National/International

ଭଦ୍ରାଙ୍କୁ ପୁଣି ଜେରା କରିବ ଇଡି

  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ରବର୍ଟ ଭଦ୍ରାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଯାଞ୍ଚ ଜାରି ରଖିଛି। ଶନିବାର ମଧ୍ୟ ପୁଣି ଥରେ ସେ ଇଡି ସାମ୍ନାରେ ହାଜର ହେବେ। ତଦନ୍ତରେ ସହଯୋଗ କରୁ ନ ଥିବାରୁ ପୁଣି ଥରେ ତାଙ୍କୁ ସମନ ଜାରି କରାଯାଇଥିବା ଇଡି ସୂତ୍ରରୁ ଜଣାପଡିଛି। ସୂଚନାଯୋଗ୍ୟ, ପୂର୍ବରୁ ଇଡି ଯେଉଁ ଜେରା କରିଥିଲା ସେଥିରେ ତାଙ୍କର ଲଣ୍ଡନରେ କୌଣସି ସମ୍ପତ୍ତି ନାହିଁ ବୋଲି ରବର୍ଟ କହିଛନ୍ତି। ହେଲେ ଇଡି ଦାବି କରିଛି ରବର୍ଟ ବିଦେଶରେ ସମ୍ପତ୍ତି କ୍ରୟ କରିବାକୁ ମନି ଲଣ୍ଡରିଂ କରିଛନ୍ତି।

  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...