National/International

ବନ୍ଦ ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ

  •  
  • 5
  •  
  •  
  •  
  •  
  •  
    5
    Shares
ଭୁବନେଶ୍ୱର :କେନ୍ଦ୍ର ଶ୍ରମିକ ସଙ୍ଗଠନ ପକ୍ଷରୁ ଆଜି ଠାରୁ ରାଷ୍ଟ୍ର ବ୍ୟାପି ଦୁଇ ଦିନିଆ ବନ୍ଦ ଡାକରା ଦିଆଯାଇଛି । ଏହା ଦ୍ୱାରା ରାଜ୍ୟରେ ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀମାନେ ରାସ୍ତା ରୋକ କରିଛନ୍ତି । ଦୋକାନ ବଜାର ସବୁ ବନ୍ଦ ରହିଛି । ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ସରକାରଙ୍କ ଅଣଦେଖା ହେତୁ ୧୨ ଦଫା ଦାବି ନେଇ ପ୍ରାୟ ୧୦ଟି ଶ୍ରମିକ ସଙ୍ଗଠନ ଆଜି ଏବଂ ଆସନ୍ତା କାଲି ୨ଦିନ ପାଇଁ ଧର୍ମଘଟ କରିଛନ୍ତି । ସେଗୁଡିକ ହେଲେ ଆଇଏନଟିୟୁସି, ଏଆଇଟିୟୁସି, ଏଚଏମଏସ, ସିଆଇଟିୟୁ, ଏଆଇୟୁଟିୟୁସି, ଟିୟୁସିସି, ଏଆଇସିସିଟିୟୁ, ଏସଇଡବ୍ଲ୍ୟୁଏ, ଏଲପିଏଫ, ୟୁଟିୟୁସି । ସେଗୁଡିକ ହେଲା ସର୍ବନିମ୍ନ ମଜୁରୀ, ସାର୍ବଜନୀନ ସାମାଜିକ ସୁରକ୍ଷା, ଶ୍ରମିକଙ୍କୁ ସମସ୍ତ ସୁବିଧା ସୁଯୋଗ, ଉଦ୍ୟୋଗ ଗୁଡିକର ଘରୋଇକରଣ ଇତ୍ୟାଦି ।  ଆଜିର ଧର୍ମଘଟକୁ ଉଭୟ କଂଗ୍ରେସ ଏବଂ ବିଜେଡି ସମର୍ଥନ କରିଛନ୍ତି । ଏଥିପାଇଁ ରାଜ୍ୟ ସରକାର କାଲି ଠାରୁ ସମସ୍ତ ସ୍କୁଲ କଲେଜ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତି ବିରୁଦ୍ଧରେ ଶ୍ରମିକ ସଙ୍ଗଠନ ଆଜି ରଣ ହୁଙ୍କାର ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମୟରେ ଦେଶର ଅର୍ଥନୀତି ତଳକୁ ଖସିଥିବା ସେମାନେ ଦାବି କରିଛନ୍ତି । କର୍ମ ନିଯୁକ୍ତି ସୃଷ୍ଟି ହେବା ବଦଳରେ ବହୁ ସଂଖ୍ୟାରେ କର୍ମଚାରୀଙ୍କ ଚାକିରୀ ଯାଇଛି । ଶ୍ରମିକ ବିରୋଧୀ ଆଇନି କରି ମାଲିକ ମାନଙ୍କୁ ସରକାର ସାହାଯ୍ୟ କରୁଛନ୍ତି ବୋଲି ସେମାନେ ଦାବି କରିଛନ୍ତି । ମୋଦୀ ସରକାରଙ୍କ ସମୟରେ ସରକାରୀ ସମ୍ପତି ବିକ୍ରୀ ହୋଇଥିବା ଅଭିଯୋଗ ନେଇ ସେମାନେ ରାସ୍ତାକୁ ଓହ୍ଲାଇଛନ୍ତି । ଏହାକୁ ବିଜେଡି ଶ୍ରମିକ ସାମ୍ମୁଖ୍ୟ ସମର୍ଥନ କରିଛନ୍ତି । ଏହା ଦ୍ୱାରା ବସ୍, ଟ୍ରକ ଅଟୋ ଚଳାଚଳ ପ୍ରଭାବିତ ହୋଇଛି ।

ରାଜ୍ୟର ବିଭିନ୍ନ କାରଖାନାର ଶ୍ରମିକମାନେ ଧର୍ମଘଟ କରିଛନ୍ତି । ଏଥିପାଇଁ ରାଉରକେଲା ଷ୍ଟିଲ ପ୍ଲାଂଟ ଆଗରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛନ୍ତି । କଟକ, ଭୁବନେଶ୍ୱର, ବ୍ରହ୍ମପୁର ସମେତ ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ପଡିଛି । ରେଳ ରୋକ କରା ଯାଇଛି । ଏତଦ୍ ବ୍ୟତୀତ ସରକାରୀ କାର୍ଯ୍ୟାଳୟ ଗୁଡିକୁ ବନ୍ଦ କରିବା ପାଇଁ ମଧ୍ୟ ପ୍ରୟାଶ କରାଯାଉଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ ପାଟ୍ରୋଲିଙ୍ଗ କରୁଛି । ବାଲେଶ୍ୱରର ନୀଲଗିରି ଛକ , ବାଇପାସ ଛକ ଇତ୍ୟାଦି ସ୍ଥାନରେ ସଂଗଠନର କର୍ମକର୍ତାଙ୍କ ଦ୍ୱାରା ରାସ୍ତାରୋକ କରିବା ସହ ଗୌହାଟା –ଥିରୁଅନନ୍ତପପମ ଏକ୍ସପ୍ରେସ ଟ୍ରେନକୁ ଅଟକ ରଖିଛନ୍ତି । ସେହି ଭଳି  ରାଜଧାନୀର ମାଷ୍ଟର କ୍ୟାଂଟିନ ରେଳ ଷ୍ଟେସନରେ ୪ ଟି ଟ୍ରେନକୁ ଅଟକ ରଖାଯାଇଛି । କଟକରେ ମଧ୍ୟ ଖଡଗପୁର – ଖୋଦ୍ଧ ର୍ା ଓ ଗରିବ ରଥ ଟ୍ରେନକୁ ସକାଳୁ ଅଟକ ରଖାଯାଇଛି ।  ବ୍ରହ୍ମପୁର ରେଳ ଷ୍ଟେସନରେ ଦୁରନ୍ତ ଓ ଅହମ୍ମଦାବାଦ – ପୁରୀ ଏକ୍ସପ୍ରେସକୁ ଶ୍ରମିକ ସଂଗଠନ ଅଟକ ରଖିଛି । ଖୋଦ୍ଧ ର୍ର ଇଣ୍ଡିଆନ ଅଏଲ ଓ ଏଚଟିପିସିଏଲ ଡିପୋ ମଧ୍ୟ ବନ୍ଦ ରହିଛି ।

Loading...

ଆନ୍ଦେଳନକାରୀମାନେ ବିଭିନ୍ନ ସରକାରୀ କାଯ ର୍୍ୟାଳୟ ଆଗରେ ମଧ୍ୟ ବି କ୍ଷୋଭ ପ୍ରଦର୍ଶନ କରିଛନ୍ତି । ଆନ୍ଦୋଳନକାରୀମାନେ ପିକେଟିଂ କରିବା ସହ ଅନେକ ସ୍ଥାନରେ ରାସ୍ତାରୋକ କରିଛନ୍ତି ।

ସମସ୍ତ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ବନ୍ଦ ରହିଛି । ସିବିଏସଇର ଦଶମ ଓ ଦ୍ୱାଦଶ  ପ୍ରେଟେଷ୍ଟ ପରୀକ୍ଷାକୁ ମଧ୍ୟ ଘୁଚାଇ ଦିଆଯାଇଛି । ଓଷ୍ଟା ଦୁଇଦିନିଆ ଧର୍ମଘଟକୁ ସମର୍ଥନ କରିଥିବାବେଳେ ପ୍ରାୟ ୧ ଲକ୍ଷ ଶିକ୍ଷକ ସାମିଲ ହୋଇଛନ୍ତି ।

  •  
    5
    Shares
  •  
  • 5
  •  
  •  
  •  
  •  
Loading...

Join The Discussion

Loading...