National/International

ଜେଲ୍ ଯିବେ ଟ୍ରମ୍ପ !

  •  
  • 1
  •  
  •  
  •  
  •  
  •  
    1
    Share

ଓ୍ବାଶିଂଟନ: ଆମେରିକା ରିପବ୍ଲିକାନ୍‌ ସଦସ୍ୟା ସେନ୍‌ ଏଲିଜାବେଥ୍‌ ବାରେନ୍‌ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ  ଉପରେ ଦେଇଛନ୍ତି ବିବାଦୀୟ ମନ୍ତବ୍ୟ। ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଟ୍ରମ୍ପ୍‌ ଜେଲ୍‌ ଯାଇପାରନ୍ତି ବୋଲି ସେ କହିଛନ୍ତି। ସମ୍ପ୍ରତି ବାରେନ୍‌ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି। ଆମେରିକା ଲୋବା ପ୍ରଦେଶରେ ଏକ ସଭାରେ ବାରେନ୍‌ ସମବେତ ଲୋକଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ, ଟ୍ରମ୍ପ୍‌ଙ୍କ ଜାତିବାଦ ଏବଂ ଘୃଣ୍ୟ ଟୁଇଟ୍‌ରେ ନିଜ ଚିନ୍ତାଧାରାକୁ ପରିବର୍ତ୍ତନ କରିବା ଅନୁଚିତ। ୨୦୨୦ ନଭେମ୍ବର ବେଳକୁ ଦେଶରେ ରାଷ୍ଟ୍ରପତି ନିର୍ବାଚନ ହେବ। ସେତେବେଳେ ଟ୍ରମ୍ପ ରାଷ୍ଟ୍ରପତି ପଦରେ ନ ଥିବେ। ସମ୍ଭବତଃ ସେ ଜେଲ୍‌ ଥିବାର ଯଥେଷ୍ଟ ଆଶଙ୍କା ରହିଛି। ସୂଚନଯୋଗ୍ୟ ଟ୍ରମ୍ପ୍‌ ଆଗାମୀ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ବୋଲି ଅନୁମାନ କରାଯାଉଛି।

  •  
    1
    Share
  •  
  • 1
  •  
  •  
  •  
  •  
Loading...

Join The Discussion

Loading...