National/International

ପ୍ରଧାନମନ୍ତ୍ରୀଙ୍କୁ ଅନିଲ ଅମ୍ବାନୀଙ୍କ ଚୌକିଦାର କହିଲେ ରାହୁଲ

  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ : ରାଫେଲ ପ୍ରସଙ୍ଗରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ପୁନର୍ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆକ୍ରମଣ କରିଛନ୍ତି। ମୋଦୀଙ୍କୁ ସେ ‘ଦୁର୍ନୀତିଗ୍ରସ୍ତ’ ବୋଲି ଆକ୍ଷେପ କରିବା ସହ ରାଫେଲ କାରବାର ପାଇଁ ରିଲାଏନ୍ସ ଡିଫେନ୍ସ ମୁଖ୍ୟ ଅନିଲ ଅମ୍ବାନୀଙ୍କୁ ୩୦ହଜାର କୋଟି ଟଙ୍କାର ଫାଇଦା ଦେଇଥିବା ଅଭିଯୋଗ କରିଛନ୍ତି। ଏହାସହ ସେ ମୋଦୀଙ୍କୁ ଅନିଲ ଅମ୍ବାନୀଙ୍କ ଚୌକିଦାର ବୋଲି କହିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଫ୍ରାନ୍ସ ଗସ୍ତ ରାଫେଲ ଦୁର୍ନୀତିକୁ ଘୋଡ଼ାଇବା ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ମଧ୍ୟ ରାହୁଲ ଅଭିଯୋଗ କରିଛନ୍ତି। ଫ୍ରାନ୍ସ ଗଣମାଧ୍ୟମରେ ରାଫେଲ ନିର୍ମାତା ଡାସଲ୍ଟ ଆଭିଏସନ୍‍ ଉପରେ ରିଲାଏନ୍ସ ଡିଫେନ୍ସକୁ ସହଯୋଗୀ ନିର୍ଣ୍ଣୟ କରିବା ପାଇଁ ଚାପ ପଡ଼ିଥିଲା ବୋଲି ବୁଧବାର ପ୍ରକାଶ ପାଇଥିଲା। ଏହି ପରିପ୍ରେକ୍ଷୀରେ ଡାସଲ୍ଟ ନିଜ ପକ୍ଷରୁ ରିଲାଏନ୍ସ ଡିଫେନ୍ସକୁ ସମ୍ପୂର୍ଣ୍ଣ ସ୍ୱାଧୀନ ଭାବେ ସହଯୋଗୀ ବାଛିଥିଲା ବୋଲି ସଫେଇ ଦେବାରେ ରାହୁଲ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି

  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...