National/International

ହ୍ରାସ ହେଲା ରୋଷେଇ ଗ୍ୟାସ୍ ଦର

  •  
  • 6
  •  
  •  
  •  
  •  
  •  
    6
    Shares

ନୂଆଦିଲ୍ଲୀ : ହୁତୁହୁତ ହୋଇ ବଢୁଥିବା ଏଲପିଜି ଗ୍ୟାସ୍ ଦର ଆଜି କିଛିମାତ୍ରରେ ହ୍ରାସ ପାଇଛି । ଦୀର୍ଘ ସାତ ମାସ ପରେ ତୈଳ କଂପାନୀ ପ୍ରଥମ ଥର ପାଇଁ ଏହି ଦର ହ୍ରାସ କରିଛି । ଏଇଥି ପାଇଁ ଜନସାଧାରଣ ଖୁସିପ୍ରକଟ କରିଛନ୍ତି । ଇଣ୍ଡିଆ ଅଏଲ୍ କର୍ପୋରେସନ୍ କଂପାନୀ ପକ୍ଷରୁ ଆଜି ସୂଚନା ଦିଆଯାଇଛି ଆସନ୍ତାକାଲିଠାରୁ ଦିଲ୍ଲୀରେ ବିନ୍ ସବସିଡ ଯୁକ୍ତ ସିଲିଣ୍ଡର ୧୪.୨ କେଜିର ରୋଷେଇ ଗ୍ୟାସ୍ ୧୩୩ ଟଙ୍କା ଶସ୍ତାରେ ମିଳିବ । ଏହି ଗ୍ୟାସ୍ ପାଇଁ ଗ୍ରାହକଙ୍କୁ ୮୦୯.୫୦ ଟଙ୍କା ଦେବାକୁ ପଡିବ । ଆଗରୁ ଏହାର ଦର ଥିଲା ୯୪୨.୫୦ ଟଙ୍କା । ସେହିପରି ସବସିଡ ଯୁକ୍ତ ରୋଷେଇ ଗ୍ୟାସ୍ ଦର ୫୦୭.୪୨ ଟଙ୍କାରୁ ୫୦୦.୯୦ଟଙ୍କାକୁ ହ୍ରାସ ପାଇଛି । ଏହି ହିସାବରେ ପ୍ରତି ସିଲିଣ୍ଡର ପିଛା ଉପଭୋକ୍ତା ୬.୫୨ଟଙ୍କା ଶସ୍ତାରେ ପାଇବେ । ସୂଚନାଯୋଗ୍ୟ ଯେ, ନଭେମ୍ବର ମାସରେ ଦୁଇଥର ଗ୍ୟାସ୍ ଦର ବଢିଥିଲା । ଇଣ୍ଡିଆନ ଅଏଲ ପକ୍ଷରୁ କୁହାଯାଇଛି ଯେ, ଅନ୍ତର୍ଜାତୀୟ ବଜାରରେ କଞ୍ଚା ତୈଳ ଦର ହ୍ରାସ ପାଇବା ସହ ଟଙ୍କା ଓ ଡଲାର ବିନିମୟରେ ସୁଧାର ଆସିବାରୁ ଗ୍ୟାସ୍ ଦର ହ୍ରାସ କରାଯାଇଛି ।

  •  
    6
    Shares
  •  
  • 6
  •  
  •  
  •  
  •  
Loading...

Join The Discussion

Loading...