ମେଟ୍ରୋ ଟିଭି ବ୍ୟୁରୋ: ରାଷ୍ଟ୍ରପତି ପଦ ପାଇଁ ଶପଥ ନେବା ପୂର୍ବରୁ ଆହାତ ଜୋ ବାଇଡେନ । ନିକଟରେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟ ମୁକୁଟ ପିନ୍ଦିଥିବା ବେଳେ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ନିଜ ପୋଷା କୁକୁର ସହ ଖେଳୁଥିବା ବେଳେ ଆହତ ହୋଇଥିଲେ । ବାଇଡେନଙ୍କ ପାଖରେ ଦୁଇଟି କୁକୁର ରହିଛି । ତାଙ୍କର ଜର୍ମାନ ସେଫର୍ଡ ପ୍ରଜାତିର ଦୁଇଟି କୁକୁର ରହିଛି । ମେଜର ସହ ଖେଳିଲା ବେଳେ ହଟାତ୍ ଗୋଡ ଖସିଯିବାରୁ ଡାହାଣ ପାଦରେ ଆଘାତ ହୋଇଛି । ବାଇଡେନଙ୍କ ଗୋଡର ଲିଗାମେଣ୍ଟରେ ଆଘାତ ଲାଗିଛି କିନ୍ତୁ କିଛି ସପ୍ତାହ ପର୍ଯ୍ୟନ୍ତ ତାଙ୍କୁ ୱାକିଂ ବୁଟ ପିନ୍ଧିବାକୁ ଡାକ୍ତର ପରାମର୍ସ ଦେଇଛନ୍ତି । ଏହି ଘଟଣାରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାଇଡେନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।