Home ଦେଶ-ବିଦେଶ ସରକାର ଗଢ଼ିବ ଏନଡିଏ: ସର୍ଭେ

ସରକାର ଗଢ଼ିବ ଏନଡିଏ: ସର୍ଭେ

ନୂଆଦିଲ୍ଲୀ, : ବିରୋଧୀ ଦଳ ଯଦିଓ ଏକାଠି ହୋଇ ଭାରତୀୟ ଜନତା ପାର୍ଟି ନେତୃତ୍ୱରେ ପରିଚାଳିତ ଏନଡିଏ ସରକାରକୁ କ୍ଷମତାରୁ ବାହାର କରିବାକୁ ଯୋଜନା କରିଛନ୍ତି, ତଥାପି ସେମାନେ ସଫଳ ହେବେ ନାହିଁ ବୋଲି ଏକ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି । ସି-ଭୋଟର ପକ୍ଷରୁ ନିକଟରେ କରାଯାଇଥିବା ସର୍ଭେ ଅନୁସାରେ ଏନଡିଏ ସାଧାରଣ ନିର୍ବାଚନରେ ବହୁମତ ଠାରୁ କିଛି ଦୂରରେ ରହିବ । ମାତ୍ର ନିର୍ବାଚନ ପରେ ମେଣ୍ଟ ମାଧ୍ୟମରେ ନିଦ୍ୱନ୍ଦରେ ସରକାର ଗଢ଼ିପାରିବ । ଉତ୍ତର ପ୍ରଦେଶରେ ମହାମେଣ୍ଟ ନହେବାର ସ୍ଥିତିରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପରିଚାଳିତ ଏନଡିଏକୁ ୩୦୦ରୁ ଅଧିକ ମିଳିପାରେ । ଏହାରି ଭିତରେ ଭାରତର ନିର୍ବାଚନ ଆୟୋଗ ରବିବାର ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ।

ସି-ଭୋଟର ଦ୍ୱାରା କରାଯାଇଥିବା ଜାତୀୟ ସର୍ଭେକ୍ଷଣ ଅନୁସାରେ, ଉତ୍ତର ପ୍ରଦେଶକୁ ନେଇ ଆକଳନ କରାଯାଇଥିବା ଚିତ୍ର ଲୋକସଭାରେ ପ୍ରତିଫଳିତ ହେବ । ଏହି ସର୍ଭେ ମାର୍ଚ୍ଚରେ ସେହି ସମୟରେ କରାଯାଇଛି, ଯେତେବେଳେ ମୋଦୀ ସରକାର ପାକିସ୍ତାନରେ ଜୈଶ-ଏ-ମହମ୍ମଦର ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିଛି । ଏହି କାରଣରୁ ଦେଶରେ ବର୍ତ୍ତମାନ ମୋଦୀ ଲହରୀ ଦେଖାଯାଉଛି । 

ବିଜେପିର ଆଶା ଯେ, ଏହି ତରଙ୍ଗରେ ଯାତ୍ରୀ ହୋଇ ବିରୋଧୀକୁ ପରାସ୍ତ କରିବ । ସର୍ଭେରେ ଏହା ସ୍ପଷ୍ଟ କରାଯାଇଛି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଦୌଡ଼ରେ ଆଗରେ ଅଛନ୍ତି । ସର୍ଭେରେ ଏନଡିଏକୁ ୨୬୪ ଆସନ, ୟୁପିଏକୁ ୧୪୧ ଆସନ ମିଳିବା ସମ୍ଭବନା ରହିଛି ବୋଲି କୁହାଯାଇଛି । ଏହା ବ୍ୟତୀତ ଅନ୍ୟ ଦଳକୁ ୧୩୮ ଆସନ ମିଳିପାରେ । ଯଦି ଉତ୍ତର ପ୍ରଦେଶରେ ମହାମେଣ୍ଟ ନହୁଏ, ତା’ହେଲେ ଏଭଳି ସ୍ଥିତିରେ ଏନଡିଏକୁ ୩୦୭ ଆସନ ମିଳିବ । ୟୁପିଏକୁ ୧୩୯ ଏବଂ ଅନ୍ୟ ଦଳକୁ ୯୭ ଆସନ ମିଳିବ । 

ଆସନ ମାମଲାରେ ଭାରତୀୟ ଜନତା ପାର୍ଟିକୁ କେବଳ ୨୨୦ ସିଟ ମିଳି ଏବଂ ମେଣ୍ଟ ସହଯୋଗୀକୁ ୪୪ ଆସନ ମିଳିପାରେ । ଯଦି ଏନଡିଏ ୱାଇଏସଆର କଂଗ୍ରେସ, ମିଜୋ ନ୍ୟାସନାଲ ଫ୍ରଣ୍ଟ, ବିଜେପି ଏବଂ ଟିଆରଏସ ସହିତ ନିର୍ବାଚନ ପରେ ମେଣ୍ଟ କରେ ତା’ହେଲେ ତା’ର ସଂଖ୍ୟା ୩୦୧ ହେବ । 

ରାଜ୍ୟର ଖବର

୬ ବୁଥ୍ ରେ ସାନି ମତଦାନ ପାଇଁ ସୁପାରିଶ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ସମୟରେ ୬ଟି ବୁଥରେ ପରି·ଳନାଗତ ତ୍ରୁଟି ଦେଖା ଦେଇଛି । ବଣାଇର ୧୨୯ ନଂ ବୁଥ୍ , ସୁନ୍ଦରଗଡର ୨୧୩ ନମ୍ବର...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ : ମେ ୨୩କୁ ଅପେକ୍ଷା

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ସନ୍ଧ୍ୟା ୫ଟା ସୁଦ୍ଧା ଓଡିଶାରେ ୬୪ ପ୍ରତିଶତ ମତଦାନ ହୋଇଛି । ତେବେ ସଂଧ୍ୟା ୬ଟା ସୁଦ୍ଧା ଯେଉଁମାନେ...

ମେ ୨୩ରେ ବିଜେପିର ମେନ୍ ଇଂଜିନ୍ ଲାଇନଚ୍ୟୁତ ହେବ: ନବୀନ

ଭୁବନେଶ୍ୱର : ବିଜେପିର ଡବଲ ଇଂଜିନ୍ ରୁ ୫ଟି ଇଂଜିନ୍ ଲାଇନ୍ଚ୍ୟୁତ ହୋଇଗଲାଣି । ମଧ୍ୟପ୍ରଦେଶ,ରାଜସ୍ଥାନ ,ଛତିଶଗଡ, ପଂଜାବ ଏବେ ସିଙ୍ଗଲ ଇଂଜିନ୍ । ମେ ୨୩ ତାରିଖରେ ବିଜେପିର ମେନ୍ ଇଂଜିନ୍...

ଦେଶ-ବିଦେଶ

ମୋଦିଙ୍କର ପତ୍ନୀ କି ପିଲା ନାହାନ୍ତି, ତେଣୁ ସେ ପରିବାରର ଗୁରୁତ୍ୱ ବୁଝି ପାରିବେ କେମିତି ?

ମୁମ୍ବାଇ :ଏନ୍ସିପି ମୁଖ୍ୟ ଶରଦ ପାଓ୍ଵାର ଏମିତି କିଛି କହିଛନ୍ତି ଯାହା ହୁଏତ ମୋଦି ପ୍ରେମୀଙ୍କୁ ବାଧି ପାରେ । ହେଲେ ପାଓ୍ଵାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖାଲି ଜବାବ ଦେଇଛନ୍ତି ।...

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ : ୯୭ ଲୋକସଭା ଆସନ ପାଇଁ ହେବ ଭୋଟ ଗ୍ରହଣ

ନୂଆଦିଲ୍ଲୀ: ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ମତଦାନ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୬ ଆସନରେ ଭୋଟଗ୍ରହଣ କରାଯିବ। ତାମିଲନାଡୁର ଭେଲୋର ଆସନକୁ...

ମୋତେ ଗାଳି କରିବା କଂଗ୍ରେସର ଏକ ଅଭ୍ୟାସରେ ପରିଣତ ହୋଇଛି : ମୋଦି

ସୋଲାପୁର: ଗତକାଲି ଓଡ଼ିଶାରେ ମାରାଥନ୍ ପ୍ରଚାର କରିବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ରରେ ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭାରେ ଯୋଗ ଦେଇ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି...