Home ଦେଶ-ବିଦେଶ ୯୧ ଆସନରେ ମତଦାନ,ଇଭିଏମ୍‌ରେ ୧,୨୭୯ ପ୍ରାର୍ଥୀଙ୍କ ଭାଗ୍ୟ

୯୧ ଆସନରେ ମତଦାନ,ଇଭିଏମ୍‌ରେ ୧,୨୭୯ ପ୍ରାର୍ଥୀଙ୍କ ଭାଗ୍ୟ

ନୂଆଦିଲ୍ଲୀ,୧୨।୪:ଭୋଟ ମହାପର୍ବର ବହୁପ୍ରତୀକ୍ଷିତ ପ୍ରଥମ ପର୍ଯ୍ୟାୟ ମତଦାନ ଗୁରୁବାର ଶେଷ ହୋଇଛି। ୧୮ ରାଜ୍ୟ ଓ ୨ କେନ୍ଦ୍ର ଶାସିତ ଅଞ୍ଚଳର ୯୧ ଲୋକ ସଭା ଆସନରେ ଭୋଟଗ୍ରହଣ କରାଯାଇଛି। ମୋଟ ୧୪.୨୧ କୋଟି ମତଦାତାଙ୍କ ମଧ୍ୟରୁ ଅଧିକାଂଶ ସେମାନଙ୍କ ରାଜନୈତିକ ମତାଧିକାର ସାବ୍ୟସ୍ତ କରିଛନ୍ତି। ଏହାସହ ଇଲେକ୍ଟ୍ରୋନିକ୍ସ ଭୋଟିଂ ମେଶିନ୍‌ (ଇଭିଏମ୍‌)ରେ ବନ୍ଦ ହୋଇଯାଇଛି ୧,୨୭୯ ପ୍ରାର୍ଥୀଙ୍କ ଭାଗ୍ୟ, ଯାହା ସମସ୍ତ ୭ଟି ପର୍ଯ୍ୟାୟ ନିର୍ବାଚନ ଶେଷହେବା ପରେ ମେ ୨୩ରେ ଫିଟିବ। 

  ପର୍ଯ୍ୟାୟ ନିର୍ବାଚନ ମଧ୍ୟରୁ ତୃତୀୟ ସର୍ବାଧିକ ଲୋକ ସଭା ଆସନରେ ଗୁରୁବାର ଭୋଟଗ୍ରହଣ କରାଯାଇଛି।   ସେଗୁଡ଼ିକ ହେଲା ଆନ୍ଧ୍ରପ୍ରଦେଶ (୨୫), ଅରୁଣାଚଳ (୨), ଆସାମ (୫), ବିହାର (୪), ଛତିଶଗଡ଼ (୧), ଜମ୍ମୁ ଓ କଶ୍ମୀର (୨), ମହାରାଷ୍ଟ୍ର (୭), ମଣିପୁର (୧), ମେଘାଳୟ (୨), ମିଜୋରାମ (୧), ନାଗାଲାଣ୍ଡ (୧), ଓଡ଼ିଶା (୪), ସିକିମ (୧), ତେଲେଙ୍ଗାନା (୧୭), ତ୍ରିପୁରା (୧), ୟୁପି (୮), ଉତ୍ତରାଖଣ୍ଡ (୫), ପଶ୍ଚିମବଙ୍ଗ (୨), ଆଣ୍ଡାମାନ (୧) ଏବଂ ଲାକ୍ଷାଦ୍ୱୀପର ଗୋଟିଏ ଆସନ। ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯାଇଥିଲା। ତେବେ ଆସାମ, ଅରୁଣାଚଳ, ସିକିମ ଓ ତ୍ରିପୁରା ଓ୍ବେଷ୍ଟରେ ସକାଳ ୭ଟାରୁ ଅପରାହ୍ନ ୫ଟା ଯାଏ ମତଦାନ ହୋଇଥିଲା। ସେହିପରି ମଣିପୁର, ନାଗାଲାଣ୍ଡ ଓ ମେଘାଳୟରେ  ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯାଇଛି। ଏଥିପାଇଁ ୧୪,୨୧, ୬୯,୫୩୭ ଭୋଟରଙ୍କ  ଲାଗି ୧,୭୦,୬୬୪ ପୋଲିଂ ଷ୍ଟେଶନର ବ୍ୟବସ୍ଥା କରାଯାଇଥିଲା। ୭,୨୨,୧୭,୭୩୩ ପୁରୁଷ ଓ ୬,୯୮,୫୫,୯୩୧ ମହିଳା ଭୋଟର ଥିବାବେଳେ ୭,୭୬୪ ତୃତୀୟ ଲିଙ୍ଗ ମତଦାତା ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। 

  ପର୍ଯ୍ୟାୟରେ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ୬ କେନ୍ଦ୍ରମନ୍ତ୍ରୀ। ସେମାନେ ହେଲେ ନୀତିନ ଗଡ଼କରୀ (ମହାରାଷ୍ଟ୍ରର ନାଗପୁର), କିରେନ୍‌ ରିଜିଜୁ (ଅରୁଣାଚଳ ଓ୍ବେଷ୍ଟ), ଭି.କେ. ସିଂ (ୟୁପିର ଗାଜିଆବାଦ), ମହେଶ ଶର୍ମା (ୟୁପିର ଗୌତମ ବୁଦ୍ଧ ନଗର), ହଂସରାଜ ଅହିର (ମହାରାଷ୍ଟ୍ରର ଚନ୍ଦ୍ରପୁର) ଓ ସତ୍ୟପାଲ ସିଂ (ୟୁପିର ବାଗ୍‌ପତ)। ମୋଦି କ୍ୟାବିନେଟର ସବୁଠୁ କାମିକା ମନ୍ତ୍ରୀ ଗଡ଼କରୀଙ୍କ ବିରୋଧରେ ଭାଜପାର ବିଦ୍ରୋହୀ ନେତା ନାନା ପାଟୋଲଙ୍କୁ କଂଗ୍ରେସ ଟିକେଟ ଦେଇଛି। ସେହିପରି ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ରିଜିଜୁଙ୍କ ବିରୋଧରେ ଅରୁଣାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ନବାମ୍‌ ତୁକି ଏବଂ ନ୍ୟାଶନାଲ ପିପୁଲ୍ସ ପାର୍ଟିର ଖ୍ୟୋଦା ଅପିକ୍‌ ପ୍ରାର୍ଥୀ ହୋଇଛନ୍ତି।  ପଶ୍ଚିମ ୟୁପିର ଗାଜିଆବାଦରେ ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି.କେ. ସିଂଙ୍କ ବିରୋଧରେ କଂଗ୍ରେସ ଡୋଲି ଶର୍ମାଙ୍କୁ  ମଇଦାନକୁ ଓହ୍ଲାଇଥିବାବେଳେ ଏସ୍‌ପି-ବିଏସ୍‌ପି-ଆର୍‌ଏଲ୍‌ଡି ମହାମେଣ୍ଟ ପକ୍ଷରୁ ସୁରେଶ ବଂଶଲଙ୍କୁ ପ୍ରାର୍ଥୀ କରାଯାଇଛି। ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମାଙ୍କ ବିରୋଧରେ ବିଏସ୍‌ପିର ସତବୀର ନାଗର ଓ କଂଗ୍ରେସର ଅରବିନ୍ଦ ସିଂଙ୍କ ସମେତ ଅନ୍ୟ ୧୦ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିଛନ୍ତି।  ୟୁପିର ମୁଜାଫରନଗର ଆସନରେ ଆର୍‌ଏଲ୍‌ଡି ଅଧ୍ୟକ୍ଷ ଅଜିତ୍‌ ସିଂ ବିରୋଧୀ ମହାମେଣ୍ଟ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ବିରୋଧରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଞ୍ଜୀବ ବାଲ୍ୟାନଙ୍କୁ ଭାଜପା ମଇଦାନକୁ ଓହ୍ଲାଇଛି। ପଶ୍ଚିମ ୟୁପିର ବାଗ୍‌ପତରେ କେନ୍ଦ୍ରମନ୍ତ୍ରୀ ସତ୍ୟପାଲ ସିଂଙ୍କ ବିରୋଧରେ ଆର୍‌ଏଲ୍‌ଡିର ଜୟନ୍ତ ଚୌଧରୀ ଲଢ଼ୁଛନ୍ତି। ୨୦୧୪ରେ ଏହି ଆସନରେ ଜୟନ୍ତଙ୍କ ବାପା ଅଜିତ ସିଂଙ୍କୁ ସତ୍ୟପାଲ ହରାଇଥିଲେ। ଅଭିନେତାରୁ ରାଜନେତା ପାଲଟିଥିବା ଏଲ୍‌ଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କ ପୁଅ ଚିରାଗ ପାଶ୍ୱାନ ବିହାରର ଜାମୁଇରୁ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି। ଭାଜପାର ଅନେକ ଷ୍ଟାର କ୍ୟାମ୍ପେନର ତାଙ୍କ ପାଇଁ ପ୍ରଚାର କରିଛନ୍ତି। ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ପୁଅ  ଗୌରବ ଗୋଗୋଇ କାଲିଆବୋର ଆସନରୁ ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ବିରୋଧରେ ଅସମ୍‌ ଗଣ ପରିଷଦର ମୋନି ମାଧବ ମହନ୍ତ ନିର୍ବାଚନ ଲଢ଼ିଛନ୍ତି। ସେହିପରି  କଂଗ୍ରେସ ନେତା ରେଣୁକା ଚୌଧରୀ  ତେଲେଙ୍ଗାନାର ଖମ୍ମାମ୍‌ରୁ ନିର୍ବାଚନ ଲଢ଼ୁଛନ୍ତି। ତାଙ୍କ ବିରୋଧରେ ପୂର୍ବତନ ମନ୍ତ୍ରୀ ଦେବକୀ ବସୁଦେବ ରାଓଙ୍କୁ ଭାଜପା ପ୍ରାର୍ଥୀ କରିଛି। ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଅସାଦୁଦ୍ଦିନ୍‌ ଓଓ୍ବାଇସି (ହାଇଦ୍ରାବାଦ), ତେଲେଙ୍ଗାନା କଂଗ୍ରେସ ସଭାପତି ଏନ୍‌. ଉତ୍ତମ କୁମାର ରେଡ୍ଡୀ (ନାଲଗୋଣ୍ଡା) ଏବଂ ଟିଆର୍‌ଏସ୍‌ ଅଧ୍ୟକ୍ଷ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ କେ. କବିଥା (ନିଜାମାବାଦ) ହେଉଛନ୍ତି ଅନ୍ୟ ପ୍ରମୁଖ ପ୍ରାର୍ଥୀ।  

ରାଜ୍ୟର ଖବର

ବିଜେପି ରାଜ୍ୟରେ ଏକ ତରଫା ଭାବେ ସରକାର ଗଢିବ : ଅରୁଣ ସିଂ

ଭୁବନେଶ୍ୱର:ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ବିଜେପି ପ୍ରଭାରୀ ଅରୁଣ ସିଂହ ପ୍ରତିକ୍ରିୟା ଦେଇ ଚଳିତ ନିର୍ବାଚନରେ ବିଜେପି ଜିତି ସରକାର ଗଢିବ ବୋଲି କହିଛନ୍ତି ।ଭୁବନେଶ୍ୱରରେ  ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ...

ପାଟକୁରା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ

ଭୁବନେଶ୍ୱର: ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କର ଶନିବାର ପୂର୍ବାହ୍ନରେ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ...

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

ଦେଶ-ବିଦେଶ

ପୁଣି ଉଡାଇବେ ଯୁଦ୍ଧ ବିମାନ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଖୁବ୍‌ଶୀଘ୍ର ଯୁଦ୍ଧ ବିମାନ ଉଡାଇ ପାରିବେ ବୋଲି ସୂଚନା ମିଳିଛି। ଏଥିପାଇଁ ତାଙ୍କୁ ବେଙ୍ଗାଲୁରରେ ଥିବା ଇନଷ୍ଟିଚ୍ୟୁଟ ଅଫ୍‌ ଏରୋସ୍ପେଶ ମେଡିସିନ(ଆଇଏଏମ୍‌)ର...

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...