National/International

ଆଫଗାନିସ୍ତାନ : ସ୍କୁଲରେ ବିସ୍ଫୋରଣ, ୪୫ ମୃତ

  •  
  • 1
  •  
  •  
  •  
  •  
  •  
    1
    Share

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲସ୍ଥିତ ଏକ ଶିକ୍ଷାନୁଷ୍ଠାନରେ ଆତ୍ମଘାତୀ ବୋମା ବିସ୍ଫୋରଣ ଘଟଣା ଘଟିବାରୁ ୪୮ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଘଟଣାରେ ୬୭ ଜଣ ଗୁରୁତର ହୋଇଛନ୍ତି । ମୃତ ଓ ଗୁରୁତରଙ୍କ ମଧ୍ୟରେ ଅଧିକାଂଶ ସ୍କୁଲ ପିଲା ବୋଲି ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । କାବୁଲର ପିଡି-୧୮ସ୍ଥିତ ଦାସ୍ତ-ଇ-ବାରଚି ଅଞ୍ଚଳରେ ମାଉଦ ଏଜୁକେସନାଲ ଏକାଡେମିକୁ ଟାର୍ଗେଟ କରି ଏହି ବିସ୍ଫୋରଣ ଘଟିଛି । ସ୍ଥାନୀୟ ସମୟ ଅପରାହ୍ନ ୪ଟାରେ ବିସ୍ଫୋରଣ ହୋଇଥିଲା ବୋଲି ଆଫଗାନ ମିଡିଆ ରିପୋର୍ଟ କରିଛି । ଏହି ଘଟଣା ପାଇଁ ତାଲିବାନ ଆତଙ୍କବାଦୀ ନିଜକୁ ଦାୟୀ କରିଛି ।

ରିପୋର୍ଟ ଅନୁସାରେ ଆକ୍ରମଣ ସମୟରେ ଶ୍ରେଣୀ କୋଠାରିରେ ପାଖାପାଖି ୧୦୦ ଜଣ ଛାତ୍ରଛାତ୍ରୀ ଥିଲେ । ଛାତ୍ରଛାତ୍ରୀଙ୍କ ବୟସ ୧୮ ବର୍ଷରୁ କମ ହେବ । ସେମାନଙ୍କ ମଧ୍ୟରୁ ଅଧିକାଂଶ ହାଇସ୍କୁଲ ଛାତ୍ରଛାତ୍ରୀ । ପରୀକ୍ଷା ପାଇଁ ସେମାନେ ପ୍ରସ୍ତୁତ ହେଉଥିଲେ । ଆଫଗାନିସ୍ତାନର ସାଧାରଣ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି, ବିସ୍ଫୋରଣରେ ୪୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୭ ଜଣ ଗୁରୁତର ହୋଇଛନ୍ତି ।

Loading...
  •  
    1
    Share
  •  
  • 1
  •  
  •  
  •  
  •  
Loading...

Join The Discussion

Loading...