Home ଦେଶ-ବିଦେଶ ଜାମ୍ମୁ-କାଶ୍ମରୀ,ଲଦାଖରେ ଜମି କିଣି ପାରିବେ ପ୍ରତି ଭାରତୀୟ

ଜାମ୍ମୁ-କାଶ୍ମରୀ,ଲଦାଖରେ ଜମି କିଣି ପାରିବେ ପ୍ରତି ଭାରତୀୟ

ମେଟ୍ରୋ ଟିଭି ବ୍ୟୁରୋ : ଜାମ୍ମୁ କାଶ୍ମୀର ପୁର୍ନଗଠନର ପରେ ଏଣିକି ଦେଶର ଯେକୈାଣସି ଭାରତୀୟ ନାଗରିକ ଦୁଇ କେନ୍ଦ୍ରଶାସିତ ଅଚଂଳ ଜାମ୍ମୁ-କାଶ୍ମିରୀ ଓ ଲଦାଖରେ ଜମି କିଣିପାରିବେ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଏ ସମ୍ପର୍କିତ ବିଜ୍ଞପ୍ତି ଜାରି ହୋଇଛି । ଏହାକୁ ପୁର୍ନଗଠନ ଆଇନର ତୃତୀୟ ଆଦେଶ -୨୦୨୦ ଭାବେ ସରକାର ଅଭିହିତ କରିଛନ୍ତି । ବିଜ୍ଞପ୍ତି ଅନୁସାରେ ସେଠାରେ ଚାଷ ଜମି କିଣା –ବିକା ହୋଇପାରିବ ନାହିଁ । ଏହି ଆଦେଶକୁ ତୁରନ୍ତ କାର୍ଯ୍ୟକାରୀ କରାଯାଇଛି । ତେବେ ୩୭୦ ଧାରା ଉଠିବା ପରେ ଏଭଳି ବଡ ନିଷ୍ପତି ନିଆ ଯାଇଛି । ଏଥିପାଇଁ ସ୍ଥାନୀୟ ବାସିନ୍ଦା ପ୍ରମାଣପତ୍ରର ଆବଶ୍ୟକତା ନାହିଁ । ଉକ୍ତ କେନ୍ଦ୍ରଶାସିତ ଅଚଂଳରେ ଶିଳ୍ପ ପ୍ରତିଷ୍ଠା ପାଇଁ ଏହି ନିୟ,ମ ସହାୟକ ହେବ । ଜାମ୍ମ୍‌ୁକାଶ୍ମରୀର ବାହ୍ୟ ଶିଳ୍ପପତି ଓ ବ୍ୟବସାୟୀଙ୍କ ଦ୍ୱାରା କୈାଣସି ଶିଳ୍ପ ପ୍ରତିଷ୍ଠା କରାଗଲେ ସ୍ଥାନୀୟ ଯୁବକଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହେବ ବୋଲି କହିଛନ୍ତି ଜାମ୍ମୁ-କାଶ୍ମିରୀ ଉପରାଜ୍ୟପାଳ ମନୋଜ ସିହ୍ନା । ଅନ୍ୟପଟେ ଉକ୍ତ ବିଜ୍ଞପ୍ତିକୁ ସମାଲୋଚନା କରିଛନ୍ତି ପିଡିପି ମୁଖ୍ୟ ମେହବୁବା ମୁଫତି ଓ ଏନସି ଉପସଭାପତି ଓମାର ଅବଦୁଲ୍ଲା । ଏହି ନିୟମ ଜାମ୍ମୁ କାଶ୍ମୀରବାସୀର ମୈାଳିକ ସ୍ଥିତିକୁ ପ୍ରଭାବିତ କରିବ । ତେଣୁ କୈାଣସି ପରିସ୍ଥିତିରେ ଉପତ୍ୟକାବାସୀଙ୍କ ପକ୍ଷରେ ଏହା ଗ୍ରହଣୀୟ ନୁହେଁ । ମେହବୁବା କହଛନ୍ତି ଯେ, ଏଠାକାର ଅଧିବାସୀଙ୍କୁ ଦୁର୍ବଳ କରିବା ପାଇଁ ଭାରତ ସରକାରଙ୍କର ଏହା ଏକ ହୀନ ଉଦ୍ୟମ ।

ରାଜ୍ୟର ଖବର

ଆଜିଠୁ ଆରମ୍ଭ ହୋଇଛି କୋଣାର୍କ ମହୋତ୍ସବ

ମେଟ୍ରୋ ଟିଭି ବ୍ୟୁରୋ :ମହାମାରୀ କରୋନା କଟକଣା ମଧ୍ୟରେ ଆଜି ଟାରୁ ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ କୋଣାର୍କ ମହୋତ୍ସବ । ଏହି ଉତ୍ସବ ଚଳିତ ବର୍ଷ ୫ ଦିନଧରି ଚାଲିବାକୁ ଥିବା ବେଳେ...

ଆଜିଠାରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ୍

ମେଟ୍ରୋ ଟିଭି ବ୍ୟୁରୋ : ମହାମାରୀ କରୋନା କାରଣରୁ ରାଜ୍ୟର ସମସ୍ତ ସ୍କୁଲ ମେଡିକାଲ କଲେଜ୍ ଦୀର୍ଘ ମାସ ହେଲା ବନ୍ଦ ରହିଥିଲା । ଏହି କାରଣରୁ ଅନେକ ଛାତ୍ର ଓ ଛାତ୍ରୀଙ୍କ...

ଆଜିଠାରୁ ରାଜ୍ୟର ସମସ୍ତ ରୁଟରେ ଗଡିବ ‘ମୋ ବସ’‌

ମେଟ୍ରୋ ଟିଭି ବ୍ୟୁରୋ : ମହାମାରୀ କରୋନା କାରଣରୁ ଗତ କିଛି ଦିନ ହେବ ମୋ ବସ ସେବା ବନ୍ଦ ରହିଥିଲା । ଆଜିଠାରୁ ରାଜ୍ୟର ସମସ୍ତ ରୁଟ ରେ ଗଡିବ ମୋ...

ଦେଶ-ବିଦେଶ

ରାଷ୍ଟ୍ରପତି ପଦ ପାଇଁ ଶପଥ ନେବା ପୂର୍ବରୁ ବାଇଡେନ ଆହତ

ମେଟ୍ରୋ ଟିଭି ବ୍ୟୁରୋ: ରାଷ୍ଟ୍ରପତି ପଦ ପାଇଁ ଶପଥ ନେବା ପୂର୍ବରୁ ଆହାତ ଜୋ ବାଇଡେନ । ନିକଟରେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟ ମୁକୁଟ ପିନ୍ଦିଥିବା ବେଳେ ନବ ନିର୍ବାଚିତ ରାଷ୍ଟ୍ରପତି...

ପ୍ରଧାନମନ୍ତ୍ରୀଙ୍କ ଟିକା ଅଭିଯାନ ; ଜାଇଡସ୍‌, ଭାରତ ବାୟୋଟେକ୍ ଏବଂ ସେରମ ଈନଷ୍ଟିଚ୍ୟୁଟ୍ କୋଭିଡ୍ ଟିକାର ପ୍ରସ୍ତୁତି ନେଇ କରିବେ ତଦାରଖ

ମେଟ୍ରୋ ଟିଭି ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକା ଅଭିଯାନ । ଆଜି ଜାଇଡସ୍ , ଭାରତ ବାୟୋଟେକ୍ ଓ ସେରମ ଇନଷ୍ଟିଚ୍ୟୁଟ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ । ପ୍ରଥମେ ସେ...

୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ମାଷ୍ଟରମାଇଣ୍ଡକୁ ଧରାଇଦେଲେ ଅର୍ଥରାଶି ପୁରଷ୍କାର ପ୍ରଦାନ କରିବ ବୋଲି ଘୋଷଣା କରିଛି ଆମେରିକା

ମେଟ୍ରୋ ଟିଭି ବ୍ୟୁରୋ :୨୬ /୧୧ ମୁମ୍ବାଇ ଆକ୍ରମଣ ଆତଙ୍କବାଦୀ ହମଲାରେ ୧୨ ବର୍ଷ ପରେ ମଧ୍ୟ ଘଟଣାର ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ଆମେରିକା ଆର୍ଥିକ ରାଶି ପୁରଷ୍କାର ଘୋଷଣା କରିଛି ।...