Home ଦେଶ-ବିଦେଶ ଅପ୍ରେଲ ୧୧ରୁ ୭ ପର୍ଯ୍ୟାୟ ହେବ ଲୋକସଭା ନିର୍ବାଚନ

ଅପ୍ରେଲ ୧୧ରୁ ୭ ପର୍ଯ୍ୟାୟ ହେବ ଲୋକସଭା ନିର୍ବାଚନ

ନୂଆଦିଲ୍ଲୀ: ସବୁ ପ୍ରତୀକ୍ଷା ଓ ଉକ୍ରଣ୍ଠାର ପରିସମାପ୍ତି ଘଟିଛି । ଶେଷରେ ଦେଶର ନିର୍ବାଚନ କମିଶନ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ଏଥର ଲୋକସଭା ନିର୍ବାଚନ ୭ ପର୍ଯ୍ୟାୟ ବିଶିଷ୍ଟ ହେବ । ଅପ୍ରେଲ ୧୧ରୁ ଭୋଟିଂ ଆରମ୍ଭ ହୋଇ ମେ ୧୯ରେ ଶେଷ ହେବ । ମେ ୨୩ ତାରିଖରେ ଫଳାଫଳ ଘୋଷଣା କରାଯିବ । ଆଜି ନିର୍ବାଚନ କମିଶନଙ୍କ ଏହି ତାରିଖ ଘୋଷଣା ସହ ଲାଗୁ ହୋଇଯାଇଛି ନିର୍ବାଚନ ଆଚରଣବିଧି । ଯେଉଁମାନେ ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରିବେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ନିର୍ବାଚନ କମିଶନର(ସିଇସି) ସୁନିର ଅରୋରା ଚେତାଇ ଦେଇଛନ୍ତି । ସିଇସି ଆଜି ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତବିଶେଷ ସାମ୍ବାଦିକ ସମ୍ମିଳନୀରେ ଏହି ତାରିଖ ଘୋଷଣା କରିଛନ୍ତି । ସମ୍ମିଳନୀରେ ଦେଶବିଦେଶର ସଂଖ୍ୟାଧିକ ଗଣମାଧ୍ୟମ ସଂସ୍ଥାଗୁଡିକର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଶ୍ରୀ ଅରୋରା କହିଛନ୍ତି ଯେ, ସପ୍ତଦଶ ଲୋକସଭା ନିର୍ବାଚନ ସହିତ ଦେଶର ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ମଧ୍ୟ ହେବ । ସେଗୁଡିକ ହେଲା ଓଡିଶା, ଆନ୍ଧ୍ରପ୍ରଦେଶ, ଜମ୍ମୁ କାଶ୍ମୀର, ସିକିମ ଓ ଅରୁଣାଚଳପ୍ରଦେଶ । ଅପ୍ରେଲ ୧୧ରେ ପ୍ରଥମ ପର୍ଯ୍ୟାୟ, ଅପ୍ରେଲ ୧୮ରେ ଦ୍ୱିତୀୟ ପର୍ଯ୍ୟାୟ, ଅପ୍ରେଲ ୨୩ରେ ତୃତୀୟ ପର୍ଯ୍ୟାୟ, ଅପ୍ରେଲ ୨୯ରେ ଚତୁର୍ଥ ପର୍ଯ୍ୟାୟ, ମେ ୬ରେ ପଞ୍ଚମ ପର୍ଯ୍ୟାୟ, ମେ ୧୨ରେ ଷଷ୍ଠ ଓ ମେ ୧୯ ତାରିଖରେ ସପ୍ତମ ପର୍ଯ୍ୟାୟର ଭୋଟ୍ ଗ୍ରହଣ ହେବ । ସେହିପରି ପ୍ରଥମ ପର୍ଯ୍ୟାୟରେ ୨୦ଟି ରାଜ୍ୟରେ ୯୧ଟି ଆସନ, ଦ୍ୱିତୀୟ ପର୍ଯ୍ୟାୟରେ ୧୩ଟି ରାଜ୍ୟରେ ୯୭, ତୃତୀୟ ପର୍ଯ୍ୟାୟରେ ୧୪ଟି ରାଜ୍ୟରେ ୧୧୫, ଚତୁର୍ଥ ପର୍ଯ୍ୟାୟରେ ୯ଟି ରାଜ୍ୟରେ ୭୧, ପଞ୍ଚମ ପର୍ଯ୍ୟାୟରେ ୭ଟି ରାଜ୍ୟରେ ୫୧, ଷଷ୍ଠ ପର୍ଯ୍ୟାୟରେ ୭ଟି ରାଜ୍ୟରେ ୫୯ ଓ ସପ୍ତମ ପର୍ଯ୍ୟାୟରେ ୮ଟି ରାଜ୍ୟରେ ୫୯ ଆସନରେ ଭୋଟ ଗ୍ରହଣ କରାଯିବ । ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଗୋଆ, ଗୁଜୁରାଟ, ହରିୟାଣା, ମଧ୍ୟପ୍ରଦେଶ, କେରଳ, ମେଘାଳୟ, ମିଜୋରାମ, ପଞ୍ଜାବ, ସିକିମ୍, ତେଲେଙ୍ଗାନା, ତାମିଲନାଡୁ, ଝାଡଖଣ୍ଡ, ଆଣ୍ଡାମାନ ନିକୋଟର ଆଦି ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ସେହିପରି କର୍ନାଟକ, ମଣିପୁର, ରାଜସ୍ଥାନ, ତ୍ରିପୁରା ଆଦି ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ ଆସାମ ଓ ଛତିଶଗଡରେ ତିନୋଟି ପର୍ଯ୍ୟାୟରେ ନିର୍ବାଚନ ହେବ । ଓଡିଶା ଓ ଅନ୍ୟ କେତୋଟି ରାଜ୍ୟରେ ନିର୍ବାଚନ ଚାରି ପର୍ଯ୍ୟାୟରେ ହେବ । ଜମ୍ମୁ କାଶ୍ମୀରରେ ଏଥର ଭୋଟ ଗ୍ରହଣ ୫ଟି ପର୍ଯ୍ୟାୟରେ ହେବ । ବିହାର, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ମୁଖ୍ୟ ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ଏଥରେ ନିର୍ବାରେ ୮୯କୋଟି ୭୧ଲକ୍ଷ ଭୋଟର ଅଂଶଗ୍ରହଣ କରିବେ । ଏଥର ଭୋଟ ସଂଖ୍ୟାରେ ୮କୋଟି ୪୩ଲକ୍ଷ ବୃଦ୍ଧି ଘଟିଛି । ମୋଟ୍ ଭୋଟରଙ୍କ ମଧ୍ୟରୁ ପୁରୁଷ ଭୋଟଙ୍କ ସଂଖ୍ୟା ୪୬.୫କୋଟି ହୋଇଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୪୩.୨କୋଟି । ଏଥର ୩୩ହଜାର ୧୦୯ ଜଣ ତୃତୀୟ ଲିଙ୍ଗ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ବୁଥ ସଂଖ୍ୟା ହେଉଛି ୧୦ଲକ୍ଷ ୩୫ ହଜାର ୯୩୨ ।

ରାଜ୍ୟର ଖବର

ବିଜେପି ରାଜ୍ୟରେ ଏକ ତରଫା ଭାବେ ସରକାର ଗଢିବ : ଅରୁଣ ସିଂ

ଭୁବନେଶ୍ୱର:ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ବିଜେପି ପ୍ରଭାରୀ ଅରୁଣ ସିଂହ ପ୍ରତିକ୍ରିୟା ଦେଇ ଚଳିତ ନିର୍ବାଚନରେ ବିଜେପି ଜିତି ସରକାର ଗଢିବ ବୋଲି କହିଛନ୍ତି ।ଭୁବନେଶ୍ୱରରେ  ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ...

ପାଟକୁରା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ

ଭୁବନେଶ୍ୱର: ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କର ଶନିବାର ପୂର୍ବାହ୍ନରେ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ...

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

ଦେଶ-ବିଦେଶ

ପୁଣି ଉଡାଇବେ ଯୁଦ୍ଧ ବିମାନ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଖୁବ୍‌ଶୀଘ୍ର ଯୁଦ୍ଧ ବିମାନ ଉଡାଇ ପାରିବେ ବୋଲି ସୂଚନା ମିଳିଛି। ଏଥିପାଇଁ ତାଙ୍କୁ ବେଙ୍ଗାଲୁରରେ ଥିବା ଇନଷ୍ଟିଚ୍ୟୁଟ ଅଫ୍‌ ଏରୋସ୍ପେଶ ମେଡିସିନ(ଆଇଏଏମ୍‌)ର...

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...