବାମପନ୍ଥୀ ଇତ୍ୟାଦି ଦଳକୁ ନେଇ ଗଠିତ ମହାଗଠନବନ୍ଧନ ଏବଂ ଚିରାଗ ପାଶୱାନଙ୍କ ନେତୃତ୍ୱାଧୀନ ଏଲ୍‌ଜେପି ସମେତ ଅନ୍ୟାନ୍ୟ ଦଳର ପ୍ରାୟ ୧୦୬୬ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି । ଏନ୍‌ଡିଏ ସହିତ ମେଣ୍ଟ କରିଥିବା ହିନ୍ଦୁସ୍ତାନୀ ଆୱାମୀ ମୋର୍ଚ୍ଚାର ମୁଖ୍ୟ ଜିତନ ରାମ ମାନ୍‌ଝୀ (ଇମାମଗଞ୍ଜ), ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ କ୍ୟାବିନେଟ୍‌ର ଡା. ପ୍ରେମ କୁମାର, କେ. ବର୍ମା, ଶୈଳେଶ କୁମାର, ଜୟ କୁମାର ସିଂହ, ସନ୍ତୋଷ ନିରଲା, ରାମନାରାୟଣ ମଣ୍ଡଲ, ବିଜୟ କୁମାର ସିହ୍ନା ଓ ବ୍ରିଜ୍ କିଶୋର ବିନ୍ଦଙ୍କ ଭାଗ୍ୟ ଇଭିଏମ ମଧ୍ୟରେ ସିଲ୍ ହୋଇଛି । ବିହାରର ପ୍ରମୁଖ ନେତଙ୍କ ମଧ୍ୟରେ ସୁଟର ଶ୍ରେୟାସି ସିଂହ,ପୂର୍ବତନ ବାଚଷ୍ପତି ଉଦୟ ନରାୟଣ ଚୌଧୁରୀ, ବାଙ୍କିପୁରରୁ ପ୍ରାର୍ଥୀ ହୋଇଥିବା ଶତୃଘ୍ନ ସିହ୍ନାଙ୍କ ପୁଅ ଲଭ୍ ସିହ୍ନା,ବାହୁବଳି ନେତା ଅନନ୍ତ କୁମାରଙ୍କ ସିଂହଙ୍କ ଭାଗ୍ୟ ମଧ୍ୟ ସିଲ ହୋଇଛି ।

ରାଜ୍ୟର ଖବର

ଆଜିଠୁ ଆରମ୍ଭ ହୋଇଛି କୋଣାର୍କ ମହୋତ୍ସବ

ମେଟ୍ରୋ ଟିଭି ବ୍ୟୁରୋ :ମହାମାରୀ କରୋନା କଟକଣା ମଧ୍ୟରେ ଆଜି ଟାରୁ ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ କୋଣାର୍କ ମହୋତ୍ସବ । ଏହି ଉତ୍ସବ ଚଳିତ ବର୍ଷ ୫ ଦିନଧରି ଚାଲିବାକୁ ଥିବା ବେଳେ...

ଆଜିଠାରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ୍

ମେଟ୍ରୋ ଟିଭି ବ୍ୟୁରୋ : ମହାମାରୀ କରୋନା କାରଣରୁ ରାଜ୍ୟର ସମସ୍ତ ସ୍କୁଲ ମେଡିକାଲ କଲେଜ୍ ଦୀର୍ଘ ମାସ ହେଲା ବନ୍ଦ ରହିଥିଲା । ଏହି କାରଣରୁ ଅନେକ ଛାତ୍ର ଓ ଛାତ୍ରୀଙ୍କ...

ଆଜିଠାରୁ ରାଜ୍ୟର ସମସ୍ତ ରୁଟରେ ଗଡିବ ‘ମୋ ବସ’‌

ମେଟ୍ରୋ ଟିଭି ବ୍ୟୁରୋ : ମହାମାରୀ କରୋନା କାରଣରୁ ଗତ କିଛି ଦିନ ହେବ ମୋ ବସ ସେବା ବନ୍ଦ ରହିଥିଲା । ଆଜିଠାରୁ ରାଜ୍ୟର ସମସ୍ତ ରୁଟ ରେ ଗଡିବ ମୋ...

ଦେଶ-ବିଦେଶ

ରାଷ୍ଟ୍ରପତି ପଦ ପାଇଁ ଶପଥ ନେବା ପୂର୍ବରୁ ବାଇଡେନ ଆହତ

ମେଟ୍ରୋ ଟିଭି ବ୍ୟୁରୋ: ରାଷ୍ଟ୍ରପତି ପଦ ପାଇଁ ଶପଥ ନେବା ପୂର୍ବରୁ ଆହାତ ଜୋ ବାଇଡେନ । ନିକଟରେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟ ମୁକୁଟ ପିନ୍ଦିଥିବା ବେଳେ ନବ ନିର୍ବାଚିତ ରାଷ୍ଟ୍ରପତି...

ପ୍ରଧାନମନ୍ତ୍ରୀଙ୍କ ଟିକା ଅଭିଯାନ ; ଜାଇଡସ୍‌, ଭାରତ ବାୟୋଟେକ୍ ଏବଂ ସେରମ ଈନଷ୍ଟିଚ୍ୟୁଟ୍ କୋଭିଡ୍ ଟିକାର ପ୍ରସ୍ତୁତି ନେଇ କରିବେ ତଦାରଖ

ମେଟ୍ରୋ ଟିଭି ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକା ଅଭିଯାନ । ଆଜି ଜାଇଡସ୍ , ଭାରତ ବାୟୋଟେକ୍ ଓ ସେରମ ଇନଷ୍ଟିଚ୍ୟୁଟ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ । ପ୍ରଥମେ ସେ...

୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ମାଷ୍ଟରମାଇଣ୍ଡକୁ ଧରାଇଦେଲେ ଅର୍ଥରାଶି ପୁରଷ୍କାର ପ୍ରଦାନ କରିବ ବୋଲି ଘୋଷଣା କରିଛି ଆମେରିକା

ମେଟ୍ରୋ ଟିଭି ବ୍ୟୁରୋ :୨୬ /୧୧ ମୁମ୍ବାଇ ଆକ୍ରମଣ ଆତଙ୍କବାଦୀ ହମଲାରେ ୧୨ ବର୍ଷ ପରେ ମଧ୍ୟ ଘଟଣାର ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ଆମେରିକା ଆର୍ଥିକ ରାଶି ପୁରଷ୍କାର ଘୋଷଣା କରିଛି ।...