Home ଦେଶ-ବିଦେଶ ଏୟାର ଷ୍ଟ୍ରାଇକରେ ୪ ପାକିସ୍ତାନୀ ଜବାନ ମଧ୍ୟ ମରିଥିଲେ : ରିପୋର୍ଟ

ଏୟାର ଷ୍ଟ୍ରାଇକରେ ୪ ପାକିସ୍ତାନୀ ଜବାନ ମଧ୍ୟ ମରିଥିଲେ : ରିପୋର୍ଟ

ନୂଆଦିଲ୍ଲୀ : ପୁଲୱାମା ଆତଙ୍କୀ ହାମଲା ପରେ ଭାରତ ଜବାବୀ ଆକ୍ରମଣ କରି ପାକିସ୍ତାନ ଅଧିକୃତ ବାଲାକୋଟରେ ଥିବା ଜୈସ୍ ଆତଙ୍କୀ ଶିବିରକୁ ଧ୍ୱଂସ କରିଥିଲା । ବାୟୁସେନାର ଏହି ଏୟାର ଷ୍ଟ୍ରାଇକ୍ ପରେ ପାକିସ୍ତାନ ସରକାର, ସେନା ଓ ସାଧାରଣ ନାଗରିକ ଏହାକୁ ମିଛ ସାବିତ କରିବାକୁ ଲାଗିପଡିଛନ୍ତି । ଏକ ଟିଭି ରିପୋର୍ଟ ଅନୁଯାୟୀ ଏହି ଷ୍ଟ୍ରାଇକରେ କେବଳ ଆତଙ୍କୀ ଶିବିର ଧ୍ୱଂସ ହୋଇନାହିଁ ବରଂ ପାକିସ୍ତାନୀ ସେନାର ୪ ଜବାନ ମଧ୍ୟ ମରିଛନ୍ତି । ଟିଭି ଚ୍ୟାନେଲ ପକ୍ଷରୁ ବାଲାକୋଟ ଅଧିବାସୀ ଓ ପୁଲିସ କର୍ମୀଙ୍କ ସହ ଆଲୋଚନା ପରେ ସେମାନେ କହିଛନ୍ତି ଯେ, ଏହି ହାମଲାରେ ପାକିସ୍ତାନୀ ସେନାର ଜବାନ ମଧ୍ୟ ମରିଛନ୍ତି । ବାଲାକୋଟ ସ୍ଥିତ ମସଜିଦରେ କାମ କରୁଥିବା ମହମ୍ମଦ ନଇଁମ୍ ଫୋନ୍ ଦ୍ୱାରା କହିଛନ୍ତି ଯେ, ଭାରତୀୟ ବାୟୁସେନା ର ଏୟାର ଷ୍ଟ୍ରାଇକ୍ “କୟାମତ କା ମଞ୍ଜର’ ଥିଲା । ସେମାନ ଆତଙ୍କୀ ଶିବିରରୁ ଧ୍ୱଂସ ବିଧ୍ୱଂସ୍ତ କରିଦେଇଥିଲେ । ସେ କହିଛନ୍ତି ଯେ, ଗୋଟିଏ ଇମାରତ ଧ୍ୱଂସ୍ତ ହୋଇଥିଲା । ବିସ୍ଫୋରଣ ଶବ୍ଦ ବହୁତ ଜୋର ଥିଲା । ଏହି ସମୟରେ ସମସ୍ତେ ନିଜ ଘରୁ ବାହାରକୁ ବାହାରିଥିଲେ । ୪ଥର ବିସ୍ଫୋରଣ ହୋଇଥିଲା ବୋଲି ସେ କହିଛନ୍ତି । ସମସ୍ତେ ଏହାକୁ ନେଇ ଡରି ଯାଇଥିଲେ । ଏହି ଟିଭି ଚ୍ୟାନେଲ ଆଉ ଏକ ତଥ୍ୟ ମଧ୍ୟ ସାମ୍ନାକୁ ଆଣିଛି । ଜୈସ୍-ଏ-ମହମ୍ମଦ ଆତଙ୍କୀ ସଂଗଠନ ପାକିସ୍ତାନ ଖବରକାଗଜ ବିଜ୍ଞାପନ ଜରିଆରେ ପାଣ୍ଠି ସଂଗ୍ରହ କରୁଛି ।

ରାଜ୍ୟର ଖବର

୬ ବୁଥ୍ ରେ ସାନି ମତଦାନ ପାଇଁ ସୁପାରିଶ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ସମୟରେ ୬ଟି ବୁଥରେ ପରି·ଳନାଗତ ତ୍ରୁଟି ଦେଖା ଦେଇଛି । ବଣାଇର ୧୨୯ ନଂ ବୁଥ୍ , ସୁନ୍ଦରଗଡର ୨୧୩ ନମ୍ବର...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ : ମେ ୨୩କୁ ଅପେକ୍ଷା

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ସନ୍ଧ୍ୟା ୫ଟା ସୁଦ୍ଧା ଓଡିଶାରେ ୬୪ ପ୍ରତିଶତ ମତଦାନ ହୋଇଛି । ତେବେ ସଂଧ୍ୟା ୬ଟା ସୁଦ୍ଧା ଯେଉଁମାନେ...

ମେ ୨୩ରେ ବିଜେପିର ମେନ୍ ଇଂଜିନ୍ ଲାଇନଚ୍ୟୁତ ହେବ: ନବୀନ

ଭୁବନେଶ୍ୱର : ବିଜେପିର ଡବଲ ଇଂଜିନ୍ ରୁ ୫ଟି ଇଂଜିନ୍ ଲାଇନ୍ଚ୍ୟୁତ ହୋଇଗଲାଣି । ମଧ୍ୟପ୍ରଦେଶ,ରାଜସ୍ଥାନ ,ଛତିଶଗଡ, ପଂଜାବ ଏବେ ସିଙ୍ଗଲ ଇଂଜିନ୍ । ମେ ୨୩ ତାରିଖରେ ବିଜେପିର ମେନ୍ ଇଂଜିନ୍...

ଦେଶ-ବିଦେଶ

ମୋଦିଙ୍କର ପତ୍ନୀ କି ପିଲା ନାହାନ୍ତି, ତେଣୁ ସେ ପରିବାରର ଗୁରୁତ୍ୱ ବୁଝି ପାରିବେ କେମିତି ?

ମୁମ୍ବାଇ :ଏନ୍ସିପି ମୁଖ୍ୟ ଶରଦ ପାଓ୍ଵାର ଏମିତି କିଛି କହିଛନ୍ତି ଯାହା ହୁଏତ ମୋଦି ପ୍ରେମୀଙ୍କୁ ବାଧି ପାରେ । ହେଲେ ପାଓ୍ଵାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖାଲି ଜବାବ ଦେଇଛନ୍ତି ।...

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ : ୯୭ ଲୋକସଭା ଆସନ ପାଇଁ ହେବ ଭୋଟ ଗ୍ରହଣ

ନୂଆଦିଲ୍ଲୀ: ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ମତଦାନ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୬ ଆସନରେ ଭୋଟଗ୍ରହଣ କରାଯିବ। ତାମିଲନାଡୁର ଭେଲୋର ଆସନକୁ...

ମୋତେ ଗାଳି କରିବା କଂଗ୍ରେସର ଏକ ଅଭ୍ୟାସରେ ପରିଣତ ହୋଇଛି : ମୋଦି

ସୋଲାପୁର: ଗତକାଲି ଓଡ଼ିଶାରେ ମାରାଥନ୍ ପ୍ରଚାର କରିବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ରରେ ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭାରେ ଯୋଗ ଦେଇ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି...